ତିନି କୃଷି ଆଇନ ସ୍ଥଗିତ ନିର୍ଦ୍ଦେଶ

January 12, 2021, ଦେଶ, , Anupambharat News Bureau


ତିନି କୃଷି ଆଇନ ସ୍ଥଗିତ ନିର୍ଦ୍ଦେଶ
Anupambharat News Bureau
January 12, 2021


ନୂଆଦିଲ୍ଲୀ,୧୨ା୧: ଦୀର୍ଘ ଦିନରେ ଆନ୍ଦୋଳନ ପରେ ଏହା ମାନ୍ୟବର ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ଆଜି ନିଷ୍ପତ୍ତି ଶୁଣାଇଲେ ଯେ, କେନ୍ଦ୍ର ସରକାର ପ୍ରଚଳନ କରିଥିବା ତିନୋଟି ନୂଆ ଆଇନ ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ ହେବ ନାହିଁ । ମାନ୍ୟବର କୋର୍ଟଙ୍କ ପରବର୍ତ୍ତୀ ନିଦ୍ଦେ’ର୍ଶ ପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ । ଏହାମଧ୍ୟ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଇଲେ ଯେ, ଏକ କୃଷି ବିଶେଷଜ୍ଞ କମିଟି ଏହି ସମ୍ପର୍କରେ ଚାଷୀମାନଙ୍କ ସହିତ ହୋଇଥିବା ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିବେ । ଏଣୁ ଗତ କିଛି ଦିନ ଧରି ସୃଷ୍ଟି ହୋଇଥିବା ଅଚଳାବସ୍ଥା ଥମିବ ବୋଲି ମାର୍ଗ ଉନ୍ମìକ୍ତ ହୋଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ.ବବ୍‌ଡେ ଘୋଷଣା କଲେ ଯେ, ତିନୋଟି ଚାଷୀ ଆଇନ ଉପରେ ରହିତାଦେଶ ଦିଆଗଲା । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ । ପ୍ରବଳ ଥଣ୍ଡା ଓ ଶୀତରେ ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀରେ ଚାଷୀମାନେ ନିଜ ନିଜର ପରିବାର ଓ ଆତ୍ମିୟସ୍ୱଜନ ଏବଂ ପିଲାଛୁଆଙ୍କୁ ନେଇ ଯେଉଁ ହଇରାଣହରକତ ହେଉଥିଲେ ପୁଣି ଥରେ ସେମାନଙ୍କର ଜୀବନଜୀବିକା ହାସଲ କରିବା ନିମନ୍ତେ ସମସ୍ତ ସଦସ୍ୟମାନଙ୍କୁ ଚାଷୀ ସଂଗଠନର ନେତାମାନେ ବୁଝାନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କର ଜୀବନ ଓ ସ୍ୱାସ୍ଥ୍ୟ ପ୍ରତି କୋର୍ଟ ପକ୍ଷରୁ ଅତି ଗୁରୁତର ସହ ଗ୍ରହଣ କରାଯାଇଛି । ଅନ୍ୟ ପକ୍ଷରେ ସରକାର ମାନ୍ୟବର କୋର୍ଟଙ୍କୁ ଜଣାଇଛନ୍ତି ଯେ, ଯେଉଁ ତିନୋଟି ଆଇନ ପ୍ରଣୟନ କରାଯାଇଥିଲା ତାହା ବ୍ୟତୀବ୍ୟସ୍ତତା ମଧ୍ୟରେ କରାଯାଇ ନାହିଁ ବରଂ ଏହି ଆଇନ ପ୍ରଣୟନ ପାଇଁ ଦୁଇ ଦଶନ୍ଧି ସମୟ ଲାଗିଥିଲାା ସୂଚନା ଯେ, ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଚାଷୀମାନଙ୍କ ଉଦ୍ଦେଶ୍ୟରେ ଗତ ମାସରେ ଯେଉଁ ତିନୋଟି ଆଇନ ପ୍ରଚଳନ କରିଥିଲେ ଏନେଇ ଦେଶବ୍ୟାପୀ ମୁଖ୍ୟତଃ ଉତ୍ତରଭାରତର ୪୦ରୁ ଉର୍ଦ୍ଧ୍ୱ ଚାଷୀ ସଂଗଠନ ତୀବ୍ର ବିରୋଧ କରିଥିଲେ । ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ମଧ୍ୟ ଚାଷୀମାନେ ଆନ୍ଦୋଳନ କରିଥିଲେ । ଏପରିକି ସରକାରଙ୍କ ସହିତ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ ଚାଷୀମାନେ ନିଜ ଜିଦ୍‌ରୁ ହଟିନଥିଲେ କିମ୍ବା ସରକାର ମଧ୍ୟ ଆଇନକୁ ପ୍ରତ୍ୟାହାର କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଫଳରେ ୪୮ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବା ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବାଧ୍ୟ ହୋଇ ହସ୍ତକ୍ଷେପ କରିଥିଲେ । ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ଅତି ସମ୍ବେଦନଶୀଳକ ମନେ କରି ସରକାରଙ୍କୁ ଚରମବାଣୀ ଶୁଣାଇଥିଲେ ଯେ, ସମସ୍ୟାର ତୁରନ୍ତ ସମାଧାନ କରାଯାଉ ନଚେତ ବାଧ୍ୟ ହୋଇ ମାନ୍ୟବର କୋର୍ଟ ହସ୍ତକ୍ଷେପ କରିବେ । ଠିକ୍‌ ସେହିଭଳି ଆଜି ସୁପ୍ରିମକୋର୍ଟ ଚାଷୀ ଆଇନ ଉପରେ ରହିତାଦେଶ ଘୋଷଣା କରି କମିଟି ଗଠନ କରି ଚାଷୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଚାଷୀମାନଙ୍କର ପ୍ରମୁଖ ସମସ୍ୟା ମଣ୍ଡିରେ ନିଜର ନିଜର ଫସଲ ବିକ୍ରି କରିବା । ତେବେ ଏ ଦିଗରେ ଦର ଧାର୍ଯ୍ୟ ସମ୍ପର୍କରେ ସରକାରଙ୍କ ନୀତି ଚାଷୀଙ୍କ ଉଦ୍ଦେଶ୍ୟରେ ଗ୍ରହଣୀୟ ହୋଇପାରିଲା ନାହିଁ । ଏଭଳି ବିଭିନ୍ନ ସମସ୍ୟାକୁ ନେଇ ଚାଷୀମାନେ ଯେଉଁ ଆନ୍ଦୋଳନ କରିଥିଲେ ଏହାର ସମାଧାନ ପାଇଁ ମାନ୍ୟବର ସୁପ୍ରିମକୋର୍ଟ କମିଟି ଗଠନର ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ କୋର୍ଟ ନିଜେ କମିଟି
ମଧ୍ୟ ଗଢ଼ିଛନ୍ତି । ସୁପ୍ରିମକୋର୍ଟ ଯେଉଁ ବ୍ୟକ୍ତିଙ୍କୁ ଉକ୍ତ କମିଟିରେ ଅନ୍ତର୍ଭୁକ୍ତ କରିଛନ୍ତି ସେମାନେ ହେଲେ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ଅନୀଲ ଘନୱାଟ୍‌, ରାଜ୍ୟସଭାର ପୂର୍ବତନ ସଦସ୍ୟ ଭୁପିନ୍ଦର ସିଂ ମାନ ଏବଂ ଇଣ୍ଟରନ୍ୟାସ୍‌ନାଲ୍‌ ଫୁଡ୍‌ ପଲିସି ରିସର୍ଚ ଇଷ୍ଟିଚୁ୍ୟଟ୍‌ର ସଦସ୍ୟ ପ୍ରମୋଦ ଜୋଶୀ । ଏହି ବିଶେଷଜ୍ଞମାନେ ଚାଷୀ ଆଇନକୁ ସମର୍ଥନ କରି ଚର୍ଚ୍ଚାରେ ଥିଲେ । ବିଭିନ୍ନ ଚାଷୀ ସଂଗଠନ ଉକ୍ତ କମିଟି ସଦସ୍ୟମାନଙ୍କୁ ସରକାର ସମର୍ଥିତ ବୋଲି ଜଣାଇ କମିଟିକୁ ଗ୍ରହଣ କରିବାକୁ ମନା କରିଛନ୍ତି । ତେଣୁ ପଞ୍ଜାବର ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସେମାନେ ପୂର୍ବଭଳି ସେମାନଙ୍କ ଆନ୍ଦୋଳନ ଜାରି ରଖିଲେ । ଅନ୍ୟ ପକ୍ଷରେ ପୂର୍ବତନ ପ୍ରଧାନ ବିଚାରପତି ଆର୍‌ଏନ୍‌ ଲୋଧା କମିଟିକୁ ସହଜରେ ଗ୍ରହଣ କରିନାହାଁନ୍ତି । ଜାନୁଆରୀ ୨୬ରେ ଚାଷୀମାନେ ଯେଉଁ ଟ୍ରାକଫର ରାଲି କରିବେ ବୋଲି ଆହ୍ୱାନ ଦେଇଛନ୍ତି, ଏହାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଚାଷୀ ସଂଗଠନମାନଙ୍କୁ ନୋଟିସ ଜାରି କରିଛନ୍ତି । କାରଣ ଦିଲ୍ଲୀ ପୋଲିସ ଏଭଳି ରାଲି ଉପରେ କଟକଣା ଲଗାଇବା ପାଇଁ ମାନ୍ୟବର କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିବାହ ପ୍ରୋସେସନ୍‌କୁ ଅନୁମତି

ବିବାହ ପ୍ରୋସେସନ୍‌କୁ ଅନୁମତି

Read More...

ମାଟ୍ରିକ ପରୀକ୍ଷା ଫି’ ଛାଡ

ମାଟ୍ରିକ ପରୀକ୍ଷା ଫି’ ଛାଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page