ଛ’ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

December 30, 2020, ଓଡ଼ିଶା, , Anupambharat News Bureau


ଛ’ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
Anupambharat News Bureau
December 30, 2020


ଭୁବନେଶ୍ୱର, ୩୦ା୧୨ (ଅନୁପମ ମିଡ଼ିଆ): ­ ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ଛ’ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଚାରି ଜଣ ଇଞ୍ଜିିନିୟର ଥିବା ବେଳେ ଦୁଇଜଣ ଅବକାରୀ ବିଭାଗର ଅଧିକାରୀ ଅଛନ୍ତି । ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ କେନ୍ଦୁଝର ରୁରାଲ ୱାର୍କସ୍‌ ଡିଭିଜନର ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା । ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ କେସ୍‌ ରହିଛି ଏବଂ ସେ ଏକ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ରହିଛି । ବର୍ତ୍ତମାନ କଟକ ଆର ଆଣ୍ଡ ବି ବିଭାଗର ଗୁଣବତା ନିୟନ୍ତ୍ରଣ ବିଭାଗର ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଜିତେନ୍ଦ୍ର କୁମାର ଦଳାଇଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ କେସ୍‌ ରହିଛି । ସେହିପରି ମୟୁରଭଞ୍ଜ କରଞ୍ଜିଆର ରୁରାଲ ୱାର୍କସ୍‌ ଡିଭିଜନ -୧ର ସହକାରୀ ଯନ୍ତ୍ରୀ ବିଜୟ ପରିଡାଙ୍କ ବିରୁଦ୍ଧରେ ତିନିଟି ଭିଜିଲାନ୍ସ କେସ ରହିଛି । ମରାମତି କାମ କରିବା ସମୟରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଛି । ଏମାନଙ୍କ ବ୍ୟତୀତ ଭୁବନେଶ୍ୱର ଆର ଆଣ୍ଡ ବି ବିଭାଗ - ୨ର ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀଙ୍କ ବିରୋଧରେ ଅଶୋଭନୀୟ ବ୍ୟବହାର ତଥା କର୍ତ୍ତବ୍ୟରେ ଅବହେଳା ଆଦି ଗୁରୁତର ଅଭିଯୋଗକୁ ଭିତିକରି ୬ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା । ସମ୍ବଲପୁର ଓଡିଶା ପାନୀୟ ନିଗମ ଡିପୋର ଶାଖା ପରିଚାଳକ ଭାବରେ କାର୍ଯ୍ୟରତ ଅବକାରୀ ବିଭାଗର ଉପଅଧୀକ୍ଷକ ଜୟଦୀପ ପଟ୍ଟନାୟକଙ୍କର କାର୍ଯ୍ୟକଳାପ ସରକାରୀ ଶାଳୀନତା ଓ ସୌଜନ୍ୟର ବିରୁଦ୍ଧାଚରଣ କରୁଥିଲା । ଦାୟିତ୍ୱରେ ଅବହେଳା ସହିତ ସରକାରୀ ସମ୍ପତିର କୁପରିଚାଳନା ଏବଂ ଅଫିସ ସମୟରେ ମଦ୍ୟପାନ ଆଦି ଅଭିଯୋଗ ତାଙ୍କ ବିରୋଧରେ ରହିଛି । ସେହିପରି ସୁନ୍ଦରଗଡରେ କାର୍ଯ୍ୟରତ ଅବକାରୀ ନୀରିକ୍ଷକ ରିହାଜ୍‌ ଅହମ୍ମଦ ବେଗ ତାଙ୍କ ଚାକିରି କାଳ ମଧ୍ୟରେ ପାଞ୍ଚ ଥର ନିଲମ୍ବିତ ହୋଇଛନ୍ତି । ଅପାରଗତା, ନିଷ୍ଠାହୀନତା ତଥା ଦାୟିତ୍ୱହୀନ ବ୍ୟବହାର ପାଇଁ ତାଙ୍କ ବିରୋଧରେ ମଧ୍ୟ ୫ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଦାୟିତ୍ୱରେ ଅବହେଳା ଓ ଅଶୋଭନୀୟ ବ୍ୟବହାର ଆଦି ବିଭିନ୍ନ ଅଭିଯୋଗ ତାଙ୍କ ବିରୋଧରେ ରହିଥିବାରୁ ସେ ସରକାରୀ ଚାକିରି କରିବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ । ଏହି ସମସ୍ତ ଅଭିଯୋଗ ଦୃଷ୍ଟିରୁ ଉପରୋକ୍ତ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ପ୍ରଶାସନରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସେବା ମନୋଭାବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ପଦକ୍ଷେପ ଏକ ସତର୍କ ଘଣ୍ଟି ବୋଲି ଆଶା କରାଯାଉଛି । ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ତାଙ୍କ ବିରୋଧରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନାର ଅଭିଯୋଗ ଥିଲା । ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଆଇଏଫଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ଲାଗି ମୁଖ୍ୟମନ୍ତ୍ରୀ ନିକଟରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

Read More...

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page