ଗର୍ଭଧାରଣ ପୋର୍ଟାଲ ଲୋକାର୍ପିତ

December 11, 2020, ଓଡ଼ିଶା, , Anupambharat News Bureau


ଗର୍ଭଧାରଣ ପୋର୍ଟାଲ ଲୋକାର୍ପିତ
Anupambharat News Bureau
December 11, 2020

ଭୁବନେଶ୍ୱର, ୧୧ା୧୨ (ଅନୁପମ ମିଡିଆ): ଚଳିତ ୨୦୨୦ ବର୍ଷରୁ ରାଜ୍ୟ ସରକାର ଗର୍ଭଧାରଣ ପୂର୍ବ ଓ ପ୍ରସୂତିପୂର୍ବ ରୋଗ ନିର୍ଣ୍ଣୟ (ପି.ସି ଏବଂ ପି.ଏନ.ଡି.ଟି) ସମ୍ବନ୍ଧୀୟ ଅଲଟ୍ରାସାଉଣ୍ଡର ପଞ୍ଜୀକରଣ ଏବଂ ନବୀକରଣ ସୁବିଧାକୁ ଲୋକସେବା ଆଇନ ଅଧିକାର ପରିସରଭୁକ୍ତ କରିଛନ୍ତି ।ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ର ଗର୍ଭଧାରଣପୂର୍ବ ଏବଂ ପ୍ରସୂତିପୂର୍ବ ରୋଗ ନିର୍ଣ୍ଣୟ (ପି.ସି ଏବଂ ପି.ଏନ.ଡି.ଟି) ସମ୍ବନ୍ଧୀୟ ଅଲଟ୍ରାସାଉଣ୍ଡ ପଞ୍ଜୀକରଣ ଏବଂ ନବୀକରଣ ନିମନ୍ତେ ଅନ୍‌ଲାଇନ୍‌ ଦରଖାସ୍ତ ଆବେଦନ ସେବାକୁ ଉନ୍ମୋଚନ କରିଛନ୍ତି । ଭର୍ଚୁଆଲ ମୋଡ଼ରେ ଏହି ସଫଫେୱୟାର ଲୋକାର୍ପଣ ଅବସରରେ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ (ଯେଉଁମାନେ କି ଗର୍ଭଧାରର ପୂର୍ବ ଓ ପ୍ରସୂତି ପୂର୍ବ ରୋଗ ନିର୍ଣ୍ଣୟ ସମ୍ବନ୍ଧୀୟ (ପି.ସି. ଏବଂ ପି.ଏନ.ଡି.ଟି) ଜିଲ୍ଲାସ୍ତରୀୟ ଉପଯୁକ୍ତ କର୍ତ୍ତୃପକ୍ଷ) ଅନ୍‌ଲାଇନ୍‌ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଏ ସମ୍ବନ୍ଧୀୟ ଦରଖାସ୍ତ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଠିକ୍‌ ସମୟରେ ପଞ୍ଜୀକରଣ ଏବଂ ନବୀକରଣ ଓ ସ୍ୱଚ୍ଛତା ମାଧ୍ୟମରେ ଅଲଟ୍ରାସାଉଣ୍ଡ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ଅନ୍‌ଲାଇନ୍‌ ଦରଖାସ୍ତ ଆବେଦନ ଏକ ଉପଯୁକ୍ତ ମାଧ୍ୟମ ଏବଂ ଏଥିପାଇଁ ୭୦ ଦିନ ସମୟ ଧାର୍ଯ୍ୟ ହୋଇଛି । ଦରଖାସ୍ତ ଦାଖଲ କରିବା, ଟଙ୍କା ପଇଠ କରିବା ଏବଂ ଦରଖାସ୍ତର ସ୍ଥିତି ଆବେଦନକାରୀ ଅନ୍‌ଲାଇନ୍‌ରେ ଜାଣିାପାରିବେ । ସମସ୍ତ ଆବଶ୍ୟକୀୟ ତଥ୍ୟ େୱବ୍‌ ପୋର୍ଟାଲ୍‌ରେ ଅପଲୋଡ଼ କରାଯାଇଛି ।ଏହି ଭର୍ଚୁଆଲ ଲୋକାର୍ପଣ ଉତ୍ସବରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଓଡ଼ିଶା ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ନାୟକ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ଶାସନ ସଚିବ ବିଶିକେଶନ ଦେହୁରୀ, ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ, ଏନ୍‌ଆଇସିର ରାଜ୍ୟ ସୂଚନା ଅଧିକାରୀ କସ୍ତୁରୀ ଦାଶ, ପି.ସି. ଏବଂ ପି.ଏନ୍‌.ଡି.ଟିର ରାଜ୍ୟ ନୋଡାଲ ଅଧିକାରୀ ଡ. ପ୍ରତିଭା ପ୍ରଧାନ, ଷ୍ଟେଟ୍‌ ଫେସିଲିଟେଟର ଡ. ଶ୍ରାବଣୀ ଦାସ, ଆଇନ ପରାମର୍ଶଦାତା ମନୋରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଜିଳ୍ଲାର ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡ଼ିଓ କନଫରେନ୍‌ସିଂ ମାଧ୍ୟମରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫେସ୍‌ବୁକ୍‌କୁ ପଛରେ ପକାଇଲା ଟିକ୍‌ଟକ୍‌

ଫେସ୍‌ବୁକ୍‌କୁ ପଛରେ ପକାଇଲା ଟିକ୍‌ଟକ୍‌

Read More...

ପ୍ରଦୀପଙ୍କ ଦୁର୍ନୀତି ମାମଲା: ତଦନ୍ତ କରିବ ଭିଜିଲାନ୍ସ

ପ୍ରଦୀପଙ୍କ ଦୁର୍ନୀତି ମାମଲା: ତଦନ୍ତ କରିବ ଭିଜିଲାନ୍ସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page