ବାଣ ବିକ୍ରି ଓ ଫୁଟାଇବା ମନା: ୧୦ରୁ ୩୦ ଯାଏଁ କଟକଣା , ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ

November 03, 2020, ଓଡ଼ିଶା, , Anupambharat News Bureau


ବାଣ ବିକ୍ରି ଓ ଫୁଟାଇବା ମନା:  ୧୦ରୁ ୩୦ ଯାଏଁ କଟକଣା , ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ
Anupambharat News Bureau
November 03, 2020

ଭୁବନେଶ୍ୱର, ୩ା୧୧(ଅନୁପମ ମିଡ଼ିଆ): ଏଥର ଦୀପାବଳିରେ ଫୁଟିବନି ବାଣ । ବାଣ ବିକ୍ରି ମଧ୍ୟ ବନ୍ଦ ରହିବ । ସାରା ରାଜ୍ୟରେ ଏହି କଟକଣା ଲାଗିବ । ୧୦ରୁ ୩୦ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଏହାକୁ ଅମାନ୍ୟ କଲେ ଦଣ୍ଡିତ କରାଯିବ । ମଙ୍ଗଳବାର ଏସଆରସି ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଆଲୋକର ପର୍ବ ଦୀପାବଳିକୁ ପାରମ୍ପରିକ ଭାବେ ମାଟି ଦୀପ, ମହମବତୀ ତଥା ଅନ୍ୟ ଆଲୋକୀକରଣ ପଦାର୍ଥ ଦ୍ୱାରା ପାଳନ କରାଯାଇପାରିବ । କରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତ ବର୍ଷ ଦୀପାବଳି ଅବସରରେ ବାଣ ବିକ୍ରୀ ଓ ଫୁଟିବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ କୋଭିଡ୍‌ ୧୦ ମହାମାରୀ ସମୟରେ ବାଣ ଫୁଟାର ଫଳାଫଳ ଏବଂ ଶୀତ ଦିନରେ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ଓଡିଶା ସରକାର ବାଣ ବିକ୍ରୀ ଓ ବାଣ ଫୁଟାଇବାକୁ ନିଷିଦ୍ଧ କରିଛନ୍ତି । ୧୪ରେ ଦୀପାବଳି ପଡୁଥିବାରୁ ୧୦ରୁ ୩୦ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । କୌଣସି ବ୍ୟକ୍ତି ଏହାର ଅବମାନନା କଲେ ବିପର୍ଯ୍ୟୟ ପରିଚାଳନା ଆଇନ୍‌ ,୨୦୦୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ,ପ୍ରଶାସନ ଓ ପୋଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ଭାବେ ଶୀତଦିନେ ବୟସ୍କ ,ଶିଶୁ ଓ ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିମାନଙ୍କର ଶ୍ୱାସ ଜନତ ସମସ୍ୟା ଦେଖାଦେଇଥାଏ । ବାଣ ଫୁଟାଇବା ଫଳରେ ଅଧିକ ମାତ୍ରାରେ ନାଇଟ୍ରସ୍‌ ଅକସାଇଡ୍‌ , ସଲଫର ଡାଇଅକସାଇଡ୍‌, କାର୍ବନ୍‌ ମନୋକସାଇଡ୍‌ ପରି କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ ଏବଂ ତାହା ଶ୍ୱାସଜନିତ ସମସ୍ୟା ସୃଷ୍ଟି କରିଥାଏ । ଫଳରେ ହୋମ ଆଇସୋଲେସନ୍‌ରେ ଥିବା ତଥା କରୋନା ସଂକ୍ରମିତଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୋଟ ଶେଷ,୧୦କୁ ଅପେକ୍ଷା

ଭୋଟ ଶେଷ,୧୦କୁ ଅପେକ୍ଷା

Read More...

ବିସର୍ଜନ ବେଳେ ଅଘଟଣ: ଡଙ୍ଗା ବୁଡି ୫ ଜଣଙ୍କ ମୃତୁ୍ୟ

ବିସର୍ଜନ ବେଳେ ଅଘଟଣ: ଡଙ୍ଗା ବୁଡି ୫ ଜଣଙ୍କ ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page