ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, କଥା ହେଲେ ମୋଦି

January 03, 2021, କ୍ରୀଡ଼ା, , Anupambharat News Bureau


ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, କଥା ହେଲେ ମୋଦି
Anupambharat News Bureau
January 03, 2021


କୋଲକାତା,୩ା୧: ବିସିିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗାଙ୍ଗୁଲି ଗତକାଲି ହୃଦଘାତର ଶିକାର ହୋଇଥିଲେ । ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ବର୍ତ୍ତମାନ ସେ ଠିକ୍‌ ଅଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରବିବାର ଗାଙ୍ଗୁଲିଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେ ଶୀଘ୍ର ସୁସ୍ଥ ହୋଇ ଫେର;ୁ ବୋଲି ମୋଦି ଗାଙ୍ଗୁଲିଙ୍କୁ ଶୁଭକାମନା ଜଣାଇଥିଲେ । ପରେ ପ୍ରଧାନମନ୍ତ୍ରୀ ଗାଙ୍ଗୁଲିଙ୍କ ସ୍ତ୍ରୀ ଡୋନାଙ୍କ ସହ ମଧ୍ୟ କଥା ହୋଇଥିଲେ ।
ହୃଦଘାତ ପରେ ଗାଙ୍ଗୁଲିଙ୍କୁ ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ହୃଦଯନ୍ତ୍ରରରେ ତିନୋଟି ବ୍ଲକେଜ୍‌ ସୃଷ୍ଟି ହୋଇଥିଲା । ଏହାକୁ ହଟାଇବା ପାଇଁ ଗାଙ୍ଗୁଲିଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ଉଡଲାଣ୍ଡ ହସ୍ପିଟାଲ ତରଫରୁ ରବିବାର ଜାରି ଏକ ବିବୃତିରେ କୁହାଯାଇଛି ଯେ, ଆଞ୍ଜିଓପ୍ଲାଷ୍ଟି ପରେ ଗତକାଲି ରାତିରେ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଅସ୍ଥିରତା ଦେଖା ଦେଇଥିଲା । ତାଙ୍କ ଶରୀର ତାପମାତ୍ର ବି ବଢି ଯାଇଥିଲା । କି;ୁ ବର୍ତ୍ତମାନ ସେ ଠିକ୍‌ ଅଛନ୍ତି ଛ ତାଙ୍କ ରକ୍ତଚାପ ୧୧୦/୭୦ ରହିଛି ଏବଂ ଶରୀର ତାପମାତ୍ରା ମଧ୍ୟ ସ୍‌ୱାଭାବିକ ଅଛି ବୋଲି ହସ୍ପିଟାଲ ତରଫରୁ କୁହାଯାଇଛି । ଗାଙ୍ଗୁଲିଙ୍କ ଆଉ ଏକ ଆଞ୍ଜିଓପ୍ଲାଷ୍ଟି ହେବ କି ନାହିଁ ତାହା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନିଆଯିବ । କି;ୁ ଗାଙ୍ଗୁଲିଙ୍କ ବାଇପାସ୍‌ ସର୍ଜରୀ କରାଯିବାର ଆବଶ୍ୟକତା ନାହିଁ । ଆଜି ସକାଳେ ଗାଙ୍ଗୁଲି ଜଳଖିଆ କରିଥିଲେ । ଖବରକାଗଜ ପଢିଥିଲେ ଏବଂ ହସ୍ପିଟାଲ କର୍ମଚାରୀଙ୍କ ସହ କଥା ହୋଇଥିଲେ । ତାଙ୍କର ରୁଟିନ୍‌ ଇସିଜି ଟେଷ୍ଟ କରାଯାଉଛି ବୋଲି ଜଣେ ଡାକ୍ତର କହିଛନ୍ତି ।
ଅନ୍ୟପକ୍ଷେ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ପ୍ରଶଂସକମାନେ ହସ୍ପିଟାଲ ବାହାରେ ଭିଡ଼ ଜମାଇଛନ୍ତି । ସେମାନେ ପୋଷ୍ଟର ଓ ଗାଙ୍ଗୁଲିଙ୍କ ଫଟୋ ଧରି ଶୀଘ୍ର ସୁସ୍ଥ ହୋଇ ଫେରିଆସି ଦାଦା ବୋଲି ସ୍ଲୋଗାନ ଦେଇଥିଲେ । ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ହସ୍ପିଟାଲକୁ ମଧ୍ୟ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ପ୍ରଶଂସକଙ୍କ ସୁଅ ଛୁଟିଛି । ଶନିବାର ନିଜ ଘରେ ବ୍ୟାୟାମ କରୁଥିବା ବେଳେ ଗାଙ୍ଗୁଲି ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇନ୍‌ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ଫେରିବୁ ନାହିଁ: ଚାଷୀ ସଂଗଠନ

ଆଇନ୍‌ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ଫେରିବୁ ନାହିଁ: ଚାଷୀ ସଂଗଠନ

Read More...

୨୦୨୧ ଟି୨୦ ବିଶ୍ୱକପ୍‌: ବିସିସିଆଇ ଉପରେ ୯୦୬ କୋଟି ଟିକସ ବୋଝ

୨୦୨୧ ଟି୨୦ ବିଶ୍ୱକପ୍‌: ବିସିସିଆଇ ଉପରେ ୯୦୬ କୋଟି ଟିକସ ବୋଝ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page