ଆକ୍ରାନ୍ତଙ୍କ ଘରେ ଲାଗିବନି ପୋଷ୍ଟର

December 03, 2020, ଓଡ଼ିଶା, , Anupambharat News Bureau


ଆକ୍ରାନ୍ତଙ୍କ ଘରେ ଲାଗିବନି ପୋଷ୍ଟର
Anupambharat News Bureau
December 03, 2020


ଭୁବନେଶ୍ୱର, ୨ା୧୨(ଅନୁପମ ମିଡ଼ିଆ): ଏଣିକି କରୋନା ଆକ୍ରାନ୍ତଙ୍କ ଘର ସମ୍ମୁଖରେ କୋଭିଡ-୧୯ ପୋଷ୍ଟର ଲାଗିବ ନାହିଁ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବୁଧବାର ରାଜ୍ୟର ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟିର କମିଶନର ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି । ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ କ୍ରମାଗତ ଭାବେ କରୋନା ପଜିଟିଭ୍‌ ସଂଖ୍ୟା କମିବାରେ ଲାଗିଛି । ଏଭଳି ସ୍ଥିତିରେ ହୋମ୍‌ ଆଇସୋଲେସ୍‌ରେ ଥିବା କରୋନା ଆକ୍ରାନ୍ତଙ୍କ ଘର ସମ୍ମୁଖରେ କୋଭିଡ-୧୯ ପୋଷ୍ଟର ଲଗାଯିବାର ଆବଶ୍ୟକତା ନାହିଁ । ଅନ୍ୟପକ୍ଷେ ଏଣିକି ମାତ୍ର ୪୦୦ ଟଙ୍କାରେ ହୋଇପାରିବ କରୋନା ପରୀକ୍ଷଣ । ବୁଧବାର ଘରୋଇ ଲ୍ୟାବ୍‌ ରେ କରୋନା ଟେଷ୍ଟ ଫି ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ଏସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଘରୋଇ ଲ୍ୟାବ୍‌ ରେ ଆରଟିପିସିଆର ଟେଷ୍ଟ ପାଇଁ ଜିଏସଟି ସହ ଟେଷ୍ଟ ଫି’ ଚାରି ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ ପୂର୍ବରୁ ଘରୋଇ ଲାବ୍‌ରେ କରୋନା ପରୀକ୍ଷା ପାଇଁ ୨୨୦୦ ଟଙ୍କା ଦେବାକୁ ପଡୁଥିଲା । ଗତ ଅଗଷ୍ଟ ମାସରେ ରାଜ୍ୟ ସରକାର କୋଭିଡ୍‌ ଆରଟି ପିସିଆର ପରୀକ୍ଷା ଦର ୨୨୦୦ ଟଙ୍କାରୁ ୧୨୦୦ ଟଙ୍କାକୁ ହ୍ରାସ କରିଥିଲେ । ଘରୋଇ ଲାବୋରୋଟୋରିଗୁଡ଼ିକ ପକ୍ଷରୁ କରାଯାଉଥିବା ଟେଷ୍ଟ ଭୁବନେଶ୍ୱରର ଆରଏମ୍‌ଆରସି ତତ୍ୱାବଧାନରେ ହେବ ଏବଂ ଆଇସିଏମ୍‌ଆର୍‌ ଗାଇଡ୍‌ ଲାଇନ ଅନୁସାରେ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରିମାଣ୍ଡରେ ଯିବେ ପାଠକ ବାପପୁଅ

ରିମାଣ୍ଡରେ ଯିବେ ପାଠକ ବାପପୁଅ

Read More...

ସମସ୍ତ ଜରୁରୀ ପାଇଁ ଗୋଟିଏ ନମ୍ବର ‘୧୧୨’

ସମସ୍ତ ଜରୁରୀ ପାଇଁ ଗୋଟିଏ ନମ୍ବର ‘୧୧୨’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page