କୃଷି,ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ

February 22, 2021, ଓଡ଼ିଶା, , Anupambharat News Bureau


କୃଷି,ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ
Anupambharat News Bureau
February 22, 2021

ଭୁବନେଶ୍ୱର, ୨୨ା୨(ଅନୁପମ ମିଡ଼ିଆ): ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ବେଜଟ୍‌ ପରିମାଣ ୧୩ ପ୍ରତିଶତ ବଢ଼ିଛି । ପେପର ଲେସ୍‌ ଏହି ବଜେଟ୍‌ରେ ଅର୍ଥମନ୍ତ୍ରୀ ପୂଜାରୀ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଭିତ୍ତିଭୂମି ଉପରେ ଅଧିକ ଫୋକସ ଦେଇଛନ୍ତି ।
ବଜେଟ୍‌ ଉପସ୍ଥାପନ କରି ମନ୍ତ୍ରୀ ପୂଜାରୀ କହିଥିଲେ ଯେ, ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍‌ ମଧ୍ୟରେ ପ୍ରଶାସନିକ ବ୍ୟୟ ନିମନ୍ତେ ୮୫ ହଜାର କୋଟି ଟଙ୍କା , କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି ଟଙ୍କା , ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି ୩ ହଜାର ୫୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯୫୦ କୋଟି ଟଙ୍କା ଅର୍ନ୍ତଭୁକ୍ତ । ଏହି ବଜେଟ୍‌ରେ ପୁଞ୍ଜିି ବ୍ୟୟ ବରାଦ ଅଟକଳ ୨୫,୭୮୮କୋଟି ଟଙ୍କା ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉପିାଦର ୪.୪% ଅଟେ । ଅତିରିକ୍ତ ଭାବେ ଋଣ ,ଅଗ୍ରୀମ , ପୁଞ୍ଜି ସମ୍ପତ୍ତି ସୃଷ୍ଟି ପାଇଁ ଅନୁଦାନ ଓ ଅନ୍ୟାନ୍ୟ ପୁଞ୍ଜି ସୃଷ୍ଟି ପାଇଁ ଖର୍ଚ୍ଚକୁ ମିଶାଇ ମୋଟ ୮,୩୭୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉପିାଦର ୧.୪୩% ଅଟେ ।
ସେ କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷର ବ୍ୟୟ ଅଟକଳକୁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ ୧ଲକ୍ଷ ୨୫ ହଜାର ୬୦୦ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ବାବଦରୁ ମିଳିବାକୁ ଥିବା ୪୪,୪୦୦ କୋଟି ଟଙ୍କାରୁ ଭରଣା କରାଯିବାର ପ୍ରସ୍ତାବ ରହିଛି । ଚଳିତ ଆର୍ଥିକ ବର୍ଷ ପାଇଁ ଆକଳିତ ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ ରାଜ୍ୟର ନିଜସ୍ୱ ଟିକସ ୩୭,୫୦୦ କୋଟି ଟଙ୍କା , ନିଜସ୍ୱ ଅଣଟିକସ ରାଜସ୍ୱ ୨୦ ହଜାର କୋଟି , କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ୩୦,୧୩୭ କୋଟି ଏବଂ ଜିଏସଟି କ୍ଷତିପୂରଣ ସମେତ କେନ୍ଦ୍ରୀୟ ଅନୁଦାନ ୩୭,୯୬୩ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଆଗାମୀ ୩ ବର୍ଷ ମଧ୍ୟରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ଚିକିତ୍ସାଳୟରେ ୩,୫୦୦ କୋଟି ଟଙ୍କା ବ୍ୟୟ କରଯିବ ଏବଂ ଏହାକୁ ୫ହଜାର ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ କରାଯିବ । ଚଳିତ ଆର୍ଥିକ ବର୍ଷରେ ଏହା ମଧ୍ୟରୁ ୫୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ପୁରୀର ବିକାଶ ପାଇଁ ଅବଢା ଯୋଜନାରେ ୫୪୨ କୋଟି ଟଙ୍କା , ଲିଙ୍ଗରାଜ ମନ୍ଦିରର ଚର୍ତୁପାଶ୍ୱର୍ରେ ପ୍ରାୟ ୬୫ ଏକରରୁ ଉର୍ଦ୍ଧ୍ୱ ଜମି ପଥଚାରୀଙ୍କ ଲାଗି ଉନ୍ତୁକ୍ତ କରିବା ନିମନ୍ତେ ଏକାମ୍ର ଯୋଜନାରେ ୨୦୦ କୋଟି , ସମଲେଇ ଯୋଜନାରେ ୨୦୦ କୋଟି ଟଙ୍କାର ବ୍ୟୟ ବରାଦର ପ୍ରସ୍ତାବ ରଖାଯାଇଛି । ରାଉରକେଲାରେ ନୂତନ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍‌ ପାଇଁ ୭୫ କୋଟି ଟଙ୍କାର ବ୍ୟବସ୍ଥା ରହିଛି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ବୀମା ଉପଲବ୍ଧ କରାଇବା ପାଇଁ ୯,୧୬୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧,୩୫୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନରେ ୧,୫୭୨ କୋଟି ଓ ସ୍ୱାସ୍ଥ୍ୟ ସେବା , ଆମ୍ବୁଲାନ୍ସ ଓ ଭିତ୍ତିିଭୂମି ନିର୍ମାଣ ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୧,୭୫୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୨୦୨୧-୨୨ ବର୍ଷରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ଲାଗି ୧୭,୪୬୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ନୂତନ ପ୍ରକଳ୍ପ ପାଇଁ ୪୫୪ କୋଟି , ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପMା ଘର ଯୋଜନରେ ଆହୁରି ୫ ଲକ୍ଷ ପMା ଘର ନିର୍ମାଣ ପାଇଁ ୨୦୨୧-୨୨ ବର୍ଷ ରେ ୩ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମନରେଗା ଯୋଜନାରେ ମାଟେରିଆଲ କମ୍ପୋନେଟ୍‌
ପାଇଁ ୨,୦୦୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଆଦର୍ଶ ବିଦ୍ୟାଳୟ ସ୍ଥାପନା ଓ ପରିଚାଳନା ପାଇଁ ୨୮୦ କୋଟି , ମଧ୍ୟାହ୍ନ ଭୋଜନପାଇଁ ୩,୦୬୬ କୋଟି ଟଙ୍କା , ମୋ ସ୍କୁଲ ଅଭିଯାନ ପାଇଁ ୨୩୦ କୋଟି , ଛାତ୍ର ବୃତ୍ତି ପାଇଁ ୧,୦୦୨ କୋଟି , ରୁଷା ଯୋଜନା ପାଇଁ ୨୧୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗରେ ବିଭିନ୍ନ ମହିଳା ଓ ଶିଶୁ କୈନ୍ଦ୍ରିକ ନୀତି ଓ କଲ୍ୟାଣ ମୂଳକ ପଦକ୍ଷେପ ପାଇଁ ମୋଟ ୩୯୦୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ମମତା ଯୋଜନାରେ ୨୭୯ କୋଟି ଓ ମିଶନ ଶକ୍ତି ପାଇଁ ୩୧୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅନୁସୂଚିତ ଜାତି- ଜନଜାତି ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରି ଓ ପୋଷ୍ଟ ମାଟ୍ରିକ ସ୍କଲାରସିପ ପାଇଁ ୯୦୩ କୋଟି ଟଙ୍କାର ବ୍ୟୟବରାଦ କରା ଯାଇଛି । ସାମାଜିକ ନିରାପତା ଲାଗି ମୋଟ ୨୭୬୭ କୋଟି ଟଙ୍କାର ବ୍ୟୟବରାଦ କରା ଯାଇଛି । ଶକ୍ତିକ୍ଷେତ୍ରରେ ୧୭୯୯ କୋଟି ଟଙ୍କାର ବ୍ୟୟବରାଦ ପାଇଁ ପ୍ରସ୍ତାବ ରହିଛି । ବିଜୁ ସେତୁ ଯୋଜନାରେ ୯୧୨ କୋଟି, ବ୍ଲକ ସ୍ତରରେ ବସ ଷ୍ଟାଣ୍ଡ ଓ କଟକ ଠାରେ ବସ ଟର୍ମିନାଲ କରିବାକୁ ୧୦୦ କୋଟି ଟଙ୍କା, ସହରାଞ୍ଚଳ ସଡକ ପରିବହନ ଓ ବରମୁଣ୍ଡା ବସ ଷ୍ଟାଣ୍ଡର ବିକାଶ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଶିଳ୍ପ କ୍ଷେତ୍ର ଭିତ୍ତିଭୂମି ଇଡକୋକୁ ୧୫୫ କୋଟି ଟଙ୍କାର ବ୍ୟୟବରାଦ କରା ଯାଇଛି । ପୋଲିସ୍‌ ,ଅଗ୍ନିଶମ କାରଗାର ସଂଗଠନର ଆବାସିକ ଓ ଅଣଆବାସିକ ଗୃହ ନିର୍ମାଣ ପାଇଁ ୩୧୫ କୋଟି ବ୍ୟବସ୍ଥା ରହିଛି । ଜଙ୍ଗଲ କ୍ଷେତ୍ର ପାଇଁ ଚଳିତ ବଜେଟ୍‌ ରେ ୧୮୫୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କ୍ରୀଡା ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୧୦୯ କାଟି ଟଙ୍କାର ପ୍ରସ୍ତାବ ରହିଛି । କ୍ରୀଡା ଶିକ୍ଷା ପ୍ରୋତ୍ସାହନ ପାଇଁ ୧୦୮.୭୩ କୋଟି , ଖେଲୋ ଇଣ୍ଡିଆ ପାଇଁ ୧୧ କୋଟି ବ୍ୟବସ୍ଥା ରହିଛି । ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟ ପ୍ରଚାର ପାଇଁ ୧୩୫ କୋଟି ଟଙ୍କା , ଇଲେକେଫ୍ରାନ୍‌ିକସ୍‌ ଓ ସୂରଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ପାଇଁ ୧୯୯ କୋଟି ବ୍ୟୟ ବରାଦ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ୩,୦୫୦ କୋଟି ଟଙ୍କାର ପ୍ରସ୍ତାବ ରହିଛି ଯାହା ମଧ୍ୟରେ ଏସଡିଆରଏମଏଫ୍‌ ପାଇଁ ୨,୧୩୯ କୋଟି ଟଙ୍କା ଓ ଏନଡିଆରଏମଏଫ୍‌ ପାଇଁ ୯୬୧ କୋଟି ଟଙ୍କାର ପ୍ରସ୍ତାବ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା : ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା : ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ

Read More...

ସଚେତନ ନହେଲେ ଫେରିବ ଲକ୍‌ ଡାଉନ୍‌

ସଚେତନ ନହେଲେ ଫେରିବ ଲକ୍‌ ଡାଉନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page