ପେଟ୍ରୋଲ୍‌ ଲିଟର ୧୦୦ ଟପିଲା

February 17, 2021, ଦେଶ, , Anupambharat News Bureau


ପେଟ୍ରୋଲ୍‌ ଲିଟର ୧୦୦ ଟପିଲା
Anupambharat News Bureau
February 17, 2021


ନୂଆଦିଲ୍ଲୀ,୧୭ା୨: ଭାରତରେ ପ୍ରଥମ ଥର ପାଇଁ ପେଟ୍ରୋଲ୍‌ ଦର ଆଜି ୧୦୦ଟଙ୍କା ଅତିକ୍ରମ କରିଥିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନାର କେନ୍ଦ୍ରକୁ ଆସିଛି । ଏହି ପେଟ୍ରୋଲ୍‌ ଦର ଆକାଶଛୁଅଁ ଭାବେ ବୃଦ୍ଧି ପାଇବା ଫଳରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କ୍ରମାଗତ ଭାବରେ ପେଟ୍ରୋଲ୍‌ ଦର ଯେଭଳି ବୃଦ୍ଧି ପାଇଛି ଏହା ପୁଣି ହ୍ରାସ ପାଇବାର କୌଣସି ସୁଯୋଗ ନାହିଁ । ଏକ୍ସଟ୍ରା ପ୍ରିମିୟମ ପେଟ୍ରୋଲ୍‌ ଦର ଆଜି ଭୋପାଳ ନଗରୀରେ ୧୦୦ ଟଙ୍କା ଅତିକ୍ରମ କରିଛି । ଆଜି ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ୍‌ ପମ୍ପ୍‌ମାନଙ୍କରେ ସ୍ଥାପନ କରାଯାଇଥିବା ପେଟ୍ରୋଲ୍‌ ଭରୁଥିବା ମେସିନ୍‌ଗୁଡିକରେ କେବଳ ଦୁଇ ଡିଜିଟ୍‌ ସଂଖ୍ୟା ଦେଖିବାକୁ ମିଳୁଥିଲା । ତେବେ ଆଜି ହଠାତ୍‌ ଏହା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି କରିଛି । ଯେଉଁ ପେଟ୍ରୋଲ୍‌ ପମ୍ପ୍‌ ଗୁଡିକରେ ପେଟ୍ରୋଲ୍‌ ଭରୁଥିବା ମେସିନ୍‌ରେ ତିନି ଡିଜିଟ୍‌ ସଂଖ୍ୟା ପ୍ରଦର୍ଶନ ହେଉନାହିଁ, ତାହା ବନ୍ଦ ରହିଥିବା ଘଟଣା ମଧ୍ୟ ଚର୍ଚ୍ଚାକୁ ଆସିଛି । ଅତ୍ୟାଧୁନିକ ଡିଜିଟାଲ୍‌ ଫୁଏଲ୍‌ ମେସିନ୍‌ ଅଭାବରୁ ଭୋପାଲ୍‌ ନଗରୀରେ ହିଁ କେତେକ ପେଟ୍ରୋଲ୍‌ ପମ୍ପ୍‌ ଆଜି ବନ୍ଦ ରହିଛି । ତୁରନ୍ତ ପେଟ୍ରୋଲ୍‌ ପମ୍ପ୍‌ ମାଲିକମାନେ ମେସିନ୍‌ ଗୁଡିକରେ ତିନି ଡିଜିଟ୍‌ ସଂଖ୍ୟା ପଦ୍ଧତି ସଂଯୋଗ କରିବା ପାଇଁ ସମୟ ନେଉଛନ୍ତି । ତେଣୁ ଜାଳେଣି ଉପଲବ୍ଧ ହେଉଥିବା କ୍ଷେତ୍ରରେ ଅଭାବ ମଧ୍ୟ ଦେଖାଦେଇଛି । ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀରେ କିନ୍ତୁ ଆଜି ପେଟ୍ରୋଲ୍‌ ଦର ଲିଟର୍‌ ପିଛା ୮୮ ଟଙ୍କା ୭୩ ପଇସାରେ ଧାର୍ଯ୍ୟ ରହିଛି । ଏଭଳି ଯଦିଓ ଦର ବୃଦ୍ଧି ଆକାଶ ଛୁଆଁ ଭାବେ ଗତି କରିବ, ତେବେ ଦିଲ୍ଲୀରେ ମଧ୍ୟ କ୍ଷଣିକ ମଧ୍ୟରେ ଏହା ୧୦୦ ଟଙ୍କା ଅତିକ୍ରମ କରିବ । ଦିଲ୍ଲୀ ନଗରୀରେ ଯେଉଁ ପେଟ୍ରୋଲ୍‌ ପମ୍ପ୍‌ ଗୁଡିକର ଡିଜିଟାଲ୍‌ ମେସିନ୍‌ରେ ତିନି ଡିଜିଟ୍‌ ସଂଖ୍ୟା ପ୍ରଦର୍ଶନ କରୁନାହିିଁ, ସେଗୁଡିକ ଆଜିଠାରୁ ଅପ୍‌ଡେଟ୍‌ କରିବା ପ୍ରସ୍ତìତି ଆରମ୍ଭ କରିଛନ୍ତି । ଏହି ଘଟଣା ଆଜି ଦୃଷ୍ଟି ଆକର୍ଷଣର କେନ୍ଦ୍ରକୁ ଆସିଛି । କ୍ରମାଗତ ଜାନୁଆରୀ ଠାରୁ ଫେବୃଆରୀ ମାସ ମଧ୍ୟରେ ୧୯ ଦିନ ଧରି ପେଟ୍ରୋଲ୍‌ ଦର ବୃଦ୍ଧି ପାଇଛି । ପେଟ୍ରୋଲ୍‌ ଅଧିକ ଦରବୃଦ୍ଧି ଘଟିଛି । ଯାହାକି ୫ଟଙ୍କାରୁ ଉର୍ଦ୍ଧ୍ୱ ହାରରେ ଲିଟର୍‌ ପିଛା ବୃଦ୍ଧି ପାଇବା ପରିସ୍ଥିତି ମଧ୍ୟ ଭାରତରେ ସୃଷ୍ଟି ହୋଇଛି । ପେଟ୍ରୋଲ୍‌ ଦର ଦିଲ୍ଲୀରେ ଯାହା ୮୩ ଟଙ୍କା ୭୧ ପଇସା ଥିଲା ତାହା ଆଜି ପୁଣି ବୃଦ୍ଧି ପାଇ ହଠାତ୍‌ ୮୮ଟଙ୍କା ୭୩ ପଇସାକୁ ବୃଦ୍ଧି ପାଇଛି । ଦିଲ୍ଲୀ
ନଗରୀରେ ଏହା ପ୍ରଥମ ଥର ପାଇଁ ଗୋଟିଏ ଥରରେ ୫ ଟଙ୍କା ବୃଦ୍ଧି ଘଟିଛି । ଠିକ୍‌ ସେହିଭଳି ଡିଜେଲ୍‌ ଦର ମଧ୍ୟ ଜାନୁଆରୀ ପହିଲାରୁ ଆଜି ସୁଦ୍ଧା ଲିଟର୍‌ ପିଛା ୫ଟଙ୍କା୧୯ ପଇସା ହାରରେ ବୃଦ୍ଧି ପାଇବା ଯୋଗୁଁ ରାଷ୍ଟ୍ରୀୟ ରାଜଧାନୀନଗରୀ ଦିଲ୍ଲୀରେ ଡିଜେଲ୍‌ ଲିଟର୍‌ ପିଛା ୭୩ ଟଙ୍କା ୮୭ ପଇସାକୁ ବୃଦ୍ଧି ପାଇଥିଲା । ଦିଲ୍ଲୀରେ ଆଜି ହଠାତ୍‌ ଡିଜେଲ୍‌ ଦର ୭୯ ଟଙ୍କା ୬ ପଇସା ବୃଦ୍ଧି ଘଟିଛି । ଇତିମଧ୍ୟରେ ଅଧିକ ଟିକସକୁ ଆକର୍ଷିତ କରୁଥିବା ବ୍ରାଣ୍ଡେଡ୍‌ କିମ୍ବା ଆଡିଟିଭ୍‌ ଲେସ୍‌ ପେଟ୍ରୋଲ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି କେତେକ ସ୍ଥାନରେ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ରାଜସ୍ଥାନର ଶ୍ରୀଗଙ୍ଗନଗର ସହରରେ ପେଟ୍ରୋଲ ମୂଲ୍ୟ ଆଜି ଏକ ଲିଟର ପିଛା ୧୦୦.୧୩ କୁ ବୃଦ୍ଧି ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୃଷି ଆଇନ ପ୍ରତ୍ୟାହାର ଦାବି:  ଆଜି ଚାରି ଘଣ୍ଟିଆ ରେଳ ରୋକ

କୃଷି ଆଇନ ପ୍ରତ୍ୟାହାର ଦାବି: ଆଜି ଚାରି ଘଣ୍ଟିଆ ରେଳ ରୋକ

Read More...

ପଞ୍ଜାବରେ କଂଗ୍ରେସର ବାଜିମାତ୍‌

ପଞ୍ଜାବରେ କଂଗ୍ରେସର ବାଜିମାତ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page