ଆଗକୁ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’: ମୋଦି

November 26, 2020, ଦେଶ, , Anupambharat News Bureau


ଆଗକୁ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’: ମୋଦି
Anupambharat News Bureau
November 26, 2020

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନ ଦିବସ ଅବସରରେ କେବାଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ମୋଦି ମୁମ୍ବାଇ ଆକ୍ରମଣରେ ସହିଦ ଯବାନ ଓ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଏଭଳି ଘଟଣାକୁ କେବେ ଭୁଲି ହେବ ନାହିଁ । ୨୦୦୮ରେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିଲା । ଆଜିର ଭାରତ ନୂଆ ନୀତି ମାଧ୍ୟମରେ ଆତଙ୍କବାଦୀଙ୍କୁ ସାମ୍ନା କରୁଛି ବୋଲି କହିଛନ୍ତି ପ୍ରାଧାନମନ୍ତ୍ରୀ ମୋଦି । କରୋନା ମହାମାରୀ ସମୟରେ ଭାରତର ନିର୍ବାଚନୀ ପ୍ରଣାଳୀକୁ ପୁରା ବିଶ୍ୱ ଦେଖିଛି । ଏଭଳି ସମୟରେ ନିର୍ବାଚନ ହେବା ପରିଣାମ ଆସିବା ଓ ପରେ ସରକାର ଗଠନ ହେବା ସହଜ କଥା ନୁହେଁ । ଆମ ସମ୍ବିଧାନରୁ ଆମକୁ ଯେଉଁ ଶକ୍ତି ମିଳୁଛି ତାହା ହିଁ ଏଭଳି ପରିସ୍ଥିତିକୁ ସହଜ କରୁଛି ବୋଲି ମୋଦି କହିଛନ୍ତି । ସମ୍ବିଧାନର ରକ୍ଷା କ୍ଷେତ୍ରରେ ନ୍ୟାୟପାଳିକା ମୁଖ୍ୟ ଭୂମିକା ଗ୍ରହଣ କରେ । ୭୦ ଦଶକରେ ଏହାକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଇଥିଲା । କି;ୁ ଏହାର ଜବାବ ସମ୍ବିଧାନ ହିଁ ଦେଇଥିଲା । ଏମର୍ଜେନ୍ସି ପରେ ସିଷ୍ଟମ ଆହୁରି ମଜଭୁତ ହୋଇଥିଲା । ଏଥିରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ କରୋନା କାଳରେ ଲୋକେ ସମ୍ବିଧାନ ଉପରେ ବିଶ୍ୱାସ କରି ସମର୍ଥନ ଦେଇଛନ୍ତି । ସଂସଦରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନେକ କାର୍ଯ୍ୟ ହୋଇଛି । ସାଂସଦ ନିଜ ଦରମାରେ କାଟ ମଧ୍ୟ କରିଛନ୍ତି । ନିୟମ ଅନୁସାରେ ସରକାର ଗଠନ ହେଲା ଯାହାକି ସମ୍ବିଧାନର ଶକ୍ତି ବୋଲି ମୋଦି କହିଛନ୍ତି । ଆଜି ଦେଶ ସମ୍ବିଧାନ ଦିବସ ପାଳନ କରୁଛି । ସମସ୍ତଙ୍କୁ ରାଷ୍ଟ୍ରହିତକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ଆବଶ୍ୟକ । ଯଦି ଏଭଳି ପ୍ରସଙ୍ଗରେ ବି ରାଜନୀତି ହେଉଛି ତେବେ କ୍ଷତି ସହିବାକୁ ପଡ଼ିପାରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ମୋଦି ଦେଶରେ ଚାଲିଥିବା ର୍ନିବାଚନ ପ୍ରଣାଳୀକୁ ନେଇ କହିଛନ୍ତି, ୱାନ୍‌ ନେସନ୍‌, ୱାନ ଇଲେକ୍ସନ ଆଜି ଭାରତ ପାଇଁ ଆବଶ୍ୟକଛ କିଛି ମାସ ବ୍ୟବଧାନରେ ଦେଶରେ କୌଣସି ନା କୌଣସି ସ୍ଥାନରେ ନିର୍ବାଚନ ହେଉଛି । ତେଣୁ ଏହା ଉପରେ ବିଚାର କରିବା ନିହାତି ଦରକାର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲାଞ୍ଚ କାରବାରରେ ଭାରତ ନମ୍ବର ୧

ଲାଞ୍ଚ କାରବାରରେ ଭାରତ ନମ୍ବର ୧

Read More...

‘ନିଭାର’ ପ୍ରଭାବରେ ତିନି ମୃତ

‘ନିଭାର’ ପ୍ରଭାବରେ ତିନି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page