ସରକାରୀ ସ୍କୁଲରେ ପଢ଼ିଲେ ମିଳିବ ସଂରକ୍ଷଣ

December 28, 2020, ଓଡ଼ିଶା, , Anupambharat News Bureau


ସରକାରୀ ସ୍କୁଲରେ ପଢ଼ିଲେ ମିଳିବ ସଂରକ୍ଷଣ
Anupambharat News Bureau
December 28, 2020


ଭୁୁବନେଶ୍ୱର ,୨୮ା୧୨(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଚଳିତ ବର୍ଷର ଶେଷ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୨ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଥିଲା । ରାଜ୍ୟର ମେଡିକାଲ ଓ ଇଂଜିନିୟରିଂ କଲେଜରେ ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷିତ ରଖିବା ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି । ଆସନ୍ତା ଶିକ୍ଷାବର୍ଷଠାରୁ ରାଜ୍ୟରେ ଏହା ଲାଗୁ ହେବ । ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏକ ସଙ୍କଳ୍ପ ଗୃହୀତ ହୋଇଛି । ଏହି ସଙ୍କଳ୍ପକୁ ଚୂଡ଼ାନ୍ତ ରୂପ ଦେବାକୁ ସରକାର ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରିବେ । ଏହି କମିଟିରେ ବିଶିଷ୍ଟ ବ୍ୟକ୍ତି ଓ ଶିକ୍ଷାବିତମାନେ ସଦସ୍ୟ ରହିବେ । ଏହି କମିଟି ୩ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବା ପରେ କମିଟିର ସୁପାରିଶକୁ ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ ବୋଲି କ୍ୟାବିନେଟ୍‌ ବୈଠକରୁ ସୂଚନା ମିଳିଛି । ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖା ପାଇଁ ସର୍ବଭାରତୀୟ ସ୍ତରରେ ଏନଇଇଟି ଓ ଜେଇଇ ପରି ଏକକ ପ୍ରବେଶିକା ପରୀକ୍ଷା ହେବା ପରେ ଓଡ଼ିଶାର ସରକାରୀ ହାଇସ୍କୁଲ ଓ କଲେଜଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ ସଂଖ୍ୟା ଉକ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । ବିଶେଷକରି ଗ୍ରାମାଞ୍ଚଳ ଛାତ୍ରଛାତ୍ରୀମାନେ ପଛେଇ ଯାଉଛନ୍ତି । ଉପରୋକ୍ତ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପାଇଁ ଉତମ କୋଚିଂର ଆବଶ୍ୟକତା ରହିଛି । କି;ୁ ସେସବୁ କୋଚିଂ ସୁବିଧା କେବଳ ସହରାଞ୍ଚଳରେ ଥିବାରୁ ଗ୍ରାମାଞ୍ଚଳ ଓ ସରକାରୀ ସ୍କୁଲରେ ପଢୁଥିବା ପିଲାମାନେ ଏହାର ସୁଯୋଗ ନେଇପାରୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ଶିକ୍ଷାବର୍ଷଠାରୁ ରାଜ୍ୟରେ ଥିବା ଡାକ୍ତରୀ, ଇଂଜିନିୟରିଂ କଲେଜଗୁଡ଼ିକରେ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ସଙ୍କଳ୍ପ ନେଇଛନ୍ତି । କ୍ୟାବିନେଟ୍‌ରେ ଅନ୍ୟ ନିଷ୍ପତ୍ତି ପ୍ରକାରେ ଏଣିକି ନିର୍ବାଚିତ ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନେ ସେମାନଙ୍କ ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ ହେବେ । ଓଡିଶାବାସୀଙ୍କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇଦେବାକୁ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ନିର୍ବାଚିତ ଲୋକ ପ୍ରତିନିଧି ଭାବେ ସରପଞ୍ଚଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏବଂ ସରକାରୀ କର୍ମଚାରୀ ଏଣ୍ଟ୍ରି ଲେଭଲରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ । ତାହାକୁ ଜନସାଧାରଣରେ ପ୍ରକାଶ କରାଯିବ । ସମ୍ପତ୍ତି ତାଲିକାର ଏକ ନକଲ ଲୋକାୟୁକ୍ତ ନିକଟକୁ ପଠାଯିବ ବୋଲି ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି । ଏହା ସହିତ ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ଶତବାର୍ଷିକୀ ବର୍ଷବ୍ୟାପୀ ପାଳନ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତିି ହୋଇଛି । ଏହା ବ୍ୟତୀତ ଓଡିଶାର ବରପୁତ୍ରଙ୍କ ଜୀବନୀ ଓ କାର୍ଯ୍ୟ ପାଠ୍ୟପୁସ୍ତକରେ ସ୍ଥାନିତ କରିବାକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି । ବୈଠକ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ , ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ
ଆରୁଖ , ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ , ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ଓଡିଶା ସରକାରୀ ମହାବିଦ୍ୟାଳୟ ଗ୍ରନ୍ଥଗାରିକ (ନିଯୁକ୍ତ ଓ ସେବାସର୍ତ) ନିୟମାବଳୀ ୨୦୧୭ର ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ
ଅନୁମୋଦନ କରାଯାଇଛି । ସେହିପରି ୧୯୭୪ ମସିହାରୁ ୨୦୧୬ ମଧ୍ୟରେ ରାଜ୍ୟ ବିଧାନମଣ୍ଡଳ ଦ୍ୱାରା ପ୍ରଣୟନ କରାଯାଇଥିବା ୨୦୬ଟି ଅନାବଶ୍ୟକ ଅଧିନିୟମକୁ ପ୍ରତ୍ୟାହାର କରିବାକୁ ରାଜ୍ୟ କ୍ୟାବିନେଟ୍‌ ରେ ନିଷ୍ପତ୍ତି ହୋଇଛି । ଓଡିଶା ଫ୍ୟାକଫ୍ରିଜ୍‌ ଆଣ୍ଡ ବୟଲରସ୍‌ କ୍ରାଡରର ମୂଳ ପଦବୀ ଆସିଷ୍ଟାଣ୍ଟ ଡାଇରେକଫର ଗ୍ରୁପ୍‌ବିରୁ ଗ୍ରୁପ୍‌ଏକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବୈଠକରେ ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାର, ଆଇନ ସଚିବ ଶଶୀକାନ୍ତ ମିଶ୍ର ଓ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

Read More...

କରୋନା ନୂଆ ଷ୍ଟ୍ରେନ୍‌ ଆଶଙ୍କା:  ୩୧ ଜାନୁଆରୀ ପର୍ଯ୍ୟନ୍ତ ବଢ଼ିଲା ଗାଇଡ଼ଲାଇନ୍‌

କରୋନା ନୂଆ ଷ୍ଟ୍ରେନ୍‌ ଆଶଙ୍କା: ୩୧ ଜାନୁଆରୀ ପର୍ଯ୍ୟନ୍ତ ବଢ଼ିଲା ଗାଇଡ଼ଲାଇନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page