ଆସାମରେ ୯୨ଟି ଆସନରେ ଲଢିବ ବିଜେପି

March 05, 2021, ଦେଶ, , Anupambharat News Bureau


ଆସାମରେ ୯୨ଟି ଆସନରେ ଲଢିବ ବିଜେପି
Anupambharat News Bureau
March 05, 2021


ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଏବଂ ସହଯୋଗୀ ଦଳ ଆସାମ ଗଣ ପରିଷଦ ବା ଏଜିପି ଓ ୟୁନାଇଟେଡ୍‌ ପିପୁଲ୍ସ ଲିବରାଲ ବା ୟୁପିପିଏଲ ମଧ୍ୟରେ ଆସନ ବୁଝାବଣାକୁ ନେଇ ସହମତି ପ୍ରକାଶ ପାଇଛି ।
ଏଜିପି ୨୬, ୟୁପିପିଏଲ ୮ଟି ଆସନରେ ନିର୍ବାଚନ ଲଢିପାରନ୍ତି । ଅନ୍ୟ ସବୁ ଆସନରେ ବିଜେପି ପ୍ରାର୍ଥୀ ଦେବ । ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନzାଙ୍କ ଘରେ ଆସନ ବୁଝାବଣାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ବିଜେପି ନେତା ଓ ସରକାରରେ ମନ୍ତ୍ରୀ ଥିବା ହେମନ୍ତ ବିଶ୍ୱ ଶର୍ମା, ଆସାମ ଗଣ ପରିଷଦ ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଆସାମର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୋୱାଲ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ । କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ମଧ୍ୟ ବୁଧବାର ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଯେଉଁଥିରେ ବିଜେପି ଅଧ୍ୟକ୍ଷ ଜେପି ନzା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ରାଜ୍ୟ ବିଜେପି ସଭାପତି ରଞ୍ଜିତ ଦାସ, ଏଜିପି ଅଧ୍ୟକ୍ଷ ଅତୁଲ ବୋରା, ୟୁପିପିଏଲ ମୁଖ୍ୟ ପ୍ରମୋଦ ବୋରୋ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ, ଆସାମ ବିଧାନସଭାରେ ୧୨୬ଟି ଆସନ ରହିଛି । ରାଜ୍ୟରେ ମାର୍ଚ୍ଚ ୨୭ରୁ ୬ ଏପ୍ରିଲ ଯାଏଁ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୪୭ଟି, ଦ୍ୱିତୀୟରେ ୩୯ ଓ ତୃତୀୟରେ ୪୦ଟି ଆସନରେ ଭୋଟଗ୍ରହଣ ହେବ । ତେବେ ୨୦୧୬ ବିଧାନସଭା ନିର୍ବାଚନରେ ବିଜେପି ୬୦ଟି ଆସନରେ ବିଜୟୀ ହୋଇଥିଲା । ବିପିଏଫ ବିଜେପି ଓ ଏଜିପି ସହ ମିଶି ନିର୍ବାଚନ ଲଢିଥିଲା । ୧୨ଟି ଆସନରେ ବିଜୟୀ ହୋଇତିଲା । ଚଳିତ ଥର ପିପିଏଫ କଂଗ୍ରେସ ଓ ଏଆଇୟୁଡିଏଫ ସହ ନିର୍ବାଚନ ଲଢୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ: ନବୀନ

ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ: ନବୀନ

Read More...

ଚାଷୀ ଆନ୍ଦୋନଳକୁ ୧୦୦ ଦିନ

ଚାଷୀ ଆନ୍ଦୋନଳକୁ ୧୦୦ ଦିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page