କୃଷକଙ୍କ ରାଲି ମାମଲାରେ ସୁପି୍ରମ୍‌କୋର୍ଟ କୌଣସି ହସ୍ତକ୍ଷେପ କରିବ ନାହିଁ

January 20, 2021, ଦେଶ, , Anupambharat News Bureau


କୃଷକଙ୍କ ରାଲି ମାମଲାରେ ସୁପି୍ରମ୍‌କୋର୍ଟ କୌଣସି ହସ୍ତକ୍ଷେପ କରିବ ନାହିଁ
Anupambharat News Bureau
January 20, 2021

ନୂଆଦିଲ୍ଲୀ: ୫୬ ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଆସିଥିବା ୩ଟି ନୂତନ କୃଷି ଆଇନ୍‌କୁ ନେଇ ବିରୋଧ ଜାରି ରହିଛି । ଜାନୁଆରୀ ୨୬ରେ କୃଷକମାନେ ଦିଲ୍ଲୀରେ ଟ୍ରାକଫ ରାଲି କରିବାକୁ ଯୋଜନା କରିଥିଲେ ।
ଯାହାପରେ ଦିଲ୍ଲୀ ପୋଲିସର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ସୁପ୍ରମିକୋର୍ଟ ପୁଣି ଥରେ କୃଷକଙ୍କ ଟ୍ରାକଫର ରାଲି ନେଇ କୌଣସି ନିଷ୍ପତ୍ତି ନେବାକୁ ମନାକରିଦେଇଛନ୍ତି । ମାନ୍ୟବର କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହା ଦିଲ୍ଲୀ ପୋଲିସର ଅଧିକାର । ତେଣୁ ରାଲି ନେଇ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେବେ । ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବୋବଡେ କହିଥିଲେ ଯେ, ଏହା ସଂପୂର୍ଣ୍ଣ ଦିଲ୍ଲୀ ପୋଲିସର ନିଷ୍ପତ୍ତି । ତେଣୁ ଏହି ମାମଲାରେ ଆମେ କିଛି କହିପାରିବୁନି । ତେବେ କେନ୍ଦ୍ର ସରକାର କୃଷକଙ୍କ ଟ୍ରାକଫର ରାଲି ନେଇ ଦାୟର କରିଥିବା ମାମଲାକୁ ଫେରାଇନେବାକୁ ସୁପ୍ରିମକୋର୍ଟ କହିଛନ୍ତି ।
ସେହିପରି ସୁପ୍ରମିକୋର୍ଟଙ୍କ ପକ୍ଷରୁ ଗଠିତ ହୋଇଥିବା କମିଟିକୁ ନେଇ ଯେଉଁସବୁ ପ୍ରଶ୍ନ ଉଠୁଛି । ତାକୁ ନେଇ ପ୍ରଧାନ ବିଚାରପତି କହିଛନ୍ତି ଯେ, କମିଟି କୌଣସି ନିଷ୍ପତ୍ତି ନେବ ନାହିଁ । କମିଟି କେବଳ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରିବ । ଆଲୋଚନା ପରେ ରିପୋର୍ଟ କୋର୍ଟରେ ଦାଖଲ କରିବ । କୋର୍ଟ ଏବେ ନୂତନ କୃଷି ଆଇନ୍‌ ଉପରେ ରୋକ ଲଗାଇଛନ୍ତି । ଏହାର ସମାଧାନ ବାହାର କରିବା ପାଇଁ ଏକ କମିଟି ଗଠନ କରିଛନ୍ତି । ତେଣୁ ଯେଉଁମାନେ କମିଟି ପାଖକୁ ନଯିବାକୁ ଚାହୁନାହାନ୍ତି, ତାଙ୍କୁ ବାଧ୍ୟ କରାଯାଉନାହିଁ ।
ଲୋକଙ୍କ ରାୟ ନେଇ କୋର୍ଟ ନିଷ୍ପତ୍ତି ନେଇପାରିବେନି । ଆଉ ଥରେ କମିଟି ଗଠନ କରିବାକୁ କିଷାନ ମହାପଞ୍ଚାୟତର ଦାବି ଉପରେ ସମସ୍ତ ପକ୍ଷରୁ ନୋଟିସ ଜାରି କରିଛନ୍ତି କୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଆହୁରୀ ମଧ୍ୟ କହିଛନ୍ତି ଯେ, ଆମେ କୃଷି କ୍ଷେତ୍ରର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରିଥିଲୁ ।
ଯାହାର ଉଦ୍ଦେଶ୍ୟ ଥିଲା ଉଭୟ ପକ୍ଷଙ୍କୁ ମଧ୍ୟରେ ଆଲୋଚନା କରିବା, ଏବଂ ରିପୋର୍ଟ ଦାଖଲ କରିବେ । ଏହି କମିଟିକୁ ନିଷ୍ପତ୍ତି ନେବା ପାଇଁ କୌଣସି କ୍ଷମତା ଦିଆଯାଇନାହିଁ । ଦିଲ୍ଲୀ ସୀମାରେ ଜାରି ରହିଥିବା ବିରୋଧ ପ୍ରଦର୍ଶନକୁ ନେଇ ଆଜି ପୁଣି ଆଲୋଚନା । କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ୧୦ମ ଥର ପାଇଁ ବୈଠକ । ନୂଆ କୃଷି ଆଇନ୍‌କୁ ନେଇ ଏହି ବୈଠକ ୧୯ ଜାନୁଆରୀ, ମଙ୍ଗଳବାର ହେବାର ଥିଲା । କି;ୁ ଏହାକୁ ଗୋଟିଏ ଦିନ ଘୁଞ୍ଚାଯାଇ ୨୦ ଜାନୁଆରୀକୁ ରଖାଯାଇଥିଲା । ସରକାରଙ୍କ କହିବା ମୁତାବକ କେନ୍ଦ୍ର ଏବଂ କୃଷକଙ୍କ ମଧ୍ୟରେ ଏହି ଆଇନ୍‌କୁ ନେଇ ଖୁବ୍‌ ଶିଘ୍ର ସମାଧାନ ହୋଇଯିବା ଉଚିତ । କି;ୁ ଏଥିରେ ଅନ୍ୟ ବିଚାରଧାରାର ବ୍ୟକ୍ତି ପ୍ରବେଶ କରିଛନ୍ତି ।
ଯାହାଫଳରେ ସମାଧାନରେ ବିଳମ୍ବ ହେଉଛି । ନୂଆ କୃଷି ଆଇନ୍‌ ଚାଷୀଙ୍କ ହିତ ପାଇଁ ପ୍ରସ୍ତୁତ କରାଯାଇଛି । ଏଥି ସହିତ ସରକାର କହିଛନ୍ତି ଯେ ଯେତେବେଳେ କୈଣସି ଭଲ କାମ ହୁଏ ବା ଯୋଜନା ହୁଏ ସେତେବେଳେ ବହୁତ ବାଧା ବିଘ୍ନ ଆସିଥାଏ । ତେଣୁ ଏହି ଆଇନ୍‌କୁ ଅଧିକ ସମୟ ଲାଗୁଛି । କାରଣ କୃଷକ ନେତା ନିଜ ନିଜ ଅନୁସାରେ ସମାଧାନ ଚାହୁଁଛନ୍ତି । ଅନ୍ୟପଟେ ୨୬ ଜାନୁଆରୀରେ କୃଷକମାନଙ୍କ ପ୍ରସ୍ତାବିତ ଟ୍ରାକଫର ରାଲି ଉପରେ ସୁପ୍ରିମ୍‌ କୋର୍ଟ ଆଜି ଶୁଣାଣି କରିବେ ।
ରାଲିକୁ ବନ୍ଦ କରିବା ପାଇଁ ଦିଲ୍ଲୀ ପୋଲିସ୍‌ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଥିଲେ । କୋର୍ଟ କହିଥିଲେ ଯେ ଦିଲ୍ଲୀ ପୋଲିସ୍‌ ଏନେଇ ଅନୁମତି ଦେବ କି ନାହିଁ ଏହା ତାଙ୍କ ଉପରେ ନିର୍ଭର କରୁଛି । ପୂର୍ବରୁ ଏହି ରାଲିକୁ ନେଇ ପୋଲିସ୍‌ ଏବଂ କୃଷକ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ସଂଗଠନ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ରାଲି କରିବାକୁ ପ୍ରସ୍ତାବ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଜ ଧର୍ମକୁ ମାନି ବୁଡ ପକାଉଛନ୍ତି ଋଷ୍‌ ରାଷ୍ଟ୍ରପତି

ନିଜ ଧର୍ମକୁ ମାନି ବୁଡ ପକାଉଛନ୍ତି ଋଷ୍‌ ରାଷ୍ଟ୍ରପତି

Read More...

ବଢିବ ରାତି ତାପମାତ୍ରା

ବଢିବ ରାତି ତାପମାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page