ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡ଼ାଉନ୍‌

February 18, 2021, ଦେଶ, , Anupambharat News Bureau


ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡ଼ାଉନ୍‌
Anupambharat News Bureau
February 18, 2021


କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ପୁଣି ଲକଡାଉନ୍‌ ଲାଗୁ କରିଛି ପ୍ରଶାସନ । ରାଜ୍ୟର ଅମରାବତୀ ଓ ଯବତମାଳରେ ଲକଡାଉନ୍‌ ନିୟମ ଲାଗୁ କରାଯାଇଛି । ଅମରାବତୀରେ ଆସନ୍ତାକାଲି ରାତି ୮ଟାରୁ ଲକଡାଉନ୍‌ ଲାଗୁ ହେବ । ସେହିପରି ଯବତମାଳରେ ଫେବୃଆରୀ ୨୮ ତାରିଖ ଯାଏଁ ଲକଡାଉନ୍‌ ଜାରି ରହିବ ବୋଲି ଘୋଷଣା କରାଯାଇଛି । ଏହି ସମୟରେ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଏହା ସହ ଅଧା ଲୋକଙ୍କୁ ନେଇ ବିବାହ ହେବ ଏବଂ ରେସ୍ତୋରାଁ ଖୋଲିବ । ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ନହେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ମହାରାଷ୍ଟ୍ରରେ କରୋନା ସ୍ଥତି ଅତ୍ୟନ୍ତ ଭୟଙ୍କର ଥିଲା । ମୃତୁ୍ୟହାର ବା ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ରରେ ହିଁ ଅଧିକ ପରିମାଣର ପ୍ରଭାବିତଙ୍କ ରେକର୍ଡ ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୬ରେ ଭାରତ ବନ୍ଦ

୨୬ରେ ଭାରତ ବନ୍ଦ

Read More...

‘ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ’

‘ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page