କର୍ଣ୍ଣାଟକରେ ନାଇଟ କର୍ଫୁ୍ୟ

December 23, 2020, ଦେଶ, , Anupambharat News Bureau


କର୍ଣ୍ଣାଟକରେ ନାଇଟ କର୍ଫୁ୍ୟ
Anupambharat News Bureau
December 23, 2020


ଭାରତରେ ନୂଆ ଷ୍ଟ୍ରେନ୍‌ ଦ୍ୱାରା ଆକ୍ରାନ୍ତ ଚିହ୍ନଟ ପରେ ସରକାର ସତର୍କ ହେବାରେ ଲାଗିଛନ୍ତି । ପୂର୍ବରୁ ମହାରାଷ୍ଟ୍ରରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ କରାଯାଇଥିବା ବେଳେ ଏବେ କର୍ଣ୍ଣାଟକରେ ମଧ୍ୟ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫୁ୍ୟ ଜାରି କରିଛନ୍ତି । ଏହି ନିୟମ ଜାନୁଆରୀ ୨ପର୍ଯ୍ୟନ୍ତ ଲାଗୁ ହେବ । ଏହା ସହ ରାଜ୍ୟକୁ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଏକ କୋଭିଡ୍‌-୧୯ର ନେଗେଟିଭ ରିପୋର୍ଟ ନେଇ ଆସିବାକୁ ପଡିବ ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ୭୨ଘଣ୍ଟା ମଧ୍ୟରେ କୋଭିଡ-୧୯ଆରଟି-ପିସିଆର ପରୀକ୍ଷା କରିବାକୁ ପଡିବ ବୋଲି ରାଜ୍ୟ ସରକାର କହିଛନ୍ତି । ଅନ୍ତଃରାଜ୍ୟ ଗାଡ଼ି ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ଲଗାନଯିବା ସହ ଜାନୁୟାରୀ ୧ରୁ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର
ଛାତ୍ରମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବ ବୋଲି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଭାରତରେ ନୂଆ ଷ୍ଟ୍ରେନ୍‌ ଦ୍ୱାରା ଆକ୍ରାନ୍ତ କରୋନା ରୋଗୀ ଚିହ୍ନଟ ହେବା ପରେ ବିଭିନ୍ନ ରାଜ୍ୟର ସରକାର ଏ ନେଇ ସତର୍କ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିତରକନିକାରେ ଖୋଲିଲା ଅରଣ୍ୟ ନିବାସ

ଭିତରକନିକାରେ ଖୋଲିଲା ଅରଣ୍ୟ ନିବାସ

Read More...

ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ଭୟଭୀତ ହୁଅ;ୁ ନାହିଁଁ: ପ୍ରେମଚନ୍ଦ୍ର

ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ଭୟଭୀତ ହୁଅ;ୁ ନାହିଁଁ: ପ୍ରେମଚନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page