ବିଦେଶରୁ ଫେରିବ କଳାଧନ

January 11, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


ବିଦେଶରୁ ଫେରିବ କଳାଧନ
Anupambharat News Bureau
January 11, 2021


ନୂଆଦିଲ୍ଲୀ: ବିଦେଶରେ ଥିବା କଳାଧନ ବିଷୟରେ ବିଭିନ୍ନ ଉପାୟରେ କେନ୍ଦ୍ର ସରକାରଙ୍କ ପାଖକୁ ତଥ୍ୟ ଓ ସୂଚନା ପହଞ୍ଚୁଛି । ନିକଟ ଅତୀତରେ ଅନେକ ଦେଶ ଓ ସଂସ୍ଥା ସହ ତଥ୍ୟ ଆଦାନପ୍ରଦାନ ପାଇଁ ସରକାର ଚୁକ୍ତି କରିଥିଲେ । ସେଥିରୁ ଅନେକ ସୂଚନା ମିଳୁଛି । ସେହି ଆଧାରରେ ତଦନ୍ତ କାର୍ଯ୍ୟ ଆଗକୁ ବଢ଼ାଇବା ଲାଗି ଆୟକର ବିଭାଗ ଅଧୀନରେ ଏକ ସ୍ୱତନ୍ତ୍ର ୟୁନିଟ୍‌ ଖୋଲାଯାଇଛି । ତାହାର ନାମ ହେଉଛି ଫରେନ୍‌ ଆସେଟ୍‌ ଇନଭେଷ୍ଟିଗେସନ ୟୁନିଟ୍‌ (ବେଦେଶିକ ସମ୍ପତ୍ତି ତଦନ୍ତ ୟୁନିଟ୍‌) । ଆୟକର ବିଭାଗର ସାରା ଦେଶରେ ଥିବା ସମସ୍ତ ୧୪ଟି ତଦନ୍ତ ନିର୍ଦେଶାଳୟରେ ଏହି ସ୍ୱତନ୍ତ୍ର ୟୁନିଟ୍‌ ଖୋଲାଯାଇଛି । ବିଦେଶ କଳାଧନ ମାମଲାଗୁଡ଼ିକର ତଦନ୍ତ ଦାୟିତ୍ୱ ଏହି ୟୁନିଟ୍‌କୁ ଦିଆଯାଇଛି । ଏହା ଚଢ଼ାଉ କରିବା ସହ ସମ୍ପତ୍ତି ଜବତ କରିପାରିବ କଳାଧନ ଖୋଜିବା ଲାଗି ଗୁଇନ୍ଦା ବ୍ୟବସ୍ଥା ବିକଶିତ କରିବ ଏବଂ ଟିକସ ଠକେଇ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ଉପାୟର ଯାଞ୍ଚ କରିବା କାର୍ଯ୍ୟ କରିବ ।
ଏହି ୟୁନିଟ୍‌ ଖୋଲିବା ପାଇଁ ଗତବର୍ଷ ନଭେମ୍ବରରେ ଅର୍ଥମନ୍ତ୍ରୀ ର୍ନିର୍ମଳା ସୀତାରମଣ ମଞ୍ଜୁରି ଦେଇଥିଲେ । ଟିକସ ବିଭାଗର ୬୯ଟି ପଦକୁ ଏହି ୟୁନିଟ୍‌ ପାଇଁ ବ୍ୟବହାର କରାଯାଇଛି । ପାନାମା ପେପର୍ସ ଭଳି ମାମଲାରେ ଯେଉଁ ସବୁ ତଥ୍ୟ ମିଳିଛି ତାହାର ତଦନ୍ତ ଦାୟିତ୍ୱ ଏହି ନୂଆ ୟୁନିଟ୍‌କୁ ଦିଆଯାଇଛି ।
ଦେ୍ୱତ ଟିକସ୍‌ ଏଡ଼ାଇବା ବୁଝାମଣା (ଡିଟିଏଏ), ଟିକସ୍‌ ସୂଚନା ଆଦାନ ପ୍ରଦାନ ଚୁକ୍ତି (ଟିଆଇଇଏ) ସହିତ ନିକଟରେ ଭାରତ ଓ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୈଦେଶିକ ଖାତା ଟିକସ୍‌ ନିୟମ ପାଳନ (ଏଫଏଟିସିଏ) ଜରିଆରେ କେନ୍ଦ୍ର ସରକାରଙ୍କ ପାଖରେ ବିପୁଳ ତଥ୍ୟ ପହଞ୍ଚୁଛି । ସେଗୁଡ଼ିକର ଅନୁଶୀଳନ କରିବା ଏକ ପାହାଡ଼ ଭଳି କାର୍ଯ୍ୟ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ନିଷ୍ପତ୍ତି ଖୁବ ଶୀଘ୍ର

ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ନିଷ୍ପତ୍ତି ଖୁବ ଶୀଘ୍ର

Read More...

ସରିଲା ଡେଡ୍‌ଲାଇନ, କଟିବ ଫାଇନ୍‌

ସରିଲା ଡେଡ୍‌ଲାଇନ, କଟିବ ଫାଇନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page