ଟିକାକରଣ ପରେ ଲାଗୁ ହେବ ସିଏଏ

February 11, 2021, ଦେଶ, , Anupambharat News Bureau


ଟିକାକରଣ ପରେ ଲାଗୁ ହେବ ସିଏଏ
Anupambharat News Bureau
February 11, 2021


ନୂଆଦିଲ୍ଲୀ: କରୋନା ରୋଗରୁ ମୁକ୍ତି ପାଇବା ପାଇଁ ଦେଶବ୍ୟାପୀ କୋଭିଡ଼-୧୯ କରୋନା ଟିକାକରଣ କାର୍ଯ୍ୟକ୍ରମ ଦେଶବ୍ୟାପୀ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକାକରଣ କରାଯାଉଛି । ବିଶ୍ୱରେ ପ୍ରଥମ କରି କୋଭିସିଲ୍‌ଡ ଓ କୋଭକ୍‌ସିନ ଭଳି କରୋନା ଟିକା ଭାରତରେ ହିଁ ପ୍ରଥମ ଥର ପାଇଁ ପ୍ରଦାନ କରାଯାଉଛି । ତେବେ ଗୋଟିଏ ପଟରେ କରୋନା ଟିକାକରଣ ଚାଲିଥିବା ବେଳେ ପଶ୍ଚିମବଙ୍ଗକୁ ହାତେଇନେବା ପାଇଁ କେନ୍ଦ୍ରର କ୍ଷମତାସୀନ ସରକାର ଟିକାକରଣ ସମ୍ପର୍କରେ ଦଳକୁ ସୁହାଇଲା ଭଳି ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଏ ସମ୍ପର୍କରେ ବଡ଼ ଘୋଷଣା କରି କହିଛନ୍ତି ଯେ, ଦେଶରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଦେଶରେ ଟିକାକରଣ ପରବର୍ତ୍ତୀ ହିଁ ଲାଗୁ ହେବ । ଏ ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁରୁବାର ପଶ୍ଚିମବଙ୍ଗର କୁଚ ବେହାରରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରି ଏହା କହିଛନ୍ତି । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଶାହା ପୁରା ଦମରେ ଟାର୍ଗେଟ କରିଛନ୍ତି । ଶାହା କହିଛନ୍ତି ଯେ, ଟିକାକରଣ ଏବଂ କରୋନା ଭଳି ମହାମାରୀର ପ୍ରଭାବ ଶେଷ ହେବା ପରେ ସିଏଏକୁ ଲାଗୁ କରାଯିବ । ଏହାଦ୍ୱାରା ସଂଖ୍ୟାଲଘୁଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ବିରୋଧୀମାନେ ଜାଣିଶୁଣି ସେମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି ଶାହା କହିଛନ୍ତି । ଏଥିସହ ସିଏଏ ଲାଗୁ କରିବା ପୂର୍ବରୁ କରୋନା ଚାଲିଆସିଲା । ଏହିି କାରଣରୁ ସରକାର ସିଏଏ ଲାଗୁ କରିପାରିନଥିଲେ ।
ଟିକାକରଣ ଶେଷ ହେବା ପରେ ସରକାର ସିଏଏ ଲାଗୁ କରିବେ । ପଶ୍ଚିମବଙ୍ଗ ବିଧାନସଭା ର୍ନିବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି । ପଶ୍ଚିମବଙ୍ଗ ହାତେଇବାକୁ ବିଜେପି ଏଥର ଜୋରଦାର କସରତ କରୁଛି । ଯେଉଁ କାରଣରୁ ମମତାଙ୍କୁ ଟାର୍ଗେଟ କରି ଶାହା ଆଜି ଏହି ବଡ଼ ଘୋଷଣା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଚାରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡ

ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page