ରାଜସ୍ୱ କ୍ଷତି: ଲାଗିବ କରୋନା ସରଚାର୍ଜ

January 03, 2021, ଦେଶ, , Anupambharat News Bureau


ରାଜସ୍ୱ କ୍ଷତି: ଲାଗିବ କରୋନା ସରଚାର୍ଜ
Anupambharat News Bureau
January 03, 2021


ସେମକୋ ଗ୍ରୁପର ରିସର୍ଚ୍ଚ ହେଡ୍‌ ଉମେଶ ମେହେଟା ସରକାର ରାଜସ୍ୱ୍ୱ କ୍ଷତି ଓ ଦେଶରେ କରୋନା ଟିକାକରଣ ଲାଗି ହେବାକୁ ଥିବା ଖର୍ଚ୍ଚ ଭରଣା ନିମନ୍ତେ କୋଭିଡ ସରଚାର୍ଜ ଲାଗୁ କରିପାରନ୍ତି ବୋଲି ଆକଳନ କରିଛନ୍ତି ।
କାରଣ ସରକାରଙ୍କୁ ପାଣ୍ଠିର ଜରୁରି ଆବଶ୍ୟକତା ରହିଛି ଓ ଏଥିପାଇଁ ଡିସଇନଭେଷ୍ଟ ଜରିଆରେ ପାଣ୍ଠି ଯୋଗାଡ କରିବାକୁ ଉଦ୍ୟମ କରୁଛନ୍ତି । ଏଥିରେ ଟିକାକରଣ ଖର୍ଚ୍ଚ ଭରଣା ଲାଗି ସରକାର ବଜେଟ୍‌ରେ ଏଥିଲାଗି ପଦକ୍ଷେପ ନେଇ ପାରନ୍ତି ବୋଲି କହିଛନ୍ତି ।
ଗତ ଡିସେମ୍ବରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଇଭେଣ୍ଟକୁ ସମ୍ବୋଧିତ କରିବା ବେଳେ ଭାରତ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବାକୁ ସମର୍ଥ ବୋଲି ଘୋଷଣା କରିଥିଲେ । ଏହାର ଅର୍ଥ ସରକାର ବଜେଟ୍ରେ କୋଭିଡ ଯୋଗୁ ଖର୍ଚ୍ଚକାଟ କରିବା ବଦଳେ ବୃଦ୍ଧି କରିପାରନ୍ତି । ଏଥିରେ ସରକାର ଡିମାଣ୍ଡ ବୃଦ୍ଧି ଲାଗି କ୍ଷୁଦ୍ର କରଦାତାଙ୍କୁ ଆର୍ଥିକ ରୂପେ ମଜଭୁତ କରିବାକୁ ଉଦ୍ୟମ କରିବେ ବୋଲି ଅନୁମାନ କରାଯାଉଛି । ଏପରି ହେଲେ ସରକାର ଟ୍ୟାକ୍ସ ସ୍ଲାବରେ କିଛି ପରିବର୍ତ୍ତନ କରିବାର ପୂର୍ବାନୁମାନ କରାଯାଉଛି । ଏଥର ବଜେଟ୍‌ରେ ସରକାର ଆତ୍ମନିର୍ଭର ଭାରତ ଉପରେ ସମସ୍ତ ଧ୍ୟାନ କେନ୍ଦ୍ରିତ କରିବେ ।
ଏଥିଲାଗି ଗତବର୍ଷରୁ ସରକାର ପ୍ରଡକ୍ସନ ଲିକ୍ୱିଡ ଇନସେଣ୍ଟିଭ (ପିଏଲଆଇ) ଯୋଜନାରେ ପ୍ରମୁଖ ୧୦ଟି ସେକଫର ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଫାର୍ମା, ଟେଲିକମ, ଅଟୋମୋବାଇଲ, ଅଟୋ କମ୍ପୋନେଣ୍ଟ, ଟେକ୍ସଟାଇଲ ଓ ଫୁଡ ପ୍ରଟକଫସ ଆଦି କ୍ଷେତ୍ରକୁ ସରକାର ଆଗାମୀ ୫ ବର୍ଷରେ ୨ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।
ଏଥିରେ ଏହି ସବୁ କ୍ଷେତ୍ରରେ ନବ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ମେନଫେକcରିଂ କ୍ଷେତ୍ରର ପରିସ୍ଥିତିରେ ମଧ୍ୟ ସୁଧାର ଆସିବ ବୋଲି ସରକାର ଆଶା ରଖିଛନ୍ତି । ତେବେ ଏହା ଲାଗୁ କରିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦୨୧ ଟି୨୦ ବିଶ୍ୱକପ୍‌: ବିସିସିଆଇ ଉପରେ ୯୦୬ କୋଟି ଟିକସ ବୋଝ

୨୦୨୧ ଟି୨୦ ବିଶ୍ୱକପ୍‌: ବିସିସିଆଇ ଉପରେ ୯୦୬ କୋଟି ଟିକସ ବୋଝ

Read More...

ବ୍ରାଉନ୍‌ ସୁଗାର ଜବତ, ଦୁଇ ଗିରଫ

ବ୍ରାଉନ୍‌ ସୁଗାର ଜବତ, ଦୁଇ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page