ଭାରତ ବନ୍ଦ ସଫଳ ହୋଇବ କି ?

December 06, 2020, ଦେଶ, , Anupambharat News Bureau


ଭାରତ ବନ୍ଦ ସଫଳ ହୋଇବ କି ?
Anupambharat News Bureau
December 06, 2020


ମୁମ୍ବାଇ: କେନ୍ଦ୍ର ସରକାରଙ୍କ ସହିତ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଅସଫଳ ହେବା ପରେ କୃଷକ ଏବେ ଡିସେମ୍ବର ୮ ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଅନେକ ରାଜନୈତିକ ଦଳ ବନ୍ଦ ଡାକରାକୁ ସମର୍ଥନ ଜଣାଇଥିବା ବେଳେ ଅନେକ ନେତା କୃଷକ ଆନ୍ଦୋଳନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଏହା ମଧ୍ୟରେ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ କହିବା କଥା ଯଦି ଏହାର ଶୀଘ୍ର ସମାଧାନ କରାନଯାଏ ତେବେ ସମଗ୍ର ଦେଶର କୃଷକ ପଞ୍ଜାବ-ହରିୟାଣା କୃଷକଙ୍କ ସହିତ ଆନ୍ଦୋଳନରେ ସାମିଲ ହୋଇଯିବେ । ଦଶମ ଦିନରେ ଚାଷୀ ଆନ୍ଦୋଳନ । କୃଷକ ସଂଗଠନ ଓ ସରକାଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି ।
କି;ୁ ମିଳିଥିବା ସୂଚନା ଅନୁସାରେ ଆଜିର ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁୟ । ପୁଣି ସରକାର-କୃଷକ ଆଲୋଚନା ଡିସେମ୍ବର ୮ ରେ ହେବ । ସେପଟେ ବୈଠକ ଜାରି ରହିଥିବା ବେଳେ କୃଷକ ନେତା ଶାନ୍ତ ହୋଇ ବସିପଡ଼ିଥିବା ବେଳେ ମନ୍ତ୍ରୀମାନେ ନିଜ ନିଜ ଭିତରେ ଆଲୋଚନା ଜାରି ରଖିଥିଲେ । କି;ୁ କେଣସି ସମାଧାନ ବାହାରି ପାରିନଥିବା ବେଳେ ସରକାର କୃଷକମାନଙ୍କୁ ଆହୁରି ସମୟ ମାଗିଥିବା ଜଣାପଡ଼ିଛି ।
ସେପଟେ ଚାଷୀ ନେତା କେବଳ ହଁ ବା ନାରେ ଉତ୍ତର ଚାହୁଁଛନ୍ତି ବୋଲି ସରକାରଙ୍କୁ ସଫା ସଫା ଜଣାଇ ଦେଇଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସମେତ ସରକାରର ଅନ୍ୟ ପ୍ରତିନିଧି ବୈଠକରେ ଛପସ୍ଥିତ ଥିଲେ । କୃଷକଙ୍କୁ ସମ୍ବୋଧନ କରି ତୋମାର କହିଥିଲେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ନୂଆ ୩ କୃଷି ନିୟମ ପ୍ରତ୍ୟାହାର କରାଯିବ ନାହିଁ । କି;ୁ ନିୟମ ସଂଶୋଧନ ସପକ୍ଷରେ ସରକାର ଅଛନ୍ତି ବୋଲି ତୋମାର କହିଥିଲେ । ସରକାର କୃଷି ନିୟମ ସଂଶୋଧନ ପାଇଁ ରାଜି ଥିବା ବେଳେ କୃଷକ ସଂଗଠନ କି;ୁ କୌଣସ ପ୍ରକାର ସଂଶୋଧନ ନୁହେଁ ବରଂ ପ୍ରତ୍ୟାହାର ପାଇ ଅଡ଼ି ବସିଛନ୍ତି ।
୩ଟି ନିୟମ ପ୍ରତ୍ୟାହାର ହେଉ ବୋଲି କୃଷକ ଜିଦ ଧରିଥିଲେ । ଦିଲ୍ଲୀ ବିଜ୍ଞାନ ଭବନରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଶନିବାର ଅପରାହ୍ନ ୨.୩୦ରୁ ବେଠକ ଚାଲିଥିଲା । ମିଳିଥିବା ସୂଚନା ଅନୁସାରେ ୪୦ କୃଷକ ନେତାଙ୍କ ସହ ପଞ୍ଚମ ପର୍ଯ୍ୟାୟର ପ୍ରାରମ୍ଭିକ ଆଲୋଚନାରେ କୃଷି ନିୟମ ପରିବର୍ତ୍ତନକୁ ସ୍ୱାଗତ କରିଥିଲେ ତୋମାର । କୃଷକ ନେତାଙ୍କ ସହ ସରକାର ଖୋଲା ମନରେ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।ଶରଦ ପାୱାର୍‌ କହିଛନ୍ତି, ପଞ୍ଜାବ ଓ ହରିୟାଣାର କୃଷକ ଗହମ ଓ ଧାନର ମୁଖ୍ୟ ଉତ୍ପାଦକ ଅଟନ୍ତି ଏବଂ ବର୍ତ୍ତମାନ ସେମାନେ ଆନ୍ଦୋଳନ କରୁଛନ୍ତି । ଯଦି ସମସ୍ୟାର ସମାଧାନ କରାନଯାଏ ତେବେ ଖୁବ୍‌ ଶୀଘ୍ର ସାରା ଦେଶର କୃଷକ ଏହି ଆନ୍ଦୋଳନରେ ସାମିଲ ହୋଇଯିବେ ।
ଯେବେ ବିଧେୟକ ଗୃହୀତ ହେଉଥିଲା ସେହି ସମୟରେ ମଧ୍ୟ ଆମେ ସରକାରଙ୍କୁ ନିବେଦନ କରିଥିଲୁ ଯେ, ଏଥିରେ ଏତେ ତର ତର ହେବାର ଆବଶ୍ୟକତା ନାହିଁ । କୃଷି ଆଇନକୁ ନେଇ ସେ କହିଛନ୍ତି, ବିଧେୟକକୁ ଚୟନ କମିଟି ପାଖକୁ ପଠାଇବାର ଥିଲା ଏବଂ ଆଲୋଚନାର ଆବଶ୍ୟକତା ଥିଲା । ମାତ୍ର ଏମିତି ନକରି ବିଲ୍‌ ପାରିତ କରି ଦିଆଗଲା । ଏବେ ସରକାରଙ୍କୁ ଏହି ତରବରିଆ ନୀତି ମହଙ୍ଗା ପଡୁଛି । ଏହା ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ର ଅଧ୍ୟକ୍ଷ କେ.ଚନ୍ଦ୍ରଶେଖର ରାଓ କୃଷକଙ୍କ ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି ।
ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ସରକାର କୃଷି ଆଇନକୁ ରଦ୍ଦ କରି ନାହାନ୍ତି ସେ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାର ଆବଶ୍ୟକତା ରହିଛି । କଂଗ୍ରେସ ମଧ୍ୟ ଡିସେମ୍ବର ୯ ରେ କୃଷକଙ୍କ ଦ୍ୱାରା ଆହୂତ ଭାରତ ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଛି । ଏହା ବ୍ୟତୀତ ବାମପନ୍ଥୀ ଦଳ ମଧ୍ୟ ଭାରତ ବନ୍ଦକୁ ଖୋଲା ସମର୍ଥନ ଦେଇଛି ।
ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି), ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ), ରାଷ୍ଟ୍ରୀୟ ଲୋକଦଳ(ଆରଏଲଡି) ମଧ୍ୟ ଦେଶବ୍ୟାପୀ ଭାରତ ବନ୍ଦର ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅରବିନ୍ଦ କେଜ୍ରିଓ୍‌ାଲଙ୍କ ଆମ୍‌ ଆଦମୀ ପାର୍ଟି ମଧ୍ୟ ବନ୍ଦର ସମର୍ଥନ ଘୋଷଣା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜରୁରୀ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ଜରୁରୀ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

Read More...

ବିଜେପି ସହ ଭଲ ସମ୍ବନ୍ଧ ରଖିଥଲେ ଏବେ ବି ମୁଖ୍ୟମନ୍ତ୍ରୀ ଥାଆନ୍ତି: କୁମାରସ୍ୱାମୀ

ବିଜେପି ସହ ଭଲ ସମ୍ବନ୍ଧ ରଖିଥଲେ ଏବେ ବି ମୁଖ୍ୟମନ୍ତ୍ରୀ ଥାଆନ୍ତି: କୁମାରସ୍ୱାମୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page