ଉପନିର୍ବାଚନରେ ବିଜେଡିର ବାଜିମାତ୍‌, ତିର୍ତ୍ତୋଲରେ ଗଡ଼ ବଜାୟ, ବାଲେଶ୍ୱରକୁ ଦଖଲ

November 10, 2020, ଓଡ଼ିଶା, , Anupambharat News Bureau


ଉପନିର୍ବାଚନରେ ବିଜେଡିର ବାଜିମାତ୍‌, ତିର୍ତ୍ତୋଲରେ ଗଡ଼ ବଜାୟ, ବାଲେଶ୍ୱରକୁ ଦଖଲ
Anupambharat News Bureau
November 10, 2020

ଭୁବନେଶ୍ୱର, ୧୦ା୧୧(ଅନୁପମ ମିଡ଼ିଆ): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯାଇଛି । ବାଲେଶ୍ୱର ସିଟ୍‌ ବିଜେପି ହାତମୁଠାରୁ ଖସି ବିଜେଡି ହାତକୁ ଯାଇଥିବା ବେଳେ ତିର୍ତ୍ତୋଲରେ ବିଜେଡି ତାର ଗଡ ବଜାୟ ରଖିଛି ।
ସେହିପରି ଉଭୟ ଆସନରେ ବିଜେପି ଦ୍ୱିତୀୟ ସ୍ଥାନରେ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ନିକଟତମ ପ୍ରତିଦ୍ୱନ୍ଦୀ ମାନସ କୁମାର ଦତଙ୍କୁ ୧୩,୩୫୧ ଭୋଟ୍‌ ରେ ହରାଇ ବିଜୟୀ ହୋଇଛନ୍ତି । ତିର୍ତ୍ତୋଲରେ ମଧ୍ୟ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧,୭୦୩ ଭୋଟ୍‌ରେ ବିଜୟୀ ହୋଇଛନ୍ତି । ଉପନିର୍ବାଚନରେ ବିଜୟ ହାସଲ କରିଥିବାରୁ ପ୍ରାର୍ଥୀଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ବିଜୁ ଜନତା ଦଳର ସବୁ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଜୟ ପରେ ବିଜେଡି ଜୋନ୍‌ ରେ ଖୁସିର ଲହରୀ ଖେଳି ଯାଇଛି । ସବୁଆଡେ ସେଲିବ୍ରେସନ୍‌ ର ମାହୋଲ ଦେଖାଦେଇଛି । ବିଧିବଦ୍ଧ ଭାବେ ରେଜଲଫ ଘୋଷଣା ପୂର୍ବରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ନେତା ଓ କର୍ମୀ ମାନେ ଉତ୍ସବ ମନାଇଥିଲେ ।
ବାଲେଶ୍ୱରରେ ବିଜେଡିର ବିଜୟ ବାନା ଉଡିଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୩ ହଜାରରୁ ଅଧିକ ଭୋଟରେ ବିଜେପିର ମାନସ ଦତଙ୍କୁ ପରାଜିତ କରିଛନ୍ତି ।୨୦୧୯ ନିର୍ବାଚନରେ ବିଜେପି କବଜାରେ ବାଲେଶ୍ୱର ସଦର ଥିବା ବେଳେ ଏଥର କି;ୁ ଶଙ୍ଖ ଶୁଭିଛି । ବିଜେପି ବିଧାୟକ ମଙ୍ଗୁ ଦତଙ୍କ ପରଲୋକ ପରେ ଉପନିର୍ବାଚନ ହେଉଛି । ଯେଉଁଥିଲେ ବିଜେପି ପକ୍ଷରୁ ପୁଅ ମାନସ ଦତଙ୍କୁ ପ୍ରାର୍ଥୀ କରି ପୁଣି ବାଲେଶ୍ୱରରେ ପଦ୍ମ ଫୁଟାଇବାକୁ ଆଶା ରଖିଥିଲା ବିଜେପି । ହେଲେ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣି ବିଜେଡି ବିଜୟୀ ହୋଇଛି । ଗଣତି ଆରମ୍ଭରେ ଅନେକ ରାଉଣ୍ଡରେ ବିଜେଡି ଆଗରେ ରହିଥିଲା କି;ୁ ଗଣତି ଶେଷ ହୋଇ ଆସିବା ବେଳକୁ ବିଜେପି- ବିଜେଡି ମଧ୍ୟରେ କଡା ଟMର ଦେଖିବାକୁ ମିଳିଥିଲା । ବାଲେଶ୍ୱରର ଉପରେ ଥିଲା ସମସ୍ତଙ୍କ ନଜର । ବାଲେଶ୍ୱରରେ ସମ୍ମାନ ବାଜିରେ ଲାଗିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ବିକାଶ ଦାୟିତ୍ୱ ନେବେ ବୋଲି କହିଥିଲେ । ବାଲେଶ୍ୱରରେ ବିଜେଡି ବଡ ବଡ ନେତାଙ୍କୁ ବାଲେଶ୍ୱର ଦାୟିତ୍ୱ ଦେଇଥିଲା । ମାରାଥନ ରାଲି, ପ୍ରଚାର, ପରିଶ୍ରମ ପାଇଁ ବିଜେଡି ପୁଣି ସଦରକୁ ଫେରିପାଇଛି । ଅପରପକ୍ଷରେ ବିଜେଡିର ଗଡ ତିର୍ତ୍ତୋଲକୁ ନିଜ କବଜାରେ ରଖିଛି ବିଜେଡି । ସଂରକ୍ଷିତ ଥିବା ଏହି ସିଟ୍‌ରେ ବିଜେଡି ନେତା ବିଷ୍ଣୁ ଦାସଙ୍କ ମୃତୁ୍ୟ ପରେ ତାଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ ହୋଇଥିଲେ । ବିଜୟଙ୍କ ବିରୁଦ୍ଧରେ ବିଜେପି ରାଜ କିଶୋର ବେହେରାଙ୍କୁ ପ୍ରତିଦ୍ୱନ୍ଦିତା କରାଇଥିଲା । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କଠାରୁ ବହୁ ଦୂରରେ ରହିଛନ୍ତି, କଂଗ୍ରେସ ଓ ବିଜେପି ପ୍ରାର୍ଥୀ । ଭୋଟ୍‌ ବ୍ୟବଧାନରେ ବିଜେଡି ପ୍ରାର୍ଥୀ, ହିମାଂଶୁ ମଲ୍ଲିକ ଓ ରାଜ କିଶୋର ବେହେରାଙ୍କୁ ବେଶ ପଛରେ ପକାଇ ଦେଇଛନ୍ତି । ଗଣତି ଆରମ୍ଭରୁ ହିଁ ବିଜେଡି ଆଗରେ ହିଁ ରହିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିବା ବିଷ୍ଣୁ ଦାସ, ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଗତ ନଭେମ୍ବର ୩ ତାରିଖରେ ଭୋଟ୍‌ ଗ୍ରହଣ ହୋଇଥିଲା । ଉଭୟ ଆସନର ମୋଟ୍‌ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଥିଲା । ବାଲେଶ୍ୱରରେ ୭୦.୬୯% ଏବଂ ତିର୍ତୋଲରେ ୬୯.୬୬% ମତଦାନ ହୋଇଥିଲା । ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଭୋଟଦାନ ହାର ସାମାନ୍ୟ କମିଛି । ଗତ ସାଧାରଣ ନିର୍ବାଚନରେ ବାଲେଶ୍ୱରରେ ୭୧.୨୯ %, ତିର୍ତୋଲରେ ୭୪.୦୯% ମତଦାନ ହୋଇଥିଲା । ଚଳିତ ଥର କୋଭିଡ୍‌ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ୮୦ ବର୍ଷରୁ ଉର୍ଦ୍ଧ୍ୱ , ଭିନ୍ନକ୍ଷମ ଏବଂ କରୋନା ସନ୍ଦିଗ›ଙ୍କ ପାଇଁ ପୋଷ୍ଟାଲ ବାଲାଟ୍‌ ବ୍ୟବସ୍ଥା କରାଯାଇଥିଲା । ତିର୍ତୋଲରେ ୩୧୯୩ ପୋଷ୍ଟାଲ ବାଲାଟ ଓ ବାଲେଶ୍ୱରରେ ୧୬୩୧ ପୋଷ୍ଟାଲ ବାଲାଟ ପଡ଼ିଥିଲା । ବାଲେଶ୍ୱର ସଦରର ବିଜେପି ବିଧାୟକ ମଦନ
ମୋହନ ଦତ ଏବଂ ତିର୍ତ୍ତୋଲର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ମୃତୁ୍ୟ ପରେ ଉଭୟ ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁମ୍ବାଇକୁ ପଞ୍ଚମ ଟାଇଟଲ୍‌

ମୁମ୍ବାଇକୁ ପଞ୍ଚମ ଟାଇଟଲ୍‌

Read More...

ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତି

ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page