କେଜ୍‌ରିୱାଲଙ୍କ ଝିଅଙ୍କୁ ଠକିବା ଅଭିଯୋଗରେ ୩ ଗିରଫ

February 16, 2021, ଦେଶ, , Anupambharat News Bureau


କେଜ୍‌ରିୱାଲଙ୍କ ଝିଅଙ୍କୁ ଠକିବା ଅଭିଯୋଗରେ ୩ ଗିରଫ
Anupambharat News Bureau
February 16, 2021


ନୂଆଦିଲ୍ଲୀ,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଝିଅଙ୍କୁ ଅନ୍‌ଲାଇନରେ ଠକିବା ଅଭିଯୋଗରେ ପୁଲିସ ଆଜି ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ହରିଆଣାର ନୁହ ଅଞ୍ଚଳ ବାସିନ୍ଦା ସାଜିଦ (୨୬) ଏବଂ ମଥୁରା ଅଞ୍ଚଳର କପିଲ (୧୮) ଓ ମାନବିନ୍ଦର ସିଂହ (୨୫) । ଟେକ୍ନିକାଲ ସର୍ଭେଲାନ୍ସ ଜରିଆରେ ସେମାନଙ୍କୁ ଭରତପୁର-ମଥୁରା ସୀମାରୁ ଗିରଫ କରାଯାଇଛି । ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ୱାରିସ (୨୫) ଫେରାର ଅଛି । ଇ-କମର୍ସ ପ୍ଲାଟଫର୍ମରେ ଏକ ସୋଫା ବିକ୍ରି କରିବାକୁ କେଜ୍‌ରିୱାଲଙ୍କ ଝିଅ ଚାହିଁଥିଲେ । ତାକୁ କିଣିବାକୁ କହି ଅଭିଯୁକ୍ତମାନେ ତାଙ୍କ ଠାରୁ କୌଶଳକ୍ରମେ ୩୪ ହଜାର ଟଙ୍କା ଠକି ନେଇଥିଲେ । ଗିରଫ ୩ ଅଭିଯୁକ୍ତ ୱାରିସ୍‌ ପାଇଁ କମିଶନ ଆଧାରରେ କାମ କରୁଥିଲେ । ମାନବିନ୍ଦର ନକଲି ଦସ୍ତାବିଜ ଦେଇ ଉଭୟ କପିଲ ଓ ସାଜିଦ ନାମରେ ବିଭିନ୍ନ ବ୍ୟାଙ୍କରେ ଜମାଖାତା ଖୋଲିଥିଲା । ଠକେଇ ଅର୍ଥ ୱାରିସ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରବଚନ ଦେଇପାରିବେ ସାରଥୀ

ପ୍ରବଚନ ଦେଇପାରିବେ ସାରଥୀ

Read More...

ଭୋପାଲରେ ବସ୍ ଦୁର୍ଘଟଣା ‌, ୩୮ ମୃତ

ଭୋପାଲରେ ବସ୍ ଦୁର୍ଘଟଣା ‌, ୩୮ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page