ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ : ୧୯ରେ ବିଚାର କରିବ ସିନେଟ୍‌

January 14, 2021, ବିଦେଶ, , Anupambharat News Bureau


ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ : ୧୯ରେ ବିଚାର କରିବ ସିନେଟ୍‌
Anupambharat News Bureau
January 14, 2021


ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିବା ଘଟଣା ସମଗ୍ର ବିଶ୍ୱ ରାଷ୍ଟ୍ରମାନଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନାର କେନ୍ଦ୍ରରେ ରହିଛି । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଅଣାଯାଇଛି । ଚଳିତବର୍ଷ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ଦିନ କେତୋଟି ଥିବା ବେଳେ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବଟି ଆସିଛି । ଗୃହ ଚାଲିଥିବା ବେଳେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ବଳପୂର୍ବକ ‘କ୍ୟାପିଟଲ୍‌ ବିଲïିଙ୍ଗ୍‌’ରେ ପ୍ରବେଶ କରି ହିଂସାକାଣ୍ଡ ଘଟାଇଥିଲେ । ଏଥିପାଇଁ ରାଷ୍ଟ୍ରପତି ଟ୍ରମ୍ପ୍‌ ହିଁ ତାଙ୍କୁ ଉସୁକାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଟ୍ରମ୍ପ୍‌ଙ୍କ ଉତ୍ତ୍ୟକ୍ତ ସମର୍ଥକମାନେ ‘କ୍ୟାପିଟଲ୍‌’ ମଧ୍ୟରେ ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବାରୁ କ୍ରମେ ଏହା ହିଂସାର ରୂପ ନେଇଥିଲା । ଫଳରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୫ଜଣଙ୍କର ମୃତୁ୍ୟ ଘଟିଥିଲା । ହିଂସା ସୃଷ୍ଟି ଅଭିଯୋଗରେ ଟ୍ରମ୍ପ୍‌ଙ୍କୁ ବହିଷ୍କାର ନିମନ୍ତେ ଆଗତ ମହାଭିଯୋଗ ପ୍ରସ୍ତାବରେ ଡେମୋକ୍ରାଟ୍‌ଙ୍କ ସମେତ ୧୦ଜଣ ରିପବ୍ଲିକାନ୍‌ ମଧ୍ୟ ଭୋଟ୍‌ ଦେଇଥିଲେ । ଏହି ମହାଭିଯୋଗ ପ୍ରସ୍ତାବ ଗୃହରେ ପାରିତ ହୋଇଥିଲେ ମଧ୍ୟ ସିନେଟରେ ଏହାର ବିଚାର ହୋଇନାହିଁ । ଆସନ୍ତା ମଙ୍ଗଳବାର ଜାନୁଆରି ୧୯ ତାରିଖ ଦିନ ସିନେଟ୍‌ ଏହି ମହାଭିଯୋଗର ବିଚାର କରିବ । ତା’ପର ଦିନ ଜାନୁଆରି ୨୦ରେ ନିର୍ବାଚିତ ହୋଇଥିବା ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ବୋଲି ପୂର୍ବରୁ କାର୍ଯ୍ୟକ୍ରମ ର୍ନିଦ୍ଧାରିତ ହୋଇଛି । ଏହି ବିଚାର ପ୍ରକ୍ରିୟା କିଭଳି ହେବ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ସିନେଟରେ କୌଣସି ରିପବ୍ଲିକାନ୍‌ ଭୋଟ୍‌ ଦେବେ କି, ନାହିଁ ତାହା ମଧ୍ୟ କହିବା ସମ୍ଭବପର ନୁହେଁ । ଟ୍ରମ୍ପ୍‌ କ୍ଷମତାରୁ ଚାଲିଯିବା ପରେ ଏହି ବିଚାର କରାଗଲେ ବି ଏହା ତାଙ୍କ ପାଇଁ ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିିପାରେ । ଆମେରିକାର ସମ୍ବିଧାନ ଅନୁସାରେ, ମହାଭିଯୋଗ ଅର୍ଥ ପ୍ରତିନିଧି ସଦନ ରାଷ୍ଟ୍ରପତିଙ୍କୁ କୌଣସି ବଡ଼ ଅପରାଧ କିମ୍ବା ଛୋଟ ଅପରାଧ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା । ଯଦି ନିମ୍ନ ସଦନ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପାରିତ କରେ, ତାହା ସିନେଟକୁ ବିଚାର ପାଇଁ ପଠାଯାଏ । ରାଷ୍ଟ୍ରପତିଙ୍କୁ ବହିଷ୍କାର କରିବାକୁ ସିନେଟ୍‌ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ କରେ । କି;ୁ, ତାହା ପୂର୍ବରୁ ସିନେଟ୍‌ ମହାଭିଯୋଗର ବିଚାର କରି ରାଷ୍ଟ୍ରପତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ଆବଶ୍ୟକ । ସାମ୍ପ୍ରତିକ ପରିସ୍ଥିତିରେ ଟ୍ରମ୍ପ୍‌ କ୍ଷମତାରୁ ଚାଲିଯିବା ପରେ ମଧ୍ୟ ସିନେଟ୍‌ ମହାଭିଯୋଗର ବିଚାର କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିପାରେ । ଏ ଭଳି ହେଲେ ସେ ଭବିଷ୍ୟତରେ ଆଉ ରାଷ୍ଟ୍ରପତି ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରି ପାରିବେ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇଦିନ ଥରିବ ସୁନ୍ଦରଗଡ଼ , ଝାରସୁଗୁଡ଼ା

ଦୁଇଦିନ ଥରିବ ସୁନ୍ଦରଗଡ଼ , ଝାରସୁଗୁଡ଼ା

Read More...

ବିବାହ ପ୍ରୋସେସନ୍‌କୁ ଅନୁମତି

ବିବାହ ପ୍ରୋସେସନ୍‌କୁ ଅନୁମତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page