ଏମ୍‌ଏସ୍‌ପିରେ ସଂଶୋଧନ ହେବନି

December 15, 2020, ଦେଶ, , Anupambharat News Bureau


  ଏମ୍‌ଏସ୍‌ପିରେ ସଂଶୋଧନ ହେବନି
Anupambharat News Bureau
December 15, 2020


ନୂଆଦିଲ୍ଲୀ,୧୫ା୧୨: ଭାରତରେ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦେଶବ୍ୟାପି ଯେଉଁ ଚାଷୀ ଆନ୍ଦୋଳନ ହୋଇଥିଲା ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ମନେ ହେଉଛି । ଆନ୍ଦୋଳନ ସତ୍ତେ୍ୱ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଚାଷୀମାନଙ୍କ ଶସ୍ୟ ବିକ୍ରି କ୍ଷେତ୍ରରେ ସର୍ବନିମ୍ନ ସହାୟକ ଦର (ଏମ୍‌ଏସ୍‌ପି) ଯାହା ଧାର୍ଯ୍ୟ କରାଯାଇଛି ତାହା ଏକ ପ୍ରଶାସନିକ ନିଷ୍ପତ୍ତି ତେଣୁ ଏହା ଯାହା ରହିଛି ତାହାହିଁ ରହିବ । ଏ ସମ୍ପର୍କରେ ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏହା ପୂର୍ବରୁ ଆଇନକୁ ସଂଶୋଧନ ସମ୍ପର୍କରେ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା ଚାଷୀ ସଂଗଠନ ଗ୍ରହଣ କରିନଥେିଲେ । ଏବେ ମଧ୍ୟ ଆଲୋଚନାର ବାଟ ରହିଛି ବୋଲି ତୋମାର କହିଛନ୍ତି । ସୂଚନା ଯେ, ପଞ୍ଜାବ, ହରିଆନା, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ବହୁ ଅଞ୍ଚଳରେ ଭାରତୀୟ ଜନତାପାର୍ଟି (ବିଜେପି) ନେତୃତ୍ୱାଧିନ ଏନ୍‌ଡିଏ ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରାଯାଇଥିଲା । ଭାରତ ବନ୍ଦ ସହିତ ଡିସେମ୍ବର ୧୪ରେ ଉପବାସ ଅନସନ ମଧ୍ୟ ହୋଇଥିଲା । ତେବେ ମଧ୍ୟ ସରକାର ଏମ୍‌ଏସ୍‌ପିରେ ପରିବର୍ତ୍ତନ କରିବେ ନାହିଁ ସ୍ପଷ୍ଟ କରିଛନ୍ତି । ଯେଉଁ ଚାଷୀ ସଂଗଠନ ଗୁଡିକ ବାସ୍ତବିକ ଲୋକଙ୍କ ନିକଟରେ ପରିଚିତ ଅଛନ୍ତି ଏବଂ ପ୍ରକୃତରେ ସେମାନେ ଲୋକଙ୍କ ପାଇଁ ବା ଚାଷୀଙ୍କ ପାଇଁ କାମ କରନ୍ତି ସେଭଳି ସଂଗଠନମାନଙ୍କ ସହିତ ସରକାର ଆଲୋଚନା କରିବେ । କାରଣ ଦେଶର ବହୁ ରାଜ୍ୟରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସ୍ୱାଗତ କରାଯାଇଛି । ସିଧାସଳଖ ଆଲୋଚନା ମାଧ୍ୟମରେ କୌଣସି ସମାଧାନର ବାଟ ଫିଟି ପାରେ ବୋଲି ମଧ୍ୟ ତୋମାର କହିଛନ୍ତି । ମଣ୍ଡି ଗୁଡିକ ପୂର୍ବ ଭଳି ଚାଲୁ ରହିବ । ଏହା ବନ୍ଦ ହେବ ନାହିଁ । ଉକ୍ତ ମଣ୍ଡି ଗୁଡିକରେ ସମସ୍ତ ଭିର୍ତ୍ତିଭୂମୀ ଓ ବ୍ୟବସ୍ଥାକୁ ଉନ୍ନତଧରଣର କରାଯିବ । କୌଣସି ଚାଷୀ ଯଦିଓ ମଣ୍ଡି ବାହାରେ ତାହାଙ୍କ ଶସ୍ୟ ବା ଉତ୍ପାଦ ବିକ୍ରି କରିବାକୁ ଚାହିଁ ବେ ତେବେ ସରକାର ସେମାନଙ୍କୁ ଲାଇସେନ୍ସ ଯୋଗାଇ ଦେବେ ତେଣୁ ମଣ୍ଡିରେ ଚାଷୀ ବିକ୍ରି କରିପାରିବେ । କିମ୍ବା ବାହାରେ ମଧ୍ୟ ବିକ୍ରି କରିପାରିବେ, ଏହା ଚାଷୀ ଉପରେ ନିର୍ଭର କରେ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ପଶ୍ଚିମବଙ୍ଗରେ
କେତେକ ଚାଷୀ ସଂଗଠନ ୧୬ ତାରିଖରେ
ପୁଣି ଥରେ ବିରୋଧ ପ୍ରଦର୍ଶନ ବା ରାଲି କରିବେ ବୋଲି ଯୋଜନା କରିଛନ୍ତି । ମୁମ୍ବାଇରେ ୨୨ ତାରିଖରେ ଏବଂ ପାଟଣାରେ ଚଳିତମାସ ୨୯ ତାରିଖରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି କେତେକ ଚାଷୀ ସଂଗଠନ ସ୍ଥିର କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିରୋ ନାଇଟ୍‌ ସେଲିବ୍ରେସନ୍‌ ମନା:  ଜାନୁଆରୀ ୩ରୁ ଖୋଲିପାରେ ଧାର୍ମିକ ଅନୁଷ୍ଠାନ,  ୨୫ରେ ଚର୍ଚ୍ଚ ଖୋଲିବାକୁ ସ୍ୱତନ୍ତ୍ର ଅନୁମତି ,  ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଜିରୋ ନାଇଟ୍‌ ସେଲିବ୍ରେସନ୍‌ ମନା: ଜାନୁଆରୀ ୩ରୁ ଖୋଲିପାରେ ଧାର୍ମିକ ଅନୁଷ୍ଠାନ, ୨୫ରେ ଚର୍ଚ୍ଚ ଖୋଲିବାକୁ ସ୍ୱତନ୍ତ୍ର ଅନୁମତି , ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

Read More...

ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷଙ୍କୁ ଟିକା

ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷଙ୍କୁ ଟିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page