ଘୁଞ୍ଚିଲା ଶବନମଙ୍କ ଫାଶୀ

February 23, 2021, ଦେଶ, , Anupambharat News Bureau


ଘୁଞ୍ଚିଲା ଶବନମଙ୍କ ଫାଶୀ
Anupambharat News Bureau
February 23, 2021


ଅମରୋହା: ଉତ୍ତର ପ୍ରଦେଶ ଅମରୋହାରେ ହତ୍ୟାକାଣ୍ଡ ଦୋଷୀ ଶବନମଙ୍କ ଫାଶୀ ପୁଣିଥରେ ଘୁଞ୍ଚିଯାଇଛି । ନ୍ୟାୟାଳୟ ହତ୍ୟାକାରୀ ଶବନମଙ୍କ ସବିଶେଷ ତଥ୍ୟ ମାଗିଥିଲେ ।
କି;ୁ ଶବନମଙ୍କ ଓକିଲ ରାଜ୍ୟପାଳଙ୍କ ଠାରେ ଦୟା ଆବେଦନ ଦାଖଲ କରିଥିଲେ । ପୁଣିଥରେ ଦୟା ଆବେଦନ ଦାଖଲ ହେବା କାରଣରୁ ଫାଶୀ ତାରିଖ ନିର୍ଦ୍ଧାରିତ ହୋଇପାରିନାହିଁ । ଶବନମଙ୍କ ଫାଶୀକୁ ନେଇ ମଙ୍ଗଳବାର ଦିନ ଜିଲ୍ଲା ନ୍ୟାୟାଧୀଶଙ୍କ ଅଦାଲତରେ ଶୁଣାଣି ହୋଇଛି ।
ପୂର୍ବରୁ କୁହାଯାଉଥିଲା ଯେ ଜିଲ୍ଲା ନ୍ୟାୟାଧୀଶଙ୍କ ଅଦାଲତରେ ଶବନମଙ୍କ ରିପୋର୍ଟ ହସ୍ତାନ୍ତର କରାଯିବ ଏବଂ ଏହି ରିପୋର୍ଟରେ ଆବେଦନ ବିଚାରାଧୀନ ନଥାଏ ତାହେଲେ ଶବନମଙ୍କ ଫାଶୀ ତାରିଖ ଧାର୍ଯ୍ୟ କରାଯିବା । ଶବନମଙ୍କ ଓକିଲ କିଛି ଦିନ ପୂର୍ବରୁ ଦୟା ଆବେଦନ ପାଇଁ ରାଜ୍ୟପାଳଙ୍କୁ ଗୁହାରି କରି ଜିଲ୍ଲା ଜେଲ ପ୍ରଶାସନକୁ ପ୍ରାର୍ଥନାପତ୍ର ଦେଇଥିଲେ
ଗତ ସପ୍ତାହରେ ୧୨ ବର୍ଷର ପୁଅକୁ ଦେଖି ଶବନମ ଭୋ ଭୋ ହୋଇ କାନ୍ଦିଥିଲେ । ତାଙ୍କ ଛାଇଠୁ ବି ଦୁରେଇ ରହିବାକୁ ଏବଂ ପାଠ ପଢି ଭଲ ମଣିଷ ହେବାକୁ ସେ ନିଜ ପୁଅକୁ କହିଥିଲେ । ପୁଅକୁ ଦେଖାକରିବା ପରେ ସେ ନିଜକୁ ନିର୍ଦ୍ଦୋଷ କହି ସିବିଆଇ ଯାଞ୍ଚ କରିବାକୁ ଦାବି କରିଥିଲେ । ଉଲ୍ଲେଖଥାଉକି, ଏହି ହତ୍ୟାକାଣ୍ଡ ପଛର କାରଣ ଥିଲା ଶବନମଙ୍କ ପ୍ରେମିକ ସଲୀମ୍‌ । ଶବନମ ସଲୀମକୁ ଖୁବ୍‌ ଭଲ ପାଉଥିଲା । ପରିବାର ଲୋକଙ୍କ ବିରୋଧରେ ଭୀଷଣ ରାଗି ଯାଇଥିଲା ଶବନମ୍‌ ।
ଯାହା ପରେ ଶବନମ୍‌ ନିଜ ପ୍ରେମିକକୁ ଲଗାଇ ନିଜ ପରିବାରକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଏପ୍ରିଲ୍‌ ୧୫, ୨୦୦୮ର ବିଳମ୍ବିତ ରାତିରେ ଶବନମ ନିଜ ପରିବାର ଲୋକଙ୍କୁ ପ୍ରଥମେ କ୍ଷୀରରେ ନିଶା ଔଷଧ ମିଶାଇ ପିଇବାକୁ ଦେଇଥିଲେ ।
ଯାହା ପରେ ସଲୀମର ସହାୟତାରେ ସେ ନିଜର ମାତା ପିତା, ଦୁଇ ଭାଇ, ଭାଉଜ, ମାଉସୀର ପୁଅ ଓ ଭଣଜାଙ୍କୁ କୁରାଢୀରେ କାଟି ରକ୍ତର ହୋଲି ଖେଳିଥିଲା । ଏପରି କି ଶବନମ ମଧ୍ୟ ନିଜର ୧୦ମାସର ଭାଣିଜୀକୁ ବି ଛାଡ଼ିନଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୩୬ ଲୋକଙ୍କୁ ମୃତ ଘୋଷଣା କରିବେ ସରକାର

୧୩୬ ଲୋକଙ୍କୁ ମୃତ ଘୋଷଣା କରିବେ ସରକାର

Read More...

ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଇସ୍ତଫା

ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଇସ୍ତଫା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page