କାଞ୍ଜିପାଣି ଘାଟିରେ ବରଯାତ୍ରୀ ବସ୍‌ ଦୁର୍ଘଟଣା ମୃତୁ୍ୟ ସଂଖ୍ୟା ୨ କୁ ବୃଦ୍ଧି : ୨୪ ଆହତ

February 25, 2021, ଓଡ଼ିଶା, , Anupambharat News Bureau


କାଞ୍ଜିପାଣି ଘାଟିରେ ବରଯାତ୍ରୀ ବସ୍‌ ଦୁର୍ଘଟଣା ମୃତୁ୍ୟ ସଂଖ୍ୟା ୨ କୁ ବୃଦ୍ଧି : ୨୪ ଆହତ
Anupambharat News Bureau
February 25, 2021


କେନ୍ଦୁଝର, ୨୫ ଫେବୃଆରୀ (ହି.ସ.)- ରାଉରକେଲା ବନ୍ଧମୁଣ୍ଡାରୁ କେନ୍ଧୁଝର ଜିଲ୍ଲା ଢ଼େଙ୍କିକୋଟ ଅଭିମୁଖେ ବରଯାତ୍ରୀ ନେଇ ଯାଇଥିବା ଏକ ବସ୍‌ ଆଜି ସକାଳେ ଫେରୁଥିବା ବେଳେ କାଞ୍ଜିପାଣି ଘାଟିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣକର ମୃତୁ୍ୟ ହେବା ସହ ୨୫ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ୯ ଜଣ ଗୁରୁତର ରହିଥିଲେ । ସମସ୍ତ ଆହତଙ୍କୁ ତେଲକୋଇ ଅଗ୍ନିଶମ ବିଭାଗ ଓ ପୋଲିସର ସହଯୋଗରେ ଉଦ୍ଧାର କରାଯାଇ କାଞ୍ଜିପାଣି ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସଙ୍କଟାପନ୍ନ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ କଟକ ବଡ଼ ମେଡିକାଲକୁ ନିଆଯିବା ବାଟରେ ତାଙ୍କର ମୃତୁ୍ୟ ଘଟିଛି । ଫଳରେ ବସ୍‌ ଦୁର୍ଘଟଣାଜନିତ ମୃତୁ୍ୟ ସଂଖ୍ୟା ୨ କୁ ବୃଦ୍ଧି ପାଇଛି । ବସ୍‌ ରେ ୪୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟେକଦର୍ଶିଙ୍କ ସୂତ୍ରରୁ ପ୍ରକାଶ । କାଞ୍ଜିପାଣି ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍‌ କୁ ଜବତ କରିବା ସହ ଏନେଇ ତଦନ୍ତ ଜାରୀ ରଖିଛି । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, କାଞ୍ଜିପାଣି ଘାଟିରେ ଅଧିକାଂଶ ସମୟରେ ଅନୁରୂପ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଥିବା ଲକ୍ଷ୍ୟ କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ବନ୍ଦକୁ ସିପିଆଇ (ଏମ)ର ସମର୍ଥନ

ଭାରତ ବନ୍ଦକୁ ସିପିଆଇ (ଏମ)ର ସମର୍ଥନ

Read More...

ମଇ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

ମଇ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page