ଜାନୁଆରୀ ପାଇଁ ଅନଲକ୍‌ ଗାଇଡ୍‌ଲାଇନ୍‌ ଜିରୋ ନାଇଟ, ନୂଆବର୍ଷ୍‌ ସେଲିବ୍ରେସନ୍‌ ମନା n ସ୍କୁଲ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ n ଖୋଲିବ ସିନେମା ହଲ୍‌ n ଜାନୁୟାରୀ ୩୧ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

December 30, 2020, ଓଡ଼ିଶା, , Anupambharat News Bureau


ଜାନୁଆରୀ ପାଇଁ ଅନଲକ୍‌ ଗାଇଡ୍‌ଲାଇନ୍‌ ଜିରୋ ନାଇଟ, ନୂଆବର୍ଷ୍‌ ସେଲିବ୍ରେସନ୍‌ ମନା n ସ୍କୁଲ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ n ଖୋଲିବ ସିନେମା ହଲ୍‌ n ଜାନୁୟାରୀ ୩୧ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ
Anupambharat News Bureau
December 30, 2020


ଭୁବନେଶ୍ୱର, ୩୦ା୧୨(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଜାନୁଆରୀ ମାସ ପାଇଁ ବୁଧବାର ଅନଲକ୍‌ ଗାଇଡଲାଇନ୍‌ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସାରା ରାଜ୍ୟରେ ଏଥର ଜିରୋ ନାଇଟ୍‌ ପାଳନ ଉପରେ କଟକଣା ଜାରି କରାଯାଇଛି । ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣକୁ ରୋକିବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । କଣ୍ଟେନମେଣ୍ଟ ଜୋନ୍‌ରେ ପୂର୍ବଭଳି ସମସ୍ତ କଟକଣା ଜାରି ରହିବ । ଗାଇଡ୍‌ ଲାଇନ୍‌ ଅନୁଯାୟୀ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ସର୍ବସାଧାରଣ ସ୍ଥଳରେ ଲୋକଙ୍କର ଭିଡ଼ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କରେ ମଧ୍ୟ ଜନସମାଗମକୁ ମନା କରାଯାଇଛି । କନ୍‌ଭେନ୍‌ସନ ହଲ ଓ କଲ୍ୟାଣ ମଣ୍ଡପରେ ମଧ୍ୟ ଲୋକଙ୍କର ଗହଳି ହୋଇପାରିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌ ଅନୁସାରେ ଜାନୁଆରୀରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌, ଥିଏଟର ଖୋଲିବାକୁ ଅନୁମତି ମିଳିବ । ସେହିପରି ଯାତ୍ରା, ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବା ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ
ପଡ଼ିବ । ସବୁ ସିନେମା ହଲ ନିଜ କ୍ଷମତାର କେବଳ ୫୦ ପ୍ରତିଶତ ସିଟ ପୂରଣ କରିବେ । ପ୍ରତି ସିଟର ପାଖ ଦୁଇଟି ସିଟ ଖାଲି ରହିବ । ଏସବୁ ସିଟରେ ‘କେହି ବସିପାରିବେ ନାହିଁ’ ବୋଲି ଲେଖା ରହିବ । ସିନେମା ହଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବସ୍ଥା ରହିବ । ଟିକେଟ କାଉଣ୍ଟରରେ ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ । ଅନଲାଇନ୍‌ ବୁକିଂକୁ ପ୍ରେତ୍ସାହିତ କରାଯିବ । ପ୍ରବେଶ ବେଳେ ଦର୍ଶକଙ୍କ ଥର୍ମାଲ ସ୍କାନିଂ ବା ତାପମାତ୍ରା ମପାଯିବ । ସେହିପରି ବୃହତ ସାମାଜିକ, ରାଜନୈତିକ, ଖେଳ, ମନୋରଞ୍ଜନ, ଶିକ୍ଷା, ସାଂସ୍କୃତିକ ଓ ଧାର୍ମିକ ସମାରୋହ ୨୦୦ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ମାନିବା ଏବଂ ହାତ ସାନିଟାଇଜ କରିବା ବାଧ୍ୟତାମୂଳକ ହେବ । ତେବେ ଜିଲ୍ଲାର କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଲୋକଙ୍କ ସଂଖ୍ୟା କମାଇପାରିବେ । ଜାନୁଆରୀରେ ବିବାହ ସମାରୋହରେ ୨୦୦ରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ । ସେହିପରି ଅନ୍ତିମକ୍ରିୟାରେ ସର୍ବାଧିକ ୧୦୦ଜଣ ସାମିଲ ହୋଇପାରିବେ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ମାନିବା ଏବଂ ସାନିଟାଇଜ କରିବା ବାଧ୍ୟତାମୂଳକ ହେବ । ଯଦି ଗୋଟିଏ ଛାତ ତଳେ ୨୦୦ଜଣ ରହିବା ଭଳି ବ୍ୟବସ୍ଥା ରହିଛି, ତା’ହେଲେ ୫୦ ପ୍ରତିଶତ ଲୋକଙ୍କୁ ନେଇ ବ୍ୟବସାୟିକ ପ୍ରଦର୍ଶନୀ ହୋଇପାରିବ । ଜାନୁଆରୀରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି କୁହାଯାଇଛି । ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ଏସଓପି ଜାରି କରି ସ୍କୁଲ ଖୋଲାଯାଇପାରିବ । ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଜାନୁୟାରୀ ୩୧ପର୍ଯ୍ୟନ୍ତ ବନ୍ଦ ରହିବ ଏବଂ ହିତାଧିକାରୀଙ୍କୁ ରାସନ ଯୋଗାଣ ବ୍ୟବସ୍ଥା ଜାରି ରହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳା ଓ ଶିଶୁ ବିରୋଧ ଅପରାଧ ରୋକିବାକୁ ହେବ ସ୍ୱତନ୍ତ୍ର ଶାଖା: ମୁଖ୍ୟମନ୍ତ୍ରୀ

ମହିଳା ଓ ଶିଶୁ ବିରୋଧ ଅପରାଧ ରୋକିବାକୁ ହେବ ସ୍ୱତନ୍ତ୍ର ଶାଖା: ମୁଖ୍ୟମନ୍ତ୍ରୀ

Read More...

ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page