ପାଠକ ଲିଙ୍କ୍ : ଟିଟିଲାଗଡ଼ ମୁରିବାହାଲ ରେଞ୍ଜରଙ୍କ ଘରେ ଭିଜିଲାନ୍ସ

December 03, 2020, ଓଡ଼ିଶା, , Anupambharat News Bureau


ପାଠକ ଲିଙ୍କ୍ : ଟିଟିଲାଗଡ଼ ମୁରିବାହାଲ ରେଞ୍ଜରଙ୍କ ଘରେ ଭିଜିଲାନ୍ସ
Anupambharat News Bureau
December 03, 2020


ଟିଟିଲାଗଡ଼: ଆଜି ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ରେଞ୍ଜରଙ୍କ ଟିଟିଲାଗଡ଼ସ୍ଥିତ ହାଟପଦାପଡ଼ା ବାସଭବନ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ କରାଯାଉଥିବାର ଖବର ମିଳିଛି। ଭିଜିଲାନ୍ସ ବିଭାଗର ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ବରଗଡ଼ର ଚାରିଟି ଟିମ୍ ରେଞ୍ଜର ପ୍ରଶାନ୍ତ କୁମାର ନାୟକଙ୍କ ମୁରିବାହାଲ ସ୍ଥିତ ରେଞ୍ଜ ଅଫିସ, ବେଳପଦର ନିକଟରେ ଥିବା ଫାର୍ମ ହାଉସ, ଓ ଟିଟିଲାଗଡ଼ ହାଟପଦା ପଡ଼ାସ୍ଥିତ ବାସଭବନ ଉପରେ ଚଢ଼ଉ। ଟିମରେ ପ୍ରାୟ ୨୫ ଜଣ ଅଧିକାରୀ ସାମିଲ୍ ଥିବା ବେଳେ ଆଜି ସକାଳ ସାଢେ଼ ଛଅଟାରୁ ଚଢ଼ଉ ଆରମ୍ଭ ହୋଇଛି।ରେଞ୍ଜର ଶ୍ରୀ ନାୟକ ମୁରିବାହାଲରେ ଯୋଗ ଦେବା ପୂର୍ବରୁ ବଙ୍ଗୋମୁଣ୍ଡା ରେଞ୍ଜରେ ଅବସ୍ଥାପିତ ଥିଲେ। ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାକୁ ନେଇ ଏହି ଚଢ଼ଉ ଜାରି ରହିଥିବା ବେଳେ ଏଥିରେ ଅଭୟକାନ୍ତ ପାଠକଙ୍କ କୌଣସି ଲିଙ୍କ୍ ଥିବା ବିଷୟରେ ମଧ୍ୟ ବିଭାଗ ତଦନ୍ତ କରୁଥିବା ଜଣାଯାଇଛି।ସୂଚନାଯୋଗ୍ୟ, ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ବଲାଙ୍ଗୀର ଜିଲ୍ଲାରେ କେନ୍ଦୁଲିଫ୍‌ ବିଭାଗରେ ପାଖାପାଖି ଚାରି ବର୍ଷ ଅବସ୍ଥାପିତ ଥିଲେ। ସେ ଏଠାରେ ୭.୧୨.୨୦୧୪ରେ ଯୋଗ ଦେଇ ୧୧.୬.୨୦୧୭ ଯାଏ କାମ କରିଥିଲେ। ସେସମୟରେ କେନ୍ଦୁପତ୍ରର ଗୋଟିଏ ଋତୁରେ ପ୍ରାୟ ୧୨୦କୋଟିରୁ ୧୨୫ କୋଟି ଟଙ୍କା ଆସୁଥିଲା। ଏବେ ଭିଜିଲାନ୍ସ ଆରମ୍ଭ କରିଛି ତଦନ୍ତ। ଅଭୟକାନ୍ତ ବଲାଙ୍ଗୀରରେ ଅବସ୍ଥାପିତ ଥିବା ସମୟର ସବୁ କାଗଜପତ୍ର ଭିଜିଲାନ୍ସ ଜବତ କରି ସେସବୁରୁ ତଥ୍ୟ ଜୁଟାଇବାରେ ଲାଗିଛି।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜେଲ୍‌ ଗଲେ ପ୍ରଦୀପ

ଜେଲ୍‌ ଗଲେ ପ୍ରଦୀପ

Read More...

ରିମାଣ୍ଡରେ ଯିବେ ପାଠକ ବାପପୁଅ

ରିମାଣ୍ଡରେ ଯିବେ ପାଠକ ବାପପୁଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page