ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

November 04, 2020, ଦେଶ, , Anupambharat News Bureau


ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ
Anupambharat News Bureau
November 04, 2020

ନୂଆଦିଲ୍ଲୀ: ଏଣିକି କେରଳରେ ପ୍ରବେଶ କରିପାରିବନି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)! ଅଣ ବିଜେପି ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ର ପରେ ଏବେ ଏହି ଲିଷ୍ଟରେ ଯୋଡ଼ି ହୋଇଯାଇଛି କେରଳ । କେରଳରେ ବିନା ରାଜ୍ୟ ସରକାରଙ୍କ ଅନୁମତିରେ ସିବିଆଇ ଯାଞ୍ଜ କରିପାରିବ ନାହିଁ ।
ଏନେଇ ଥିବା ପାରମ୍ପରିକ ସହମତି ପ୍ରତ୍ୟାହାର କରିଛନ୍ତି କେରଳ ସରକାର । ସିବିଆଇ ଯାଞ୍ଚ ପାଇଁ ଥିବା ସହମତି ପ୍ରତ୍ୟାହାର କରିବା ନେଇ ରାଜ୍ୟରେ ବିଚାର ବିମର୍ଶ ଚାଲିଥିଲା । କି;ୁ ଆଜି ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ୍ରେ ମୋହର ଲାଗିଥିବା ଜଣାପଡ଼ିଛି ।
ନିକଟରେ ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟରେ ସିବିଆଇ ଯାଞ୍ଚ ଉପରେ ରୋକ ଲଗାଇଛନ୍ତି । ମହାରାଷ୍ଟ୍ରରେ ଟିଆରପି ଘୋଟାଲାକୁ ନେଇ ସିବିଆଇ ତଦନ୍ତ କରିବା ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ।
ପୂର୍ବରୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଥିଲା । ରାଜ୍ୟରେ ସିବିଆଇକୁ ବିରୋଧ କରିବାକୁ ନେଇ ରାଜ୍ୟ ସରକାର ଏକ ବିଷମ ସ୍ଥିତିରେ ପଡ଼ିଥିଲେ । ସିବିଆଇ ଡିଏସ୍ପିଇ ଆକଫ ଅଧିନରେ ଆସୁଥିବା ବେଳେ ରାଜ୍ୟ ଭିତରେ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କ ବିରୋଧରେ ଯାଞ୍ଚ କରିବାକୁ ହେଲେ ରାଜ୍ୟ ସରକାରଙ୍କ ସାମାନ୍ୟ ସହମତି ଆବଶ୍ୟକ କରେ । ତେଣୁ ଏହି ନିୟମରେ ସମୟ ଅନୁସାରେ ପରିବର୍ତ୍ତନ ମଧ୍ୟ ହୋଇଥାଏ ।
୨୦୧୮ ମସିହାରେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସାମାନ୍ୟ ସହମତି ପ୍ରତ୍ୟାହାର କରିନେଇଥିଲେ । ଏନେଇ ଥିବା ପାରମ୍ପରିକ ସହମତି ପ୍ରତ୍ୟାହାର କରିଛନ୍ତି କେରଳ ସରକାର । ସିବିଆଇ ଯାଞ୍ଚ ପାଇଁ ଥିବା ସହମତି ପ୍ରତ୍ୟାହାର କରିବା ନେଇ ରାଜ୍ୟରେ ବିଚାର ବିମର୍ଶ ଚାଲିଥିଲା । କି;ୁ ଆଜି ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ୍ରେ ମୋହର ଲାଗିଥିବା ଜଣାପଡ଼ିଛି । ତେବେ ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେzିକଙ୍କ ସରକାର ଆସିବା ପରେ ୨୦୧୯ରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିଲା । କେରଳରେ ସରକାରଙ୍କ ଆବାସ ଯୋଜନା ଲାଇଫ୍‌ ମିଶନରେ ସିବିଆଇ ଯାଞ୍ଚକୁ ନେଇ ରାଜ୍ୟ ସରକାର ଓ ସିବିଆଇ ମଧ୍ୟ ମତଭେଦ ହୋଇଛି । ତଦନ୍ତରେ ସିବିଆଇ ପକ୍ଷପାତିତା କରୁଥିବା ଅଭିଯୋଗ ହୋଇଥିଲା ।
ରାଜ୍ୟ ସରକାର ଆବେଦନ ପରେ କେରଳ ହାଇକୋର୍ଟ ଅକେଫାବରରେ ସିବିଆଇ ଯାଞ୍ଚ ଉପରେ ରୋକ୍‌ ଲଗାଇଥିଲେ । ରାଜ୍ୟ ପୋଲିସ ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଥିଲା । ରାଜ୍ୟରେ ସିବିଆଇକୁ ବିରୋଧ କରିବାକୁ ନେଇ ରାଜ୍ୟ ସରକାର ଏକ ବିଷମ ସ୍ଥିତିରେ ପଡ଼ିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ପିନାକ’ର ସଫଳ ପରୀକ୍ଷଣ

‘ପିନାକ’ର ସଫଳ ପରୀକ୍ଷଣ

Read More...

କଡା ସୁରକ୍ଷାର ସହିତ ଭୋଟ ଗଣତି ହେଉଛି? ଚାଲିଛି ଟ୍ରମ୍ପ ଏବଂ ବିଡେନ୍‌ଙ୍କ ମଧ୍ୟରେ କଡା ଟMର

କଡା ସୁରକ୍ଷାର ସହିତ ଭୋଟ ଗଣତି ହେଉଛି? ଚାଲିଛି ଟ୍ରମ୍ପ ଏବଂ ବିଡେନ୍‌ଙ୍କ ମଧ୍ୟରେ କଡା ଟMର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page