କରୋନା ଯୋଗୁଁ ଇାସ୍ରୋର ବ୍ୟାପକ କ୍ଷତି

December 14, 2020, ଦେଶ, , Anupambharat News Bureau


କରୋନା ଯୋଗୁଁ ଇାସ୍ରୋର ବ୍ୟାପକ କ୍ଷତି
Anupambharat News Bureau
December 14, 2020


ନୂଆଦିଲ୍ଲୀ: କରୋନା ମହାମାରୀରେ ଦେଶର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଛି । ଅନେକ ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ କ୍ଷତି ବ୍ୟାପକ ହୋଇଛି । ଭାରତୀୟ ମହାକାଶ ଗବେଷଣ ସଂସ୍ଥା (ଇସ୍ରୋ) ମଧ୍ୟ ମହାମାରୀ ମଧ୍ୟରେ ବ୍ୟାପକ କ୍ଷତି ସହିଛି । ଇସ୍ରୋ ପ୍ରତିବର୍ଷ ବିଦେଶୀ ସାଟେଲାଇଟ୍‌ ଲଞ୍ଚ କରିବା ସହିତ ଅନ୍ତାରୀକ୍ଷ କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ ବିପୁଳ ପରିମାଣର ଅର୍ଥ ରୋଜଗାର କରେ । କି;ୁ ଚଳିତ ବର୍ଷ ଏହି ରୋଜଗାର ଖସିଆସି ମାତ୍ର ୮ କୋଟି ରହିଛି । ମହାମାରୀ କାରଣରୁ ଅନେକ ଦେଶମାନଙ୍କରେ ହେବାକୁ ଥିବା ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଯାହାଫଳରେ କି ମହାକାଶ ଗବେଷଣା ସଂସ୍ଥା ଗୁଡିକର ବ୍ୟାପକ କ୍ଷତି ଘଟିଛି । ଆରଟିଆଇ କର୍ମୀ ରଂଜନ ତୋମାରଙ୍କ ଏକ ପ୍ରଶ୍ନର ଉତ୍ତରରେ (ଇସ୍ରୋ) ର ବାଣିଜ୍ୟିକ ବାହୁ ଆଣ୍ଟ୍ରିକ୍ସ କର୍ପୋରେସନ୍‌ କହିଛି ବର୍ଷ ୨୦୧୯-୨୦ରେ ମାତ୍ର ୮.୦୯ କୋଟି ରୋଜଗାର ହୋଇଛି । ୨୦୧୮-୧୯ ବର୍ଷରେ ୩୩୧.୯୭ କୋଟି ଟଙ୍କା ରୋଜଗାର କରିଥିଲା ଇସ୍ରୋ । ସେହିଭଳି ୨୦୧୭-୧୮ରେ ୨୩୯.୧୨ କୋଟି ଟଙ୍କା ରୋଜଗାର ହୋଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ମହାମାରୀ କାରଣରୁ ବିଭିନ୍ନ ମହାକାଶ ଗବେଷଣା ଜନୀତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ଏହାର ପ୍ରଭାବ ପଡିଛି । ତେବେ ଏବେି ସ୍ଥିତି ସ୍ୱାଭାବିକ ହୋଇନିଥିବାରୁ ଆଗାମୀ ଦିନରେ ମହାକାଶ ଗବେଷଣା ସଂସ୍ଥାମାନେ ଆହୁରିା କ୍ଷତି ସହିବା ଆଶଙ୍କା କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଷୀ ଆନ୍ଦୋଳନକୁ ବିକ୍ରି କରି ଦେଇଛନ୍ତି ଅମରିନ୍ଦର: କେଜରିୱାଲ

ଚାଷୀ ଆନ୍ଦୋଳନକୁ ବିକ୍ରି କରି ଦେଇଛନ୍ତି ଅମରିନ୍ଦର: କେଜରିୱାଲ

Read More...

ନିଲାମ୍‌ ଅପେକ୍ଷାରେ ଓଡିଶାର ୩ କୋଇଲା ଖଣି

ନିଲାମ୍‌ ଅପେକ୍ଷାରେ ଓଡିଶାର ୩ କୋଇଲା ଖଣି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page