ମାର୍ଚ୍ଚ ମାସର ଗାଇଡ୍‌ଲାଇନ୍‌ : ଯାତ୍ରା ପରିବେଷଣକୁ ଅନୁମତି

February 27, 2021, ଓଡ଼ିଶା, , Anupambharat News Bureau


ମାର୍ଚ୍ଚ ମାସର ଗାଇଡ୍‌ଲାଇନ୍‌ : ଯାତ୍ରା ପରିବେଷଣକୁ ଅନୁମତି
Anupambharat News Bureau
February 27, 2021


ଭୁବନେଶ୍ୱର, ୨୭ା୨(ଅନୁପମ ମିଡ଼ିଆ):­ ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ନୂଆ ଗାଇଡ୍‌ ଲାଇନ୍‌ ଅନୁଯାୟୀ କୋଭିଡ୍‌ କଟକଣା ପାଳନ ପୂର୍ବକ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଛି । ସେହିପରି ୯ମ ଓ ୧୧ଶ ଶ୍ରେଣୀ ପରୀକ୍ଷା ଅନଲାଇନରେ କରିବାକୁ ଏହି ଗାଇଡଲାଇନରେ ପରାମର୍ଶ ଦିଆଯାଇଛି । ଅପରପକ୍ଷରେ ପୂର୍ବଭଳି ବାହାଘର ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦୦ ଜଣ ସାମିଲ ହୋଇପାରିବେ । ବାହାଘର ଓ ଶୁଦ୍ଧିକ୍ରିୟାରେ କରୋନା ଗାଇଡ଼ଲାଇନ୍‌ ପାଳନ ହେଉଛି କି ନାହିଁ ତାହା ଆୟୋଜକ ଯାଂଚ କରିବାସହ ଯେଉଁମାନେ ମାସ୍କ ପିନ୍ଧି ନ ଥିବେ, ଆୟୋଜକ ସେମାନଙ୍କୁ ମାସ୍କ ଯୋଗେଇ ଦେବେ ।
ଶନିବାର ଏସଆରସି ଜାରି କରିଥିବା ଗାଇଡଲାଇନ୍‌ ଅନୁଯାୟୀ ପ୍ରାଥମିକ ସ୍କୁଲଗୁଡ଼ିକ ଖୋଲିବା ସମ୍ପର୍କିତ ନିଷ୍ପତ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ଛଡ଼ାଯାଇଛି । ସେହିପରି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିଭାଗ ନିଜ ଅଧିନରେ ଥିବା ସ୍କୁଲ ଖୋଲିବା ନିଷ୍ପତ୍ତି ନେବ । ପ୍ରାଥମିକ ସ୍କୁଲଗୁଡ଼ିକ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ପ୍ରସ୍ତୁତ କରିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ଅଭିଭାବକମାନଙ୍କ ସମ୍ମତିକ୍ରମେ ୯ମ ଓ ୧୧ଶ ଶ୍ରେଣୀ ପରୀକ୍ଷା ଅନଲାଇନରେ କରିବାକୁ ଏହି ଗାଇଡଲାଇନରେ ପରାମର୍ଶ ଦିଆଯାଇଛି । କଲେଜ, ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଆଦି ଖୋଲିବା ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗ ପରିସ୍ଥିତି ଅନୁସାରେ ଉପଯୁକ୍ତ ନିଷ୍ପତି ନେଇପାରିବ । ଏଥିପାଇଁ ୟୁଜିସି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଗାଇଡଲାଇନ ପାଳନ କରିବାକୁ ହେବ । ତେବେ ଅନଲାଇନ ଶିକ୍ଷାଦାନ ଓ ପରୀକ୍ଷା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।ପୂର୍ବରୁ ଯାତ୍ରା ପରିବେଷଣ ଉପରେ କଟକଣା ଜାରି ହୋଇଥିବା ବେଳେ ମାର୍ଚ୍ଚ ମାସରୁ କରୋନା କଟକଣା ମଧ୍ୟରେ ୨୦୦୦ ଲୋକଙ୍କୁ ନେଇ ଯାତ୍ରାର ଆୟୋଜନ କରିବାକୁ ଅନୁମତି ଦିଆଯାଇଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ରଖିବାକୁ ଗାଇଡଲାଇନରେ କୁହାଯାଇଛି । ଏଥିରେ ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କ୍ରିନିଂ କରାଯିବା ଏବଂ ଦର୍ଶକ ବସିବା ପାଇଁ ପଡ଼ିଥିବା ଚେୟାର ମଧ୍ୟରେ ୬ଫୁଟର ଦୂରତା ରଖିବାକୁ କୁହାଯାଇଛି । ସଂକ୍ରମଣକୁ ଏଡ଼ାଇବା ପାଇଁ ଅନଲାଇନ ଟିକେଟ ବୁକିଂ କରିବାକୁ କୁହାଯିବା ସହ ଏକାଧିକ ଟିକେଟ ବୁକିଂ କାଉଣ୍ଟର ଖୋଲିବାକୁ କହିଛନ୍ତି ରାଜ୍ୟ ସରକାର । ଏଥସହ ସହ କରୋନା ଲକ୍ଷଣ ଥିବା ଲୋକଙ୍କୁ ଭିତରକୁ ନ ଛାଡ଼ିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି ।ରାଜ୍ୟ ସରକାର ଗତ ଫେବୃଆରି ମାସର ଗାଇଡଲାଇନରେ ୫୦୦ ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ । ହେଲେ ସ୍ଥାନୀୟ ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବା କାରଣ ଦର୍ଶାଇ ଯାତ୍ରା ପାଇଁ ଅନୁମତି ଦେଇ ନଥିଲେ । ଏ ନେଇ ସରକାର ତୁରନ୍ତ ଦୁଇ ହଜାର ଦର୍ଶକରେ ମଂଚ ଖୋଲିବାକୁ ଅନୁମତି ଦେବାକୁ ଦାବି କରି ଫେବୃଆରୀ ୨୩ରେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଅପରପକ୍ଷରେ ପୂର୍ବଭଳି ବାହାଘର ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦୦ ଜଣ ସାମିଲ ହୋଇପାରିବେ । ବାହାଘର ଓ ଶୁଦ୍ଧିକ୍ରିୟାରେ କରୋନା ଗାଇଡ଼ଲାଇନ୍‌ ପାଳନ ହେଉଛି କି ନାହିଁ ତାହା ଆୟୋଜକ ଯାଞ୍ଚ କରିବେ । ଯେଉଁମାନେ ମାସ୍କ ପିନ୍ଧି ନ ଥିବେ, ଆୟୋଜକ ସେମାନଙ୍କୁ ମାସ୍କ ଯୋଗେଇ ଦେବେ । ସବୁ ପ୍ରବେଶ ପଥରେ ରହି ଅତିଥିମାନେ ମାସ୍କ ପରିଧାନ କରିଛନ୍ତି କି ନାହିଁ ତାହା ଆୟୋଜକ ଯାଞ୍ଚ କରିବେ ।କଣ୍ଟେନମେଣ୍ଟ ଜୋନ୍‌ ବାହାରେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ । କି;ୁ ଏସବୁ ସମାବେଶରେ ଗୋଟିଏ ସ୍ଥାନରେ ୫୦୦ରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ । ସମାରୋହରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ସେହିପରି ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ ।
ଗାଇଡଲାଇନ ଅନୁଯାୟୀ ମୁନିସପାଲ୍‌ କମିଶନର ଅଥବା ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ ଗୁଡ଼ିକୁ ଚିହ୍ନଟ କରିବେ ଏବଂ ଏହି କଣ୍ଟେନମେଣ୍ଟ ଜୋନ୍‌ ଗୁଡିକର ସୂଚନା ସମ୍ପୃକ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଦେବେ । ଏହା ସହ ଜିଲ୍ଲାପାଳ ଏବଂ ରାଜ୍ୟ ସରକାର ନିଜ ନିଜ େୱବସାଇଟରେ ଏହି ସୂଚନା ପ୍ରଦାନ କରିବେ ବୋଲି ଗାଇଡଲାଇନରେ କୁହାଯାଇଛି । ଏହା ସହ କୋଭିଡ୍‌-୧୯କୁ ନେଇ ଲୋକଙ୍କୁ ସଚେତନ କରିବାକୁ କହିଛନ୍ତି ରାଜ୍ୟ ସରକାର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମ୍ମାନକୁ କ୍ଷତି ପହଞ୍ଚାଇଲେ ଦେଇ ପାରିବେ ଛାଡପତ୍ର: କୋର୍ଟ

ସମ୍ମାନକୁ କ୍ଷତି ପହଞ୍ଚାଇଲେ ଦେଇ ପାରିବେ ଛାଡପତ୍ର: କୋର୍ଟ

Read More...

ବଢୁଛି ରାଜଧାନୀ ତାପମାତ୍ରା

ବଢୁଛି ରାଜଧାନୀ ତାପମାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page