ଟ୍ରମ୍ପ-ବାଇଡେନ୍‌ଙ୍କ ବିବାଦ ଯୋଗୁଁ ଗଣତି ସ୍ଥଗିତ କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ?

November 06, 2020, ବିଦେଶ, , Anupambharat News Bureau


ଟ୍ରମ୍ପ-ବାଇଡେନ୍‌ଙ୍କ ବିବାଦ ଯୋଗୁଁ ଗଣତି ସ୍ଥଗିତ କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ?
Anupambharat News Bureau
November 06, 2020

ୱାଶିଂଟନ୍‌: ଏବେ ବି ଜାରି ରହିଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । କିଏ ଜିତିବ, ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ନା ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍‌ , ତା ଉପରେ ରହିଛି ସାରା ବିଶ୍ୱର ନଜର । ଏସବୁ ଭିତରେ ଶେଷ ହୋଇଥିବା ଗଣତି ଅନୁସାରେ ଆଗୁଆ ଅଛନ୍ତି ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ ।
ବାଇଡେନଙ୍କୁ ୨୬୪ ଇଲେକେଫାରାଲ୍‌ ଭୋଟ୍‌ ମିଳିଛି । ଅନ୍ୟପଟେ ଡୋନାଲï ଟ୍ରମ୍ପ ୨୧୪ ଇଲେକେଫାରାଲ୍‌ ଭୋଟ୍‌ ପାଇଛନ୍ତି । ଅର୍ଥାତ ବହୁମତ ଛୁଇଁବା ପାଇଁ ବାଇଡେନଙ୍କୁ ମାତ୍ର ୬ଟି ଆସନ ଆବଶ୍ୟକ ହେଉଥିବାବେଳେ ଟ୍ରମ୍ପ ବହୁ ଦୂରରେ ରହିଛନ୍ତି । ଅନ୍ୟ ପକ୍ଷରେ ମିଚିଗାନ, ଜର୍ଜିଆରେ ଭୋଟ ଗଣତି ସ୍ଥଗିତ ରଖିବାକୁ ଟ୍ରମ୍ପ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ । ଫଳରେ ରାଷ୍ଟ୍ରପତି ଡୋନାଲï ଟ୍ରମ୍ପକୁ ଏକ ବଡ଼ ଝଟକା ଲାଗିଛି ।
ସେପଟେ ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଭୋଟଗଣତି ସରିବାକୁ ଆହୁରି ୧୦ ଦିନ ଲାଗିପାରେ । ସେପଟେ ନିର୍ବାଚନ ପରିଣାମକୁ ନେଇ ଆମେରିକାର ଅନେକ ସହରରେ ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ସମର୍ଥକମାନେ ଗଣତି ବନ୍ଦ କରିବାକୁ ଦାବି କରି ପ୍ରତିବାଦ କରିଥିବାବେଳେ ତାଙ୍କ ବିରୋଧରେ ବହୁ ସଂଖ୍ୟାରେ ଗୋଷ୍ଠୀ ବାହାରେ ବିକ୍ଷୋଭ କରିଛନ୍ତି । ରୋଚକ ମୋଡରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ହ୍ୱାଇଟ୍‌ ହାଉସ୍‌ରେ ପହଞ୍ଚିବା ପାଇଁ ମ୍ୟାଜିକ୍‌ ନମ୍ବରଠାରୁ ଆଉ କିଛି ଭୋଟ୍‌ ପଛରେ ଅଛନ୍ତି ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ । ଟ୍ରେଣ୍ଡ ଅନୁଯୟ ଜୋ ବିଡେନ୍‌ ମ୍ୟାଜିକ ବିଡେନ୍‌ ଡିତିବା ଆଡକୁ ଅଗ୍ରସର ହେଉଛନ୍ତି । ବିଡେନଙ୍କୁ ଏ ପର୍ଯ୍ୟନ୍ତ ୨୬୪ ଇଲେକଫର୍ସଙ୍କ ମତ ମିଳିଛି । ବହୁମତ ପାଇଁ ଆଉ ୬ଟି ଇଲେକଫର୍ସଙ୍କ ଆବଶ୍ୟକତା ରହିଛି । ଏଣୁ ମ୍ୟାଜିକ୍‌ ସଂଖ୍ୟା ୨୭୦ ଇଲେକଫର୍ସଙ୍କ ସମର୍ଥନ ପାଇ ବିଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରନ୍ତି । ଆଲାସ୍କା, ଜର୍ଜିଆ, ନର୍ଥ କାରୋଲିନା ଓ ପେନସିଲଭାନିଆରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲï ଟ୍ରମ୍ପ୍‌ ଆଗୁଆ ଥିବାବେଳେ ଆରିଜୋନା ଓ ନାଭେଡ଼ାରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଆଗୁଆ ଅଛନ୍ତି ।
ଅନ୍ୟପକ୍ଷରେ ବିରୋଧୀ ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପଙ୍କୁ ୨୧୪ ଇଲେକଫର୍ସଙ୍କ ମତ ମିଳିଛି । ଆଲାସ୍କା, ଜର୍ଜିଆ, ନର୍ଥ କାରୋଲିନା ଓ ପେନସିଲଭାନିଆରେ ଟ୍ରମ୍ପ୍‌ ଆଗୁଆ ଥିଲେ ହେଁ ବହୁମତ ହାସଲ କରିବା ତାଙ୍କ ପକ୍ଷେ କଷ୍ଟକର । ଯଦି ଏହି ସବୁ ରାଜ୍ୟର ସମସ୍ତ ୫୪ ଇଲେକଫର୍ସ ଟ୍ରମ୍ପଙ୍କୁ ମିଳିଯାଏ ତେବେ ସେ ସମୁଦାୟ ୨୬୮ଟି ମତ ପାଇବେ । ଯାହାକି ବହୁମତ ୨୭୦ଠାରୁ ଆହୁରି ୨ କମ୍‌ । ସମୁଦାୟ ୫୩୮ ଇଲେକଫର୍ସଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ବିଡେନ ୨୬୪ ଓ ଟ୍ରମ୍ପ୍‌ ୨୧୪ଙ୍କ ସମର୍ଥନ ପାଇଛନ୍ତି । ଆଲାସ୍କା, ଆରିଜୋନା, ପେନସିଲଭାନିଆ, ନାଭେଡ଼ା, ଜର୍ଜିଆ ଓ ନର୍ଥ କାରୋଲିନାର ପ୍ରାୟ ୬୦ଟି ଇଲେକଫର୍ସଙ୍କ ପାଇଁ ପାଇଁ ମତଗଣନା ଜାରି ରହିଛି । ସେପଟେ ଜର୍ଜିଆ, ମିସିଗାନ ଓ ପେନସିଲଭାନିଆରେ ଭୋଟ ଗଣତିକୁ ନେଇ ଟ୍ରମ୍ପ୍‌ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଏହିସବୁ ରାଜ୍ୟରେ ପୁନର୍ବାର ମତଗଣନା ପାଇଁ ଟ୍ରମ୍ପ୍‌ ଦାବି କରିଛନ୍ତି ।
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସରିଥିବା ବେଳେ କାହା ହାତକୁ କ୍ଷମତା ଯିବ, ସେ ନେଇ ଚର୍ଚ୍ଚା ଲାଗି ରହିଛି । ଫଳାଫଳ ଆସିବା ପୂର୍ବରୁ ମୁହାଁ-ମୁହିଁ ହୋଇଛନ୍ତି ଡେମୋକ୍ରାଟ ପାର୍ଟିର ଜୋ ବାଇଡେନ୍‌ ଓ ରିପବ୍ଲିକାନ ପାର୍ଟି ତଥା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ।ି ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । କିଏ ଜିତିବ, ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ନା ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍‌ , ତା ଉପରେ ରହିଛି ସାରା ବିଶ୍ୱର ନଜର ।
ଏସବୁ ଭିତରେ ଶେଷ ହୋଇଥିବା ଗଣତି ଅନୁସାରେ ରେ ଆଗୁଆ ଅଛନ୍ତି ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତିକୁ ନେଇ ଜୋ ବାଇଡେନ୍‌ ରେ ଆଗରେ ଥିବାରୁ ଟ୍ରମ୍ପ ପୁଣି ଥରେ ଗଣତି କରିବାକୁ ଦାବି କରିଥିଲେ । ଏହା ସହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ କେଣସି ପ୍ରମାଣ ନଥାଇ ଟ୍ରମ୍ପ ବାରମ୍ବାର ଏଭଳି ଅଭିଯୋଗ କରୁଥିବାରୁ ଆମେରିକାର ଟିଭି ଚ୍ୟାନେଲଗୁଡ଼ିକ ତାଙ୍କ ଲାଇଭ ଭାଷଣକୁ ଅଧାରୁ ବନ୍ଦ କରି ଦେଇଥିବା ଜଣା ପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତି

ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତି

Read More...

ଆନ୍ଧ୍ରର ସ୍ଥିତି ଦେଖି ନିଷ୍ପତ୍ତି ବଦଳିଲା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଆନ୍ଧ୍ରର ସ୍ଥିତି ଦେଖି ନିଷ୍ପତ୍ତି ବଦଳିଲା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page