ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜାମ ସରକାରୀ ମେଡ଼ିକାଲ୍‌

May 19, 2019, ଓଡ଼ିଶା, , Anupambharat News Bureau


ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜାମ ସରକାରୀ ମେଡ଼ିକାଲ୍‌
Anupambharat News Bureau
May 19, 2019

ଗଞ୍ଜାମ,୧୯ା୫(ଅନୁପମ ମିଡ଼ିଆ): ଗଞ୍ଜାମ ସ୍ଥିତ ସରକାରୀ ମେଡିକାଲ୍‌ରେ ଗତ ୬ମାସ ତଳେ ନିଯୁକ୍ତି ପାଇଥିବା ଡାକ୍ତର ବିଦ୍ୟା ମହାରଣା ପିଜି ପଢ଼ିବା ପାଇଁ ଚାକିରି ଛାଡ଼ି ଯାଇଥିବା ବେଳେ ବର୍ତ୍ତମାନ ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜାମ ମେଡିକାଲ୍‌ରେ ଚିକିତ୍ସା ଚାଲିଥିବା ଦେଖାଯାଇଛି । ତୁରନ୍ତ ନୂତନ ଡାକ୍ତରଙ୍କୁ ନିଯୁକ୍ତି କରାନଗଲେ ଆନ୍ଦୋଳନ କରିବା ପାଇଁ ଅଞ୍ଚଳବାସୀ ସଜବାଜ ହେଉଥିବା ସୂଚନା ମିଳିଛି । ଏହି ଗଞ୍ଜାମ ସରକାରୀ ମେଡିକାଲ୍‌ ଉପରେ ଗଞ୍ଜାମ ବ୍ଲକ, ଗଞ୍ଜାମ ଏନ୍‌ଏସି ଓ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଲୋକମାନେ ଚିକିତ୍ସା ପାଇଁ ନିର୍ଭର କରନ୍ତି । ଜାତୀୟ ରାଜପଥ ପାଶ୍ୱର୍ରେ ଏହା ଥିବାରୁ ସଡ଼କ ଦୁର୍ଘଟଣାରେ ଆହତ ରୋଗୀମାନେ ଏଠାକୁ ଆସିଥାନ୍ତି । ଏଠାରେ ଗୋଟିଏ ଆୟୁଷ ଡାକ୍ତର ଓ ଗୋଟିଏ ଏମ୍‌ବିବିଏସ୍‌ ଡାକ୍ତର ପାଇଁ ପୋଷ୍ଟ ଥିବା ବେଳେ ପ୍ରାୟ ସମୟରେ ଏଠାକୁ ଆସୁଥିବା ଡାକ୍ତର ସ୍ୱଳ୍ପ ସମୟ ପରେ ଚାକିରି ଛାଡ଼ି ପଳାଉଛନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ନଜିର ଅଛି । ଏହି ମେଡିକାଲ୍‌ଟି ଡ଼େଲିଭରୀ ପଏଣ୍ଟ ହୋଇଥିବାରୁ ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ପ୍ରତିଦିନ ପ୍ରସୂତି ମହିଳାଙ୍କ ଲମ୍ବା ଧାଡ଼ି ଲାଗୁଛି ।
ଯାହା ଫଳରେ ଏହି ମେଡ଼ିକାଲକୁ ୨୪ଘଣ୍ଟିଆ ସେବା ଦେବାକୁ ପଡୁଛି । କିନ୍ତୁ ଏହାକୁ କେବଳ ଫାର୍ମାସିଷ୍ଟ ଶ୍ରୀମୟ ରଥ ଚଲାଉଥିବାର ଦେଖାଯାଇଛି । ଫଳରେ ଡାକ୍ତର ଅଭାବ ଯୋଗୁଁ ପ୍ରତି ସମୟରେ ରୋଗୀଙ୍କ ମଧ୍ୟରେ ଅଶାନ୍ତି ଦେଖାଯିବା ସହ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି । ଦୁଇଟି ଜିଲ୍ଲାର ରୋଗୀ ଓ ଜାତୀୟ ରାଜପଥର ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଭିଡ଼ ଜମୁଥିବା ଏହି ମେଡିକାଲ୍‌କୁ ସ୍ଥାୟୀ ଡାକ୍ତର ନିଯୁକ୍ତି ଦେବାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ନେଇ ଅଞ୍ଚଳରେ ତୀବ୍ର ପ୍ରତିକି୍ରୟା ଦେଖା ଦେଇଛି । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଡାକ୍ତର ନିଯୁକ୍ତି ତୁରନ୍ତ କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନଦୀକୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ନଦୀକୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

Read More...

ଅମରିନ୍ଦର -ସିଦ୍ଧୁଙ୍କ ମଧ୍ୟରେ ବିବାଦ ଘନେଇଲା

ଅମରିନ୍ଦର -ସିଦ୍ଧୁଙ୍କ ମଧ୍ୟରେ ବିବାଦ ଘନେଇଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page