ଝରାଫୁଲ ମାମଲାର ଗୁମର ଖୋଲୁଛି : ନିଶାଦେଇ ଶ୍ୱାସରୋଧରୁ ହତ୍ୟା !

February 06, 2021, ଓଡ଼ିଶା, , Anupambharat News Bureau


ଝରାଫୁଲ ମାମଲାର ଗୁମର ଖୋଲୁଛି : ନିଶାଦେଇ ଶ୍ୱାସରୋଧରୁ ହତ୍ୟା !
Anupambharat News Bureau
February 06, 2021


ଯାଜପୁର,୬ା୨(ଅନୁପମ ମିଡିଆ): ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକର ହତ୍ୟାକାଣ୍ଡ ଗୁମାର ଧୀରେ ଧୀରେ ଖୋଲିବାରେ ଲାଗିଛି । ଅଭିଯୁକ୍ତ ରାକେଶ ଝରାଫୁଲକୁ ଖାଦ୍ୟପାନୀୟରେ ନିଶାଦ୍ରବ୍ୟ ମିଶାଇ ଦେବା ପରେ ତାକୁ ଶ୍ୱାସରୋଧକରି ହତ୍ୟାକରିଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଏନେଇ କୁଆଡ଼େ ଅଭିଯୁକ୍ତ ରାକେଶ ପୋଲିସ ପାଖରେ ସ୍ୱୀକର କରିଥିବା କୁହାଯାଇଛି । ତେବେ ଆନୁଷ୍ଠାନିକ ଭାବେ ପୋଲିସ ଏନେଇ କିଛି ପ୍ରକାଶ କରିନାହିଁ । ଏପରିକି ଝରାଫୁଲ ସହ ଦୁଷ୍କର୍ମ ହୋଇଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ି ଥିବାବେଳେ ଅଭିଯୁକ୍ତ ମଧ୍ୟ ପୋଲିସ ଆଗରେ ଏହି କଥାକୁ ସ୍ୱୀକାର କରିଥିବା ଜଣାପଡ଼ିଛି । ତେବେ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ଏନେଇ କିଛି ପ୍ରକାଶ କରିନାହିଁ । ଝରାଫୁଲକୁ ଶ୍ୱାସରୋଧ କରାଯାଇ (ସଫୋକେଶନ) ହତ୍ୟା କରାଯାଇଥିବା ପୂର୍ବରୁ ଅନୁମାନ କରାଯାଉଥିବା ବେଳେ ସେ ଦିଗରେ ହିଁ ପୋଲିସ ତଦନ୍ତ ବଢ଼ାଇଥିବା ପରିଲକ୍ଷିତ ହୋଇଛି । ପୋଲିସକୁ ମିଳିଥିବା ସୂଚନା ଅନୁସାରେ ଫାଷ୍ଟଫୁଡ଼ ଦୋକାନକୁ ଯିବା ପୂର୍ବରୁ ଓ ଗେଷ୍ଟହାଉସକୁ ମଗାଯାଇଥିବା ଖାଦ୍ୟପାନୀୟରେ ପୂର୍ବଯୋଜନା ମୁତାବକ ଅଭିଯୁକ୍ତ ରାକେଶ ନିଶା ସାମଗ୍ରୀ ମିଶାଇ ଦେଇଥିଲା । ନିଜେ ଅଭିଯୁକ୍ତ ମଧ୍ୟ ନିଶା ସେବନ କରୁଥିବାର ତାର ରକ୍ତ ପରିକ୍ଷା ରିପୋର୍ଟରୁ ଜଣାପଡ଼ିଛି । ଧର୍ମବିହାର ସ୍ଥିତ ଶିବସାଇଗେଷ୍ଟ ହାଉସରେ ଉଭୟ ଝରାଫୁଲ ଓ ରାକେଶ ରହିଥିବା ସମୟରେ ସେମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିବାର ଗେଷ୍ଟହାଉସର କର୍ମଚାରୀମାନେ ପୋଲିସ ଆଗରେ ଜେରା ସମୟରେ ପ୍ରକାଶ କରିଛନ୍ତି । ଏହି ସୂଚନାପାଇ ପୋଲିସ ଏହି ହତ୍ୟାକାଣ୍ଡର ଅନ୍ୟାନ୍ୟ ଦିଗ ଉପରେ ଅନୁସନ୍ଧାନ ଆରମ୍ଭକରି କେତେକ ପ୍ରମାଣମଧ୍ୟ ସଂଗ୍ରହ କରିଛି । ଏବେ ପୋଲିସ ଏହି ହତ୍ୟା ଘଟଣାରେ ଏକାଧିକବ୍ୟକ୍ତି ସମ୍ପୃକ୍ତ ଥିବାର ସନ୍ଦେହ କରୁଛି । ଗତ ୨୭ତାରିଖରେ ଝରାଫୁଲର ଶବଦେଖି ପ୍ରଥମରୁ ପୋଲିସର ସନ୍ଦେହ ହୋଇଥିଲା ଏହାଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଓ ତଥ୍ୟପ୍ରମାଣ ନଷ୍ଟ କରିବାପାଇଁ ଅଭିଯୁକ୍ତ ହତ୍ୟାକରି ଘଟଣା ସ୍ଥଳରୁ ୧୦୦କିମି ଦୂରରେ ଶବ ଫିଙ୍ଗି ଚାଲିଯାଇଛି ।
ସେଥିପାଇଁ ପୋଲିସ ୩୦୨ ଓ ୨୦୧ ଦଫାରେ ମକନ୍ଦମା ଆରମ୍ଭକରି ତଦନ୍ତ କରିଥିଲା । ଅଭିଯୁକ୍ତର ରିମାଣ୍ଡ ଅବଧିମଧ୍ୟରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟପ୍ରମାଣ ପୋଲିସର ହସ୍ତଗତ ହୋଇଛି । ରାକେଶ ସହଯୋଗୀକୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଖୁବ ଶୀଘ୍ର ପୋଲିସ ଏହି ମାମଲା ଖୁଲାସା କରିବ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତୀୟ ଟିକା ଅପେକ୍ଷାରେ ୨୫ ଦେଶ

ଭାରତୀୟ ଟିକା ଅପେକ୍ଷାରେ ୨୫ ଦେଶ

Read More...

 ଚକାଜାମ୍‌ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ : ରାସ୍ତାରେ ଅଟକିଲା ଶହ ଶହ ଯାନ

ଚକାଜାମ୍‌ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ : ରାସ୍ତାରେ ଅଟକିଲା ଶହ ଶହ ଯାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page