ବିବାହ କରିବେ ଲୋକପ୍ରିୟ ଲେଖିକା କନିକା

December 18, 2020, ଦେଶ, , Anupambharat News Bureau


ବିବାହ କରିବେ ଲୋକପ୍ରିୟ ଲେଖିକା କନିକା
Anupambharat News Bureau
December 18, 2020


ନୂଆଦିଲ୍ଲୀ: ରାଇଟର କନିକା ଧିଲ୍ଲନ୍‌ ହିମାଂଶୁ ଶର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି । କନିକା ଏବଂ ହିମାଂଶୁ ଦୁହେଁ ବଲିଉଡର ଅନେକ ଲୋକପ୍ରିୟ ଫିଲ୍ମର କାହାଣୀ ଲେଖିଛନ୍ତି । ସୋସିଆଲ୍‌ ମିଡିଆରେ ଉଭୟଙ୍କ ନିର୍ବନ୍ଧ ଫଟୋ ଭାଇରାଲ୍‌ ହୋଇଛି । କନିକା ନିର୍ବନ୍ଧ ର ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ ସେ ହଳଦିଆ ରଙ୍ଗର ଡ୍ରେସରେ ନଜର ଆସିଛନ୍ତି । ନିର୍ବନ୍ଧରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଅନ୍ୟ ପଟେ ହିମାଂଶୁ ବ୍ଲ୍ୟୁ କଲରର କୁର୍ତ୍ତା-ପାଇଜାମା ଏବଂ ହ୍ୱାଇଟ୍‌ ଜ୍ୟାକେଟରେ ହ୍ୟାଣ୍ଡସମ୍‌ ଦେଖାଯାଉଥିଲେ । ଫଟୋ ସେୟାର କରିଥିଲେ । କନିକା ଏବଂ ହିମାଂଶୁ ବର୍ଷେ ଡେଟ୍‌ କରିବା ପରେ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ । ହିମାଂଶୁଙ୍କ ପୂର୍ବରୁ ଫିଲ୍ମମେକର ପ୍ରକାଶ କୋଭଲାମୁଡିଙ୍କ ସହ କନିକାଙ୍କ ବିବାହ ହୋଇଥିଲା । ୨୦୧୯ରେ ଦୁହେଁ ନିଜ ରାସ୍ତା ଅଲଗା କରି ଦେଇଥିଲେ । ୨୦୧୯ରେ ଅଗଷ୍ଟରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ହିମାଂଶୁ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସହ ରିଲେସନରେ ଥିଲେ । କି;ୁ ଦୁହେଁ ପରସ୍ପର ସହ ବ୍ରେକଅପ୍‌ କରି ଦେଇଥିଲେ ଏବଂ ଅଲଗା ହୋଇଯାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜପଥରେ ରହିବନି ଟୋଲ୍‌ ବୁଥ୍‌

ରାଜପଥରେ ରହିବନି ଟୋଲ୍‌ ବୁଥ୍‌

Read More...

କଳିଙ୍ଗର ଐତିହ୍ୟରେ ପାଲୁର

କଳିଙ୍ଗର ଐତିହ୍ୟରେ ପାଲୁର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page