ଆଇପିଏଲ୍‌ରେ ଅର୍ଜୁନ ତେନ୍ଦୁଲକର

February 19, 2021, ଦେଶ, , Anupambharat News Bureau


ଆଇପିଏଲ୍‌ରେ ଅର୍ଜୁନ ତେନ୍ଦୁଲକର
Anupambharat News Bureau
February 19, 2021


ମୁମ୍ୱାଇ : ଚଳିତ ଆଇପିଏଲ୍‌ ନିଲାମୀରେ ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ ଚର୍ଚ୍ଚାରେ ଥମୁନାହିଁ । ଏହି ଚର୍ଚ୍ଚାର କାରଣ ଆଉ କିଛି ନୁହେଁ, ତାଙ୍କୁ ୨୦ ଲକ୍ଷ ଟଙ୍କାରେ ମୁମ୍ୱାଇ ଇଣ୍ଡିଆନ୍ସ କିଣିବାକୁ ନେଇ ହୋଇଛି ।
୨୦ ଲକ୍ଷ ଟଙ୍କାରେ ବିକ୍ରି ହେଲେ ସଚିନ୍‌ଙ୍କ ପୁଅ, ଅର୍ଜୁନ‌ ତେନ୍ଦୁଲକରଙ୍କୁ କିଣିଲା ମୁମ୍ୱାଇ ଇଣ୍ଡିଆନ୍ସ
ସୂଚନା ଯେ , ଚଳିତ ଆଇପିଏଲ୍‌ରେ ମାଷ୍ଟର ବ୍ଲାଷ୍ଟରଙ୍କର ଏହି ୨୧ ବର୍ଷିୟ ପୁଅ ଅର୍ଜୁନ୍ ନଜର ଆସିବେ । ତାଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସ ନିଲାମୀରେ କିଣିଛି । ସଚିନ୍‌ ତେନ୍ଦୁଲକର ମଧ୍ୟ ଦୀର୍ଘ ସମୟ ଯାଏ ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ସଚିନ୍‌ ଆଇପିଏଲ୍‌ର ୪ ସିଜନ୍‌ରେ ମୁମ୍ୱାଇର ମଙ୍ଗ ( କ୍ୟାପ୍ଟେନ୍‌ସିପ୍‌) ଧରିଥିଲେ। କିନ୍ତୁ ସେ ଟିମ୍‌ର ଟାଇଟଲ ଜିତି ପାରିନଥିଲେ ।
ଏହି ଭିତରେ ଟିମ୍‌ର ମୁଖ୍ୟ କୋଚ୍‌ ମହେଳା ଜୟ ବର୍ଦ୍ଧନ କହିଛନ୍ତି , ଅର୍ଜୁନଙ୍କୁ କିଣିବାର ନିଷ୍ପତ୍ତି ତାଙ୍କର ଦକ୍ଷତାକୁ ଦେଖି କରାଯାଇଛି । ଭିଡ଼ିଓ କନଫ୍ରେନ୍ସରେ ମହେଲା ଜୟବର୍ଦ୍ଧନ କହିଛନ୍ତି କି , ଯେହେତୁ ସେ ସଚିନ୍‌ ତେନ୍ଦୁଲକରଙ୍କର ପୁଅ , ସେଥିପାଇଁ ତାଙ୍କ ଉପରେ ଭଲ ପ୍ରଦର୍ଶନର ପ୍ରଭାବ ରହିବ । କିନ୍ତୁ ସେ ଭାଗ୍ୟବଶତଃ ଜଣେ ବୋଲର , ବ୍ୟାଟ୍ସମ୍ୟାନ୍‌ ନୁହେଁ । ଅର୍ଜୁନଙ୍କୁ ତାଙ୍କର ଦକ୍ଷତା ପାଇଁ ଟିମ୍‌ରେ ନିଆଯାଇଛି । ଏବେ ତାଙ୍କୁ ସମୟ ଦେବାକୁ ହେବ । ତାଙ୍କୁ ତାଙ୍କ କାମ ଉପରେ ଧ୍ୟାନ ଦେବାକୁ ଦିଆଯାଉ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନାଲ୍‌କୁ ବସ୍‌ ଖସି ପଡିବା ଘଟଣା :  ୭ ଜଣଙ୍କ ଜୀବନ ବଞ୍ଚାଇଥିଲେ  ଶିବରାନୀ

କେନାଲ୍‌କୁ ବସ୍‌ ଖସି ପଡିବା ଘଟଣା : ୭ ଜଣଙ୍କ ଜୀବନ ବଞ୍ଚାଇଥିଲେ ଶିବରାନୀ

Read More...

୨୬ରେ ଭାରତ ବନ୍ଦ

୨୬ରେ ଭାରତ ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page