ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକା

February 24, 2021, ଦେଶ, , Anupambharat News Bureau


ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକା
Anupambharat News Bureau
February 24, 2021


ଭୁବନେଶ୍ୱର, ୨୪ା୨(ଅନୁପମ ମିଡ଼ିଆ): ଆସନ୍ତା ମାର୍ଚ୍ଚ ୧ରୁ ବୟସ୍କଙ୍କୁ କୋଭିଡ୍‌ ଟିକା ଦିଆଯିବ । ଏହି ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମୁ୍ୟନିସିପାଲଟି କମିଶନରମାନଙ୍କୁ ଗାଇଡ୍‌ ଲାଇନ୍‌ ପଠାଇଛନ୍ତି । ଏହାକୁ ଗୁରୁତ୍ୱର ସହ ନେଇ ଫେବୃଆରୀ ୨୮ ସୁଦ୍ଧା ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଇଡ୍‌ଲାଇନ୍‌ ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ତଥା ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ରବିବାରକୁ ବାଦ୍‌ ଦେଇ ସପ୍ତାହରେ ୫ ଦିନ ଟିକାକରଣ ହେବ । ଅତିରିକ୍ତ ଟିକାକର୍ମୀ ଓ ଯାଞ୍ଚକାରୀଙ୍କୁ ଚିହ୍ନଟ କରି ଟିକାକରଣ ପାଇଁ ତାଲିମ୍‌ ଦିଆଯିବ । ପ୍ରତି ବ୍ଲକ୍‌ ବା ସହରାଞ୍ଚଳରେ ୬/୭ଟି ଟିକା ଟିମ୍‌ ନିୟୋଜିତ ହେବେ । ଟିକାଦାନ ପାଇଁ ସମସ୍ତ ପିଏଚସି / ୟୁପିଏଚସି ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ସେହିପରି ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଏଏନଏମ୍‌ ମାନେ ଟିକାକରଣରେ ନିୟୋଜିତ ହୋଇପାରିବେ ନାହିଁ । ବ୍ଲକ୍‌ ସ୍ତରରେ ଟିକାକରଣ ପାଇଁ ପ୍ଲାନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି । ଟିକାଦାନ ସ୍ଥଳରେ ଲାପଟପ୍‌ କିମ୍ବା କମ୍ପୁ୍ୟଟର ଉପଲବ୍ଧ କରିବାକୁ କୁହାଯାଇଛି , ଯାହାଦ୍ୱାରା ଟିକାଦାନ ସମ୍ପର୍କିତ ଷ୍ଟାଟସ୍‌ ଅପଡେପ୍‌ କରାଯିବା ସହିତ ଟିକାକରଣ ,ସାର୍ଟିଫିକେଟ୍‌ ପ୍ରଦାନ କରାଯାଇପାରିବ । ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୧୬ରୁ ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଥିଲା । ଏହାର ୩୦ ଦିନ ମଧ୍ୟରେ (ରବିବାର ବ୍ୟତୀତ) ୫ ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋର୍ଦ୍ଧାଙ୍କୁ ଟିକା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଇ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

ମଇ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

Read More...

ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ

ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page