ସନ୍ଦିU ସ୍କର୍ପିଓ ଜବତ ଘଟଣାରେ ନୂଆ ମୋଡ଼ : ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର

March 05, 2021, ଦେଶ, , Anupambharat News Bureau


ସନ୍ଦିU ସ୍କର୍ପିଓ ଜବତ ଘଟଣାରେ ନୂଆ ମୋଡ଼ : ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର
Anupambharat News Bureau
March 05, 2021


ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ସମ୍ମୁଖରୁ ବିସ୍ପୋରକ ସାମଗ୍ରୀ ଭର୍ତ୍ତି ସ୍କର୍ପିଓ ଉଦ୍ଧାର ଘଟଣା ତଦନ୍ତ ଜାରି ରହିଥିବା ବେଳେ ଆଜି ଏହା ନୂଆ ମୋଡ଼ ନେଇଛି । ଉକ୍ତ ସ୍କର୍ପିଓ ଗାଡିର ନମ୍ବର ନକଲି ଥିବାବେଳେ ଗାଡିର ମାଲିକଙ୍କ ମୃତ ଦେହ ଆଜି ଉଦ୍ଧାର ହେବାପରେ ଘଟଣା ଆହୁରି ରହସ୍ୟବୃତ୍ତ ହେବାରେ ଲାଗିଛି । ଦକ୍ଷିଣ ମୁମ୍ବାଇ ସ୍ଥିତ ମୁକେଶଙ୍କ ୨୭ ମହଲା ବିଶିଷ୍ଟ ବାସଭବନ ଏଣ୍ଟିଲିଆ ଆଗରୁ ଜବତ ହୋଇଥିବା ଜିଲେଟିନ ବୋଝେଇ ସ୍କର୍ପିଓର ମାଲିକଙ୍କ ମୃତଦେହ ଆଜି କଲୱା ସମୁଦ୍ରରୁ ଉଦ୍ଧାର ହୋଇଛି । ପୋଲିସର ପ୍ରାଥମିକ ଯାଞ୍ଚରୁ ସମ୍ପୃକ୍ତ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଅନୁମାନ କରୁଛି । ସୂଚନା ମୁତାବକ ଗତ ରାତିରୁ ଉକ୍ତ ବ୍ୟକ୍ତି ଜଣକ ନିଖୋଜ ଥିଲେ । ଏଣ୍ଟିଲିଆ ଆଗରେ ସନ୍ଦିU ଛିଡା ହୋଇଥିବା ସ୍କୋରପିଓଟିକୁ ବିକରୋଲୀ ଅଞ୍ଚଳରୁ ଚୋରି ଯାଇଥିବା ଜଣାପଡିଥିଲା । ଏହି ଗାଡିଟି ମନସୁଖ ହିରେନ(୪୫)ଙ୍କର ବୋଲି ଥାନେ ଡିସିପିଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ମାମଲାର ତଦନ୍ତ ଆଗକୁ ବଢିବା ପୂର୍ବରୁ ମନସୁଖଙ୍କ ମୃତଦେହ ମିଳିବା ତଦନ୍ତକୁ ନୂଆ ମୋଡ ଦେଇଛି । ଗତ ଫେବୃଆରୀ ୨୫ ତାରିଖ ଦିନ ମୁକେଶ ଅମ୍ବାନୀଙ୍କ ଘର ଆଗରେ ଏକ ସ୍କୋର୍ପିଓ ଗାଡି ସନ୍ଦିU ଅବସ୍ଥାରେ ଠିଆ ହୋଇଥିବା ନେଇ ପୋଲିସକୁ ଖବର ମିଳିଥିଲା । ସେବେଠାରୁ ଅମ୍ବାନୀଙ୍କ ଘରର ସୁରକ୍ଷା କଡାକଡି କରାଯାଇଛି । ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ବିଜେପି ଘଟଣାଟିକୁ ଅତି ସମ୍ବେଦନଶୀଳକ ବୋଲି ମନ୍ତବ୍ୟ ଦେଇ ଦାବି କରିଛି ଯେ, ଏହି ମାମଲାଟି ଜାତୀୟ ତଦନ୍ତକାରୀ ସଂସ୍ଥ୍ୟା (ଏନ୍‌ଆଇଏ)କୁ ତଦନ୍ତ ପାଇଁ ହସ୍ତାନ୍ତର କରାଯାଉ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର

ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର

Read More...

ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ: ନବୀନ

ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ: ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page