ଫ୍ରାନ୍ସ ସେନାର ଏୟାର ଷ୍ଟ୍ରାଇକ୍‌ରେ ୫୦ ଆତଙ୍କୀ ମୃତ !

November 03, 2020, ବିଦେଶ, , Anupambharat News Bureau


ଫ୍ରାନ୍ସ ସେନାର ଏୟାର ଷ୍ଟ୍ରାଇକ୍‌ରେ ୫୦ ଆତଙ୍କୀ ମୃତ !
Anupambharat News Bureau
November 03, 2020

ପ୍ୟାରିସ୍‌, ୩ା୧୧: ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଫ୍ରାନ୍ସ ସେନା ଏୟାର ଷ୍ଟ୍ରାଇକ୍‌ କରି ୫୦ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଦାବି କରିଛନ୍ତି ଯେ, ଗତ ୩୦ରେ ଫ୍ରାନ୍ସ ସେନା ମାଲିରେ ଏୟାର ଷ୍ଟ୍ରାଇକ କରି ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଛି ଏବଂ ଅନେକ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରାଯାଇଛି । ଏହା ବ୍ୟତୀତ ଚାରିଜଣ ଆତଙ୍କବାଦୀ ଜୀବନ୍ତ ଧରାପଡିଛନ୍ତି । ସୂଚନା ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ୍‌ ବିଷୟରେ ଫ୍ରାନ୍ସ ସୋମବାର ଦେଇଥିଲା । ଏହି ସ୍ଥାନରୁ ବିସ୍ପୋରକ, ଆତ୍ମହତ୍ୟା େୱଷ୍ଟ ଏବଂ ଅନ୍ୟାନ୍ୟ ଜିନିଷ ମିଳିଛି । ଉଲ୍ଲେଖ୍ୟଯୋଗ୍ୟ ଯେ ଫ୍ରାନ୍ସରେ ପୈଗମ୍ବର ମହମ୍ମଦଙ୍କ କାର୍ଟୁନ୍‌ ତିଆରିକୁ ନେଇ ବିବାଦ ପରେ ଅନେକ ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପ୍ୟାରିସରେ ଏବଂ ପରେ ନାଇସରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏଥି ସହ ଚର୍ଚ୍ଚର ପୁରୋହିତଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରାଯାଇଥିଲା । ଏହା ବ୍ୟତୀତ ଅଷ୍ଟ୍ରିଆରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । କାର୍ଟୁନ୍‌ ବିବାଦକୁ ନେଇ ଫ୍ରାନ୍ସ ଏବଂ ମୁସଲିମ ଦେଶମାନଙ୍କରେ ବିବାଦ ଦେଖାଦେଇଛି । ଏହା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ ଚେତାବନୀ ଦେଇଥିଲେ ଯେ, ସେମାନେ ହିଂସାକୁ ସମର୍ଥନ କରନ୍ତି ନାହିଁ ଏବଂ ଯେଉଁମାନେ ଏହା କରନ୍ତି ସେମାନଙ୍କୁ ଏକ ଶିକ୍ଷା ଦିଆଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଡ ନଥିଲେ ମିଳିବନି ଗ୍ୟାସ୍‌ ସିଲିଣ୍ଡର

କୋଡ ନଥିଲେ ମିଳିବନି ଗ୍ୟାସ୍‌ ସିଲିଣ୍ଡର

Read More...

ଭୋଟ ଶେଷ,୧୦କୁ ଅପେକ୍ଷା

ଭୋଟ ଶେଷ,୧୦କୁ ଅପେକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page