ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା: ଦୁଇ ଅଭିଯୁକ୍ତ ଗିରଫ

February 11, 2021, ଓଡ଼ିଶା, , Anupambharat News Bureau


ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା:  ଦୁଇ ଅଭିଯୁକ୍ତ ଗିରଫ
Anupambharat News Bureau
February 11, 2021


ଭୁବନେଶ୍ୱର, ୧୧ା୨ (ଅନୁପମ ମିଡିଆ): ଭୁବନେଶ୍ୱର ଚନ୍ଦକାର ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକଟା ଶବ ମିଳିବା ଘଟଣା ଉପରୁ ପରଦା ଉଠିଛି । ମୃତ ମହିଳାଙ୍କ କଟା ମୁଣ୍ଡ ମିଳିବା ସହ ତାଙ୍କ ପରିଚୟ ମଧ୍ୟ ମିଳିଛି । ମୃତ ମହିଳା ଜଣକ ହେଲେ ପୁଷ୍ପଲତା ରାଉଳ(୨୮) , ଘର ଭୁବନେଶ୍ୱର ଧିରିକୁଟି ବସ୍ତିରେ । ଏଥିସହ କମିଶନରେଟ୍‌ ପୋଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରଥମେ ବିବାହକୁ ନେଇ ବିବାଦ , ବଚସା ଏବଂ ପରେ ରାଗରେ ପୁଷ୍ପଲତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା ଅଭିଯୁକ୍ତ ସଂଜୟ । ହତ୍ୟା କରିବା ପରେ ପ୍ର୍ରମାଣ ନଷ୍ଟ ପାଇଁ ସାଙ୍ଗ ଚନ୍ଦୁ ଓରଫ୍‌ ଶ୍ରୀକାନ୍ତ ଦାସ ସହଯୋଗ କରିଥିଲା । ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ ବୋଲି କହିଛନ୍ତି ପୋଲିସ୍‌ କମିଶନର । ଅପରପକ୍ଷେ, ମିଳିଥିବା କଟାମୁଣ୍ଡଟି ଉକ୍ତ ମହିଳାଙ୍କର ନା ନୁହେଁ ତାହା ସ୍ପଷ୍ଟ କରିବା ନିମନ୍ତେ ଶରୀର ସହ ତାହାର ଡିଏନ୍‌ଏ ମ୍ୟାଚ୍‌ କରାଯିବ । ଏଥିସହ କଟାମୁଣ୍ଡର ବ୍ୟବଚ୍ଛେଦ କରାଯିବା ସହ ଡିଏନ୍‌ଏ ପ୍ରୋଫାଇଲିଂ ପାଇଁ ପଠାଯିବ ବୋଲି ଫୋରେନ୍ସିକ୍‌ ଟିମ୍‌ ତରଫରୁ ସୂଚନା ଦିଆଯାଇଛି ।
ଗୁରୁବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର୍‌ ସୁଧାଂଶୁ ଷଡ଼ଙ୍ଗୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଭୁବନେଶ୍ୱର ଧିରିକୁଟି ବସ୍ତିର ପୁଷ୍ପଲତା ରାଉଳ(୨୮) ସ୍ୱାମୀ ଶରତ
ରାଉଳଙ୍କ ମୃତ୍ୟୁ ପରେ ଭରତପୁର ଅଂଚଳରେ ଏକ ଘର କରି ଅଙ୍ଗଦ ଦାସ ଓରଫ ସଂଜୟଙ୍କ ସହ କିଛି ଦିନ ରହିଥିଲେ । ପୂର୍ବରୁ ସଂଜୟ ତାଙ୍କ ଘରେ ଭଡାରେ ରହୁଥିବାରୁ ସେ ବହୁ ବର୍ଷରୁ ପରିଚିତ ଥିଲେ । ଏହାପରେ ପୁଷ୍ପଲତା ପ୍ରୀତିରଂଜନ ନାମକ ଭଦ୍ରକର ଜଣେ ଯୁବକଙ୍କୁ ଆମୋଫୋଇରେ ବିବାହ କରିଥିଲେ, ହେଲେ କିଛି ଦିନ ପରେ ବିବାଦ ହେବାରୁ ପୁଣି ସଂଜୟ ପାଖକୁ ଫେରି ଆସିଥିଲେ । ଏହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ପରେ ଗତ ୩ ତାରିଖରେ ପୁଷ୍ପଲତାଙ୍କ ତଂଟି ଚିପି ହତ୍ୟା କରିଥିଲା ସଂଜୟ । ସଂଜୟ ଜଣେ ବୋଲେରୋ ଡ୍ରାଇଭର । ଉଭୟ ପୁଷ୍ପଲତାଙ୍କ ମୃତଦେହକୁ ସଂଜୟର ବୋଲେରୋରେ ଅନ୍ଧାରୁଆର ଦାସପୁର ନେଇ ଛୁରୀରେ ମୁଣ୍ଡ କାଟିବା ପରେ ମୃତଦେହକୁ ସେଠାରେ ଛାଡିଦେଇଥିଲେ ଏବଂ କଟା ମୁଣ୍ଡକୁ ସେଠାରୁ ୨ କିମି ଦୂରରେ ଫିଙ୍ଗିଥିଲେ ବୋଲି ସିପି କହିଛନ୍ତି । ସିପି କହିଛନ୍ତି ଯେ ଉଭୟ ସଂଜୟ ଓ ଶ୍ରୀକାନ୍ତ ଗଞ୍ଜାମ ଜିଲ୍ଲାର ହୁମା ଅଂଚଳର । ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ମୁଣ୍ଡ କାଟିବାକୁ ଯୋଜନା କରିଥିଲେ । ରାତିରେ ସେମାନେ ଖଣ୍ଡଗିରିର ଏକ ମାର୍କେଟ୍‌ ରୁ ଗ୍ଲୋବସ୍‌ ଓ ଛୁରୀ କିଣି ଆଣିଥିଲେ ବୋଲି ସିପି କହିଛନ୍ତି ।ଉଲ୍ଲେଖ୍ୟଯୋଗ୍ୟ ଯେ ଭରତପୁର-ଚନ୍ଦକା ରାସ୍ତାର ଦାସପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିଲା । ମୁଣ୍ଡ ନଥିବାରୁ ମହିଳାଙ୍କ ପରିଚୟ ମିଳିବା କଷ୍ଟକର ହୋଇଥିଲା । ଏଥିପାଇଁ ରାଜଧାନୀର ବିଭିନ୍ନ ଅଂଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା । ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ପୋଲିସ ଘୋଷଣା କରିଥିଲା । ସିପି କହିଛନ୍ତି ଯେ ଗତ ୯ ତାରିଖରେ ଘଟଣାର ସ୍ପଷ୍ଟ ତଥ୍ୟ ମିଳିଥିଲା । ୨ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସେମାନେ ସତ ମାନିଥିଲେ । ପରେ ପୋଲିସ୍‌ ସେମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏଟ୍‌ କରାଇଥିଲା । ପରେ ମହିଳାଙ୍କ ମୁଣ୍ଡ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିଞ୍ଜିଳିରେ ୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟିତ ଛୋଟ ଛୋଟ ସହରକୁ ଗୁରୁତ୍ୱ ଦେଲେ ନବୀନ

ହିଞ୍ଜିଳିରେ ୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟିତ ଛୋଟ ଛୋଟ ସହରକୁ ଗୁରୁତ୍ୱ ଦେଲେ ନବୀନ

Read More...

ବିଶ୍ୱରେ ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା

ବିଶ୍ୱରେ ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page