ଖେଳରତ୍ନ ପୁରସ୍କାର ଫେରାଇବେ ବିଜେନ୍ଦ୍ର

December 06, 2020, ଦେଶ, , Anupambharat News Bureau


ଖେଳରତ୍ନ ପୁରସ୍କାର ଫେରାଇବେ ବିଜେନ୍ଦ୍ର
Anupambharat News Bureau
December 06, 2020


କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । ଆଜକୁ ୧୧ଦିନ ହେଲା ଆନ୍ଦୋଳନ ଜାରି ରହିଛି । ତେବେ ଏ ମଧ୍ୟରେ ଅଲିମ୍ପିକ୍‌ ବିଜେତା ବକ୍ସର ବିଜେନ୍ଦ୍ର ସିଂ ନେଇଥିବା ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ସରକାର କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି, ତେବେ ସେ ପାଇଥିବା ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଫେରାଇଦେବେ ବୋଲି କହିଛନ୍ତି । ସିଙ୍ଘୁ ସୀମାରେ (ହରିୟାଣା-ଦିଲ୍ଲୀ ) କୃଷକଙ୍କ ଆନ୍ଦୋଳନରେ ବକ୍ସର ବିଜେନ୍ଦ୍ର ସିଂ ଯୋଗ ଦେଇଥିଲେ । ସେଠାରେ କୃଷକମାନଙ୍କୁ ସମ୍ବୋଧିତ କରି ବିଜେନ୍ଦ୍ର ସିଂ କହିଛନ୍ତି ଯେ, ଯଦି ସରକାର କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି, ତେବେ ମୁଁ ମୋର ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଫେରାଇ ଦେବି । ବିଜେନ୍ଦ୍ରଙ୍କ ପୂର୍ବରୁ ବଲିଉଡ କଣ୍ଠଶିଳ୍ପୀ ଏବଂ ଅଭିନେତା ଦିଲଜିତ ଦୋସାଞ୍ଜ କୃଷକମାନଙ୍କୁ ସମର୍ଥନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନରେ କଳି ରାତିରେ କୋଳାକୋଳି : ଏ ଚେଲାକୁମାର

ଦିନରେ କଳି ରାତିରେ କୋଳାକୋଳି : ଏ ଚେଲାକୁମାର

Read More...

ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ : ରେଡ୍‌ ଲାଇଟ୍‌ ଡେଇଁଲେ ତିନି ମାସ ପାଇଁ ରଦ୍ଦ ହେବ ଡିଏଲ

ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ : ରେଡ୍‌ ଲାଇଟ୍‌ ଡେଇଁଲେ ତିନି ମାସ ପାଇଁ ରଦ୍ଦ ହେବ ଡିଏଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page