୧୯ ଦିନରେ ୧୫୦ ଷ୍ଟ୍ରେନ୍‌ ସଂକ୍ରମିତ

January 23, 2021, ଦେଶ, , Anupambharat News Bureau


୧୯ ଦିନରେ ୧୫୦ ଷ୍ଟ୍ରେନ୍‌ ସଂକ୍ରମିତ
Anupambharat News Bureau
January 23, 2021


ନୂଆଦିଲ୍ଲୀ,୨୩ା୧: ଇଂଲଣ୍ଡ୍‌ରୁ ପୁଣି କରୋନା ଭୂତାଣୁର ରୂପାନ୍ତରିତ ବା ଷ୍ଟ୍ରେନ୍‌ ସଂକ୍ରମଣ ଏଭଳି ବ୍ୟାପିବାରେ ଲାଗିଛି ଯେ, ମାତ୍ର କିଛିଦିନ ମଧ୍ୟରେ ଦେଶରେ ଉକ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ରୁ ଉର୍ଦ୍ଧ୍ୱକୁ ଟପି ଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସମସ୍ତ ଏଭଳି ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ବିଭିନ୍ନ ରାଜ୍ୟର ହେଲ୍‌ଥ କେୟାର ସେଣ୍ଟର୍‌ମାନଙ୍କରେ ସଂଗରୋଧରେ ରଖାଯାଇଛି ବୋଲି ମନ୍ତ୍ରଣାଳୟ କହିଛି । ଏପରିକି ଉକ୍ତ ରୂପାନ୍ତରିତ କରୋନାରେ ସଂକ୍ରମଣ ହୋଇଥିବା ବ୍ୟକ୍ତିମାନଙ୍କର ସଂସ୍ପର୍ଶରେ ଆସିଥିବା ପରିବାରବର୍ଗ ଆତ୍ମିୟସ୍ୱଜନ ମାନଙ୍କୁ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି । ପ୍ରଭାବିତ ହୋଇଥିବା ଯାତ୍ରୀମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକଫ ଟ୍ରେସିଂ ଚାଲିଛି । ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ସମସ୍ତଙ୍କୁ ଅତି ଯତ୍ନ ଭାବରେ ଚିକିତ୍ସା କରାଯାଉ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ବ୍ୟାପିବ ନାହିଁ ଏଥିପ୍ରତି ପ୍ରତ୍ୟେକ ରାଜ୍ୟସରକାର ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି । ଇଂଲଣ୍ଡରୁ ସୃଷ୍ଟି ହୋଇଥିବା ରୂପାନ୍ତରିତ କରୋନା ଭାରତ ସମେତ ଡେନ୍‌ମର୍କ, ନେଦରଲ୍ୟାଣ୍ଡ୍‌, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡ଼େନ୍‌, ଫ୍ରାନ୍ସ, ସ୍ପେନ୍‌, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡ଼ା, ଜାପାନ, ଲିବାନନ୍‌ ଏବଂ ସିଂଗାପୁର ପ୍ରଭୃତି ରାଷ୍ଟ୍ରକୁ ବ୍ୟାପି ଯାଇଛି । ଏହି ଷ୍ଟ୍ରେନ୍‌ ଭୂତାଣୁ ଅଧିକ ଭୟଙ୍କର ହୋଇପାରେ ବୋଲି ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୯ ଦିନରେ ୧୫୦ ଷ୍ଟ୍ରେନ୍‌ ସଂକ୍ରମିତ

୧୯ ଦିନରେ ୧୫୦ ଷ୍ଟ୍ରେନ୍‌ ସଂକ୍ରମିତ

Read More...

ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page