ପିକଅପ୍‌ ଭ୍ୟାନ୍‌ ଓଲଟି ୧୦ ମୃତ: ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ

February 01, 2021, ଓଡ଼ିଶା, , Anupambharat News Bureau


ପିକଅପ୍‌ ଭ୍ୟାନ୍‌ ଓଲଟି ୧୦ ମୃତ:  ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ
Anupambharat News Bureau
February 01, 2021

ଜୟପୁର/କୋରାପୁଟ,୩୧ା୧(ଅନୁପମ ମିଡ଼ିଆ): କୋଟପାଡ ଥାନା ମୂର୍ତ୍ତାହାଣ୍ଡି ନିକଟରେ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ଏଖ ପିକଅପ୍‌ ଭ୍ୟାନ୍‌ ଓଲଟି ପଡିବାରୁ ୧୦ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି । ଏହି ଘଟଣାରେ ଅନ୍ୟ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତୁ୍ୟ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଇଛି ।
ସୂଚନା ଅନୁଯାୟୀ,ଛତିଶଗଡ ବସ୍ତର ଜିଲ୍ଳା କଲଚା ଗ୍ରାମର ପ୍ରାୟ ୩୦ଜଣ ଲୋକ ସିଜି-୧୭କେୟୁ ୪୬୨୩ ନମ୍ବର ଭ୍ୟାନରେ କୋଟପାଡ ଥାନା ମୂର୍ତ୍ତାହାଣ୍ଡିକୁ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ । ଦଶାହ କାର୍ଯ୍ୟରେ ଯୋଗ ଦେଇ ରାତିରେ ଫେରିବାବେଳେ ସିନ୍ଧିଗାଁ ନିକଟର ଏକ ବୁଲାଣିରେ ଡ୍ରାଇଭର ଭ୍ୟାନ୍‌ ଉପରୁ ନିୟମନ୍ତ୍ରଣ ହରାଇବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ ଖାଲକୁ ଖସି ପଡିଥିଲା । ଫଳରେ ଭ୍ୟାନ ତଳେ ଚାପି ହୋଇ ଘଟଣା ସ୍ଥଳରେ ସାତ ଜଣଙ୍କ ମୃତୁ୍ୟ ଘଟିଥିଲା । ଘଟଣାସ୍ଥଳରେ ବଞ୍ଚାଅ ବଞ୍ଚାଅ ବୋଲି ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିବା ବେଳେ ଚାରିଆଡ଼େ ବିଭିନ୍ନ ସାମଗ୍ରୀ ବିଚ୍ଛୁରିତ ହୋଇ ପଡ଼ିରହିଥିବା କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଖବର ପାଇ ପୋଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ବେଳେ ସେଠାରେ ତିନି ଜଣଙ୍କ ମୃତୁ୍ୟ
ଘଟିଥିବା କୁହାଯାଇଛି । ଆହତଙ୍କ ମଧ୍ୟରୁ ଗୁରୁତର ଥିବା ଚାରି ଜଣକୁ କୋରାପୁଟ ଏସଏଲଏନ୍‌ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣା ପରେ ଡ୍ରାଇଭର ଫେରାର୍‌ ଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି ମମତା: ଶାହ

ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି ମମତା: ଶାହ

Read More...

ବିଜେଡିର ନୂଆ ରଣନୀତି :  ଖେଳରେ କରିବ‘ଖେଳ’

ବିଜେଡିର ନୂଆ ରଣନୀତି : ଖେଳରେ କରିବ‘ଖେଳ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page