ଭାରତ ଇତିହାସରେ ପ୍ରଥମ ଫାଶୀ ଖୁଣ୍ଟରେ ଝୁଲିବେ ମହିଳା

February 17, 2021, ଦେଶ, , Anupambharat News Bureau


ଭାରତ ଇତିହାସରେ ପ୍ରଥମ ଫାଶୀ ଖୁଣ୍ଟରେ ଝୁଲିବେ ମହିଳା
Anupambharat News Bureau
February 17, 2021


ନୂଆଦିଲ୍ଲୀ: ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଫାଶୀ ଖୁଣ୍ଟରେ ଝୁଲିବେ ଜଣେ ମହିଳା । ଏଥିନିମନ୍ତେ ମଥୁରା ଜେଲ୍‌ରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛ । ୨୦୦୮ ମସିହାର ଏକ ମାମଲାରେ ଶବନମ ନାମ୍ନୀ ମହିଳାଙ୍କୁ ଫାଶୀ ଦିଆଯିବ ।
ଏଥିନିମନ୍ତେ ତାରିଖ ଘୋଷଣା ହୋଇ ନ ଥିବା ବେଳେ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିବା ଜହ୍ଲାଦ ପବନ ହିଁ ଶବନମଙ୍କୁ ଫାଶୀ ଦେବେ । ଅମରୋହ ସହରର ଶବନମ ୨୦୦୮ ମସିହାରେ ନିଜ ପ୍ରେମିକ ସହ ମିଶି ନିଜ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ।
ଏହାପରଠୁ ଜେଲ୍‌ର ୪ କାନ୍ଥ ଭିତରେ ରହିଥିବା ଶବନମଙ୍କୁ ତଳ କୋର୍ଟଠୁ ଆରମ୍ଭ କରି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ନିରାଶ ହେବାକୁ ପଡ଼ିଛି । ଶେଷରେ ରାଷ୍ଟ୍ରପତିଙ୍କ ନିକଟରୁ ଜୀବନ ଭିକ୍ଷା କରିଥିବା ଶବନମଙ୍କୁ ସେଠାରୁ ମଧ୍ୟ ନିରାଶା ମିଳିଛି । ଶବନମଙ୍କ ଆବେଦନକୁ ରାଷ୍ଟ୍ରପତି ଖାରଜ କରି ଦେବା ପରେ ତାଙ୍କୁ ଫାଶୀ ଦେବା ବାଟ ପରିଷ୍କାର ହୋଇଯାଇଛି ।
ବିହାରର ବକ୍ସରରୁ ରଶି ମରାଯାଇଥିବା ବେଳେ ଫାଶୀ ପ୍ରକିୟାରେ ଯେପରି କୌଣସି ବାଧା ନ ଉପୁଜେ, ସେଥିନିମନ୍ତେ ଜେଲ୍‌ ପ୍ରଶାସନ ସବୁ ପ୍ରସ୍ତୁତି ସାରିଛନ୍ତି । ଜହ୍ଲାଦ ପବନ ଫାଶୀ ଘରର ନିରୀକ୍ଷଣ ମଧ୍ୟ କରି ସାରିଛନ୍ତି । ମଥୁରାରେ ପ୍ରାୟ ୧୫୦ ବର୍ଷ ପୂର୍ବେ ମହିଳା ଫାଶୀ ଘର ନିର୍ମିତ ହୋଇଥିଲା । କି;ୁ ଏ ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇନାହିଁ ।
ଏନେଇ ମଥୁରା ଜେଲ୍‌ ଅଧିକ୍ଷକ ଶୈଳେନ୍ଦ୍ର କୁମାର ମୈତ୍ରେୟ କହିଛନ୍ତି, ଏ ପର୍ଯ୍ୟନ୍ତ ଶବନମଙ୍କୁ ଫାଶୀ ଦିଆଯିବା ନିମନ୍ତେ କୌଣସି ତାରିଖ ଘୋଷଣା କରାଯାଇ ନ ଥିବା ବେଳେ କୌଣସି ଆଦେଶ ମଧ୍ୟ ଆସି ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଶାରାମ ଅସୁସ୍ଥ

ଆଶାରାମ ଅସୁସ୍ଥ

Read More...

କେନାଲକୁ ଖସିଲା ବସ୍‌, ୪୭ ମୃତ

କେନାଲକୁ ଖସିଲା ବସ୍‌, ୪୭ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page