ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ମାଗିଲା ୭,୨୦୦ କୋଟି

January 18, 2021, ଓଡ଼ିଶା, , Anupambharat News Bureau


ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ମାଗିଲା ୭,୨୦୦ କୋଟି
Anupambharat News Bureau
January 18, 2021


ଭୁବନେଶ୍ୱର ,୧୮ା୧(ଅନୁପମ ମିଡ଼ିଆ): କେନ୍ଦ୍ର ଅର୍ଥମନ୍ତ୍ରୀ ସୋମବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ୍‌ ବଜେଟ୍‌ ଆଲୋଚନା କରିଛନ୍ତି । ଏଥିରେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଂଶଗ୍ରହଣ କରି ରାଜ୍ୟ ତରଫରୁ କେତେକ ଦାବି ଉପସ୍ଥାପନ କରିଥିଲେ । ସେଣ୍ଟ୍ରାଲ୍‌ ସେଲସ୍‌ ଟ୍ୟାକ୍ସ ଆକ୍‌ଟ, ୧୯୫୬ର ଧାରା ୮ ଉପଧାରା-୩ରେ ସଂଶୋଧନ କରି ଫର୍ମ-ସିର ଅପବ୍ୟବହାର କରାଯାଇ ହାଇ ସ୍ପିଡ୍‌ ଡିଜେଲ୍‌ର ଆନ୍ତଃରାଜ୍ୟ କ୍ରୟକୁ ରୋକାଯିବା, ବର୍ଷ ୨୦୨୧-୨୨ରେ ଓଡ଼ିଶାରେ ଚାଲୁ ରହିଥିବା ତଥା ନୂତନ ଭାବରେ ନିଆଯାଉଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ଅତିକମ୍‌ରେ ୭,୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବା , ଓଡ଼ିଶାରେ ଥିବା ଅଣବ୍ୟାଙ୍କ ଗ୍ରାମ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ଶାଖା ଖୋଲିବା, ରାଜ୍ୟର ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଟେଲି ପ୍ରକଳ୍ପ ପାଇଁ ବର୍ଷ ୨୦୨୧-୨୨ରେ ଓଡ଼ିଶା ପାଇଁ ଅତିକମରେ ୫,୬୫୦ କୋଟି ଟଙ୍କାର ବ୍ୟବସ୍ଥା କରିବା ସହ ରାଜ୍ୟରେ ଥିବା ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ତଥା ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ବଜେଟ୍‌ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ପୂଜାରୀ ଦାବି କରିଥିଲେ ।ସେହିପରି ଶକ୍ତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଦୂର କରିବା, ଯଥା:- ଟାରିଫ୍‌ ପଲିସିରେ ଆବଶ୍ୟକ ସଂଶୋଧନପୂର୍ବକ ଅତି ପୁରୁଣା ପାୱାର ପର୍ଚେଜ୍‌ ଆଗ୍ରିମେଣ୍ଟଗୁଡ଼ିକ ବନ୍ଦ କରିବା , ଇଲେକ୍‌ଟ୍ରିସିଟି ଆକଫ, ୨୦୦୩ରେ ଆବଶ୍ୟକ ସଂଶୋଧନ କରି ସମସ୍ତ ଜଳବିଦୁ୍ୟତ ପ୍ରକଳ୍ପଗୁଡ଼ିକୁ ରିନୁ୍ୟଏବୁଲ୍‌ ପାୱାର ଓବ୍ଲିଗେସନ୍‌ ପାଇଁ ଅନ୍ତର୍ଭୁକ୍ତ କରିବା, ବଳକା ଶକ୍ତିକୁ ବିକ୍ରି କରିବା ପାଇଁ ଏସ୍‌ଇସିଆଇ ଦ୍ୱାରା କରାଯାଉଥିବା ଟେଣ୍ଡର ପ୍ରକ୍ରିୟାରେ ଡିଆଇଏସ୍‌ସିଓଏମ୍‌ ମାନଙ୍କୁ ଭାଗ ନେବା ପାଇଁ ଅନୁମତି ପ୍ରଦାନ କରିବା , ପାଇପ୍‌ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଆବଶ୍ୟକ ବ୍ୟୟବରାଦ, ରାଜ୍ୟମାନଙ୍କର ସ୍ୱାର୍ଥଜଡ଼ିତ ଥିବା ଜରୁରୀ ନିଷ୍ପତ୍ତିନେବା ପୂର୍ବରୁ ରାଜ୍ୟ ସରକାରମାନଙ୍କ ସହ ପୂର୍ବାଲୋଚନା କରିବା , କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦକୁ ସମସ୍ତ ଅର୍ଥ ରାଜ୍ୟ ବଜେଟ୍‌ ଜରିଆରେ ପ୍ରଦାନ କରାଯିବା, ତଥା ଏହି ଯୋଜନା ବାବଦକୁ ସୋସାଇଟି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଖର୍ଚ୍ଚ ନକରି ସିଧାସଳଖ ରାଜ୍ୟ ଟ୍ରେଜେରୀରୁ ଖର୍ଚ୍ଚ କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ମନ୍ତ୍ରୀ ଦାବି କରିଥିଲେ ।
କେନ୍ଦ୍ର ସରକାର ସୀମା ଶୁଷ୍ଠ ତଥା ପ୍ରତ୍ୟକ୍ଷ କରଗୁଡ଼ିକ ଉପରେ ଆଦାୟ କରୁଥିବା ସେସ୍‌ ତଥା ଅତିରିକ୍ତ ଦେୟଗୁଡ଼ିକୁ ବନ୍ଦ କରି ସେଗୁଡ଼ିକୁ କେନ୍ଦ୍ର ଟିକସର ଅନ୍ତର୍ଭୁକ୍ତ କରିବା, ଯାହା ଦ୍ୱାରା କି ରାଜ୍ୟମାନଙ୍କୁ କେନ୍ଦ୍ର ଟିକସ୍‌ ରୁ ଅଧିକ ରାଜ୍ୟ ଅଂଶ ମିଳିପାରିବ । ସମସ୍ତ ବାହ୍ୟ ସାହାଯ୍ୟପ୍ରାପ୍ତ ପ୍ରକଳ୍ପଗୁଡ଼ିକ ବାବଦକୁ ମିଳୁଥିବା ଋଣକୁ
ଭାରତୀୟ ମୁଦ୍ରା ଆକାରରେ ପ୍ରଦାନ । କେନ୍ଦ୍ର ଅର୍ଥମନ୍ତ୍ରୀ ଆମ ରାଜ୍ୟର ଏହିସବୁ ଦାବିଗୁଡ଼ିକୁ କେନ୍ଦ୍ର ବଜେଟ୍‌ ପ୍ରସ୍ତୁତି ସମୟରେ ସହୃଦୟତାର ସହିତ ବିଚାର କରିବେ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଶା ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକା ନେବା ପରେ ୱାର୍ଡ ବୟଙ୍କର ମୃତୁ୍ୟ

ଟିକା ନେବା ପରେ ୱାର୍ଡ ବୟଙ୍କର ମୃତୁ୍ୟ

Read More...

ପ୍ରଘଟ ହେଉଛି ହ୍ୱାଟ୍‌ସ୍‌ଆପ୍‌ କଥାବାର୍ତ୍ତା !

ପ୍ରଘଟ ହେଉଛି ହ୍ୱାଟ୍‌ସ୍‌ଆପ୍‌ କଥାବାର୍ତ୍ତା !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page