ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟିକା

January 12, 2021, ଓଡ଼ିଶା, , Anupambharat News Bureau


ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟିକା
Anupambharat News Bureau
January 12, 2021


ଭୁବନେଶ୍ୱର, ୧୨ା୧(ଅନୁପମ ମିଡ଼ିଆ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ପହଞ୍ଚିଛି ବହୁ ପ୍ରତିକ୍ଷୀତ କରୋନା ଟିକା ‘କୋଭିସିଲï’ । ମଙ୍ଗଳବାର ଅପରାହ୍ନରେ ପୁଣେରୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ଟିକା । ବିମାନ ବନ୍ଦରରେ ପହଞ୍ଚିବା ପରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ଟିକା ବାକ୍ସଗୁଡ଼ିକୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶ୍ରୀରାମ ମନ୍ଦିର ଛକରେ ଥିବା ରାଜ୍ୟ ଔଷଧ ନିଗମ କାର୍ଯ୍ୟାଳୟ ପରିସରକୁ ଅଣାଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ୩ଟି ଜାତୀୟ ଟିକା ଯାନରେ ପ୍ରାୟ ୧୨୦୦ କିଲୋ ଓଜନର ୩୪ଟି ପ୍ୟାକେଟରେ ଭର୍ତ୍ତି ହୋଇ ଆସିଥିବା ଟିକାକୁ ରାଜ୍ୟ ଟିକାକରଣ କେନ୍ଦ୍ରରେ ଗଚ୍ଛିତ ରଖାଯାଇଛି । ଆସନ୍ତାକାଲି ବିଭିନ୍ନ ଜିଲ୍ଲାକୁ ନିର୍ଦ୍ଧାରିତ ପରିମାଣର ଟିକା ପ୍ରେରଣ କରାଯିବ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ୩୦ଟି ଜିଲ୍ଲାରୁ ଭୁବନେଶ୍ୱରରୁ ଟିକା ନେବାକୁ ସ୍ୱତନ୍ତ୍ର ଗାଡ଼ି ଆସି ପହଞ୍ଚିିବ ଏବଂ ସେଥିରେ ଟିକା ଜିଲ୍ଲା ଟୀକାକରଣ କେନ୍ଦ୍ରକୁ ପଠାଯିବ । ଏହାପରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ କୋଭିସିଲïର ୪୦ ହଜାର ୮ଶହ ଭାଏଲ୍‌ ଆସିଛି । ଗୋଟିଏ ବୋତଲରେ ଯେଉଁ ପରିମାଣରେ ଔଷଧ ରହିଛି ତାହା ୧୦ ଜଣଙ୍କୁ ଦିଆଯାଇ ପାରିବ । ହିସାବ ଅନୁସାରେ, ରାଜ୍ୟରେ ସମୁଦାୟ ୪ ଲକ୍ଷ ୮
ହଜାର ଡୋଜ୍‌ ଟିକା ପହଞ୍ଚିଛି । ଆଜି ଯେତିକି ଟିକା ଆସିଛି ତାହା ୧ ଲକ୍ଷ ୯୧ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯାଇପାରିବ । ପ୍ରଥମ ପର୍ଯ୍ୟାୟ ଟୀକାକରଣ ଲାଗି ବୟସ୍କ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଟିକାକରଣ ପୂର୍ବରୁ ସାରା ଦେଶରେ ଏହାର ଡ୍ରାଏ ରନ୍‌ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ ପରୀକ୍ଷା ଫି’ ଛାଡ

ମାଟ୍ରିକ ପରୀକ୍ଷା ଫି’ ଛାଡ

Read More...

କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ବୋନସ୍‌ , ମୃତୁ୍ୟ ଓ ଅକର୍ମଣ୍ୟତା କ୍ଷେତ୍ରରେ ସହାୟତା ଦୁଇ ଲକ୍ଷକୁ ବୃଦ୍ଧି

କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ବୋନସ୍‌ , ମୃତୁ୍ୟ ଓ ଅକର୍ମଣ୍ୟତା କ୍ଷେତ୍ରରେ ସହାୟତା ଦୁଇ ଲକ୍ଷକୁ ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page