କ୍ଷମା ମାଗିଲେ ବିବେକ୍‌ ଓବରୟ

May 21, 2019, ଦେଶ, , Anupambharat News Bureau


କ୍ଷମା ମାଗିଲେ ବିବେକ୍‌ ଓବରୟ
Anupambharat News Bureau
May 21, 2019

ମୁମ୍ବାଇ: ତୀବ୍ର ସମାଲୋଚନା ଓ ମହିଳା କମିଶନଙ୍କ ନୋଟିସ୍‌ ପରେ ଶେଷରେ ଅଭିନେତା ବିବେକ୍‌ ଓବରୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍‌ କରିଥିବା ଏକ ମିମ୍‌ ଓ ଫଟୋକୁ ଆଜି ଡିଲିଟ୍‌ କରିଛନ୍ତି । ଏ ନେଇ ସେ ଟ୍ୱିଟ୍‌ କରି ଆଜି ସକାଳେ କ୍ଷମା ପ୍ରାର୍ଥନା କରିଛନ୍ତି । ଯଦି ଭାଇରାଲ୍‌ ହୋଇଥିବା ଫଟୋଟି କାହାକୁ କ୍ଷତି ବା ଆଘାତ ପହଞ୍ଚାଇଛି, ସେଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି ଓବରୟ କହିଛନ୍ତି । ମହିଳାଙ୍କୁ ସେ ସମ୍ମାନ ଦିଅନ୍ତି, ସେଥିପାଇଁ ସେ ବିଗତ ୧୦ ବର୍ଷ ହେବା ୨ହଜାରରୁ ଅଧିକ ଝିଅଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ କରୁଥିବା ଟ୍ୱିଟ୍‌ କରି କହିଛନ୍ତି ବିବେକ ଓବରୟ । ଗତକାଲି ଐଶଙ୍କ ସହିତ ସଲମାନ ଖାନଙ୍କର ଏକ ଫଟୋରେ ଓପିନିଅନ୍‌ ପୋଲ୍‌, ନିଜ ସହ ଫଟୋରେ ଏକଜିଟ୍‌ ପୋଲ୍‌ ଏବଂ ଶେଷରେ ଅଭିଷେକ ଓ ଆରାଧ୍ୟାଙ୍କ ସହ ଫଟୋରେ ରେଜଲଫ ବୋଲି ଲେଖାଥିବା ଫଟୋ ଶେୟାର କରିଥିଲେ ବିବେକ ଓବରୟ । ଏହାପରେ ଜାତୀୟ ମହିଳା କମିଶନ୍‌ ତାଙ୍କୁ ନୋଟିସ୍‌ ପଠାଇ ଟ୍ୱିଟ ସମ୍ପର୍କରେ ତାଙ୍କ ସ୍ପଷ୍ଟୀକରଣ ରଖିବାକୁ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୫ ବିଜେପି କର୍ମୀଙ୍କୁ ଆକ୍ରମଣ

୫ ବିଜେପି କର୍ମୀଙ୍କୁ ଆକ୍ରମଣ

Read More...

ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page