ମହାରାଷ୍ଟ୍ର ସ୍ଥିତି ଗମ୍ଭୀର : ୧୫ରୁ ନାଗପୁରରେ ସାତଦିନିଆ ଲକ୍‌ଡ଼ାଉନ୍‌

March 11, 2021, ଦେଶ, , Anupambharat News Bureau


ମହାରାଷ୍ଟ୍ର ସ୍ଥିତି ଗମ୍ଭୀର : ୧୫ରୁ ନାଗପୁରରେ ସାତଦିନିଆ ଲକ୍‌ଡ଼ାଉନ୍‌
Anupambharat News Bureau
March 11, 2021


ନୂଆଦିଲ୍ଲୀ,୧୨ା୩:କୋଭିଡ଼-୧୯ କରୋନା ରୋଗର ସଂକ୍ରମଣ ଭାରତରେ ପୁଣି ସାଂଘାତିକ ରୂପ ଧାରଣ କରିବାରେ ଲାଗିଛି । ମୁଖ୍ୟତଃ ଭାରତର ଏକ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇବା ଯୋଗୁଁ ସ୍ଥିତି ରାଜ୍ୟରେ ଗମ୍ଭୀର ହେବାରେ ଲାଗିଛି । ଯଦିଓ ସତର୍କତା ଅବଲମ୍ବନ କରାନଯାଏ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ ଘୋଷଣା କରିଦିଆଯିବ ବୋଲି ମହାରାଷ୍ଟ୍ର ସରକାର ଚେତାବନୀ ଦେଇଛନ୍ତି । ମୁଖ୍ୟତଃ ଲୋକମାନଙ୍କର ବେଖାତିର ମନୋଭାବ ଯୋଗୁଁ ସଂକ୍ରମଣ ବ୍ୟାପିବା ନଜରକୁ ଆସିଛି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ମଧ୍ୟ ମହାରାଷ୍ଟ୍ରର ବର୍ଦ୍ଧିତ ସ୍ଥିତି ଯୋଗୁଁ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରର ୧୦ଟି ନଗରୀରେ ହିଁ ଅଧିକରୁ ଅଧିକ ସଂକ୍ରମଣ ଘଟିଥିବା କେନ୍ଦ୍ର ସରକାର କହିଛନ୍ତି । ନୀତି ଆୟୋଗ ସଦସ୍ୟ ଡ. ଭିକେ ପଲ୍‌ କହିଛନ୍ତି ଯେ, ମହାରାଷ୍ଟ୍ରର ସଂକ୍ରମଣକୁ ନେଇ କେନ୍ଦ୍ର ଅତ୍ୟନ୍ତ ବ୍ୟତିବ୍ୟସ୍ତ ଅଛନ୍ତି । ମହାରାଷ୍ଟ୍ର ସରକାର ଇତିମଧ୍ୟରେ ନାଗପୁରରେ ୧୫ରୁ ୨୧ ପର୍ଯ୍ୟନ୍ତ ଯେଉଁ ସପ୍ତାହ ଲକ୍‌ଡ଼ାଉନ୍‌ ଘୋଷଣା କରିଛନ୍ତି । ଏହା ଅନ୍ୟ ଅଞ୍ଚଳ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି । ଗତ ୨୪ ଘଣ୍ଟାରେ ନାଗପୁରରେ ହିଁ ୧୮୦୦ରୁ ଉର୍ଦ୍ଧ୍ୱ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ଯୋଗୁଁ ଏହା କେନ୍ଦ୍ର ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି । ଏପରିକି ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ସମୁଦାୟ ୧୩,୬୫୯ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ଗୋଟିଏ ଦିନରେ ସମଗ୍ର ଦେଶରେ ଏହା ସର୍ବାଧିକ ବୋଲି କୁହାଯାଇଛି । ଦେଶର ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରେ ହିଁ ୬୦ପ୍ରତିଶତ କରୋନା ରୋଗୀଙ୍କ ଚିହ୍ନଟ ଘଟଣା ସାଧାରଣଙ୍କୁ ଆଶଙ୍କିତ କରିଛି । ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀର ସ୍ଥିତି ମଧ୍ୟ ପୁଣି ବିପଦଜନକ ଦିଗକୁ ଗତି କରିଛି । ମହାରାଷ୍ଟ୍ର ଯଦିଓ କରୋନା ରୋଗ ପୁଣି ଥରେ ବ୍ୟାପିବାର କାରଣ ଘଟିଛି,ତେବେ ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି । ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ଲୋକଙ୍କ ଯାତାୟତ ଉପରେ ଆଜି ପର୍ଯ୍ୟନ୍ତ କୌଣସି କଟକଣା ଲାଗି ନାହିଁ, ତେଣୁ ଦିଲ୍ଲୀରେ ଗୋଟିଏ ଦିନରେ ୪୦୯ ସଂଖ୍ୟକ ନୂତନ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକି ଦୁଇ ମାସ ମଧ୍ୟରେ ଗୋଟିଏ ଦିନରେ ହଠାତ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପି ଯାଇଛି । ଏଣୁ କେନ୍ଦ୍ର ସରକାର ଏଥିପ୍ରତି ତୁରନ୍ତ ସତର୍କତା ପଦକ୍ଷେପ ଆରମ୍ଭ କରିଛନ୍ତି । ଜାନୁଆରୀ ୮ ତାରିଖରେ ମାତ୍ର ୪୦୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏହା ପରେ ପୁଣି ଗତ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପି ଯାଇଛି । ଏହାକୁ ମିଶାଇ ଦିଲ୍ଲୀ ନଗରୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୨ ହଜାରରୁ ଉର୍ଦ୍ଧ୍ୱକୁ ଟପିଛି । ଏହା ବ୍ୟତୀତ ଦିନକରେ ପୁଣି ୩ ଜଣ ରୋଗୀଙ୍କ ଜୀବନ ଯିବା ଯୋଗୁଁ ସମୁଦାୟ ମୃତକଙ୍କ ସଂଖ୍ୟା ୧୦,୯୩୪କୁ ବୃଦ୍ଧି ଘଟିଛି । କୋଭିଡ଼-୧୯ ନିୟମାବଳୀକୁ କଡ଼ାକଡ଼ି ପାଳନ କରାନଯିବା ଦ୍ୱାରା ଏଭଳି ହଠାତ୍‌ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଳି ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ଭାରତରେ କୋଭିଡ଼-୧୯ ପଜିଟିଭ ସଂଖ୍ୟା ୨୨ହଜାରରୁ ଉର୍ଦ୍ଧ୍ୱକୁ ଟପି ଯାଇଛି । ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ୧୩ ହଜାରରୁ ଉର୍ଦ୍ଧ୍ୱ ଚିହ୍ନଟ ହୋଇଥିବା ବେଳେ କେରଳରୁ ୨ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଞ୍ଜାବରେ ୧୩ଶହରୁ ଉର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହେବା ଯୋଗୁଁ ସମଗ୍ର ଦେଶରେ ନୂତନ କରୋନା ରୋଗୀଙ୍କ ସଂଖ୍ୟା ୨୨ ହଜାର ୮୫୪କୁ ବୃଦ୍ଧି ଘଟିଛି । ଫଳରେ ଦେଶରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱକୁ ପହଞ୍ଚିଛି । ଠିକ୍‌ ସେହିଭଳି ପୁଣି ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟାରେ ୧୨୬ ଜଣ ରୋଗୀଙ୍କ ଜୀବନ ଯିବା ଯୋଗୁଁ ସମୁଦାୟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୧୮୯କୁ ବୃଦ୍ଧି ପାଇଛି । କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକରେ ୭୬୦ ହୋଇଥିବା ବେଳେ ତାମିଲନାଡ଼ୁରେ ଦିନକରେ ୬୭୧ ଚିହ୍ନଟ ହୋଇଛନ୍ତି । ଗୁଜୁରାଟରେ ୬୭୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ ଗତ ୨୪ ଘଣ୍ଟାରେ ୫୧୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛି ।ଗୁରୁବାର କେନ୍ଦ୍ର ସରକାର କୋଭିଡ ଟିକାର ନୂଆ ଦାମ ଘୋଷଣା କରିଛନ୍ତି । ଏବେର ଦର ଡୋଜ ପିଛା ୨୫୦ ଟଙ୍କା ରହିଛି । ତେବେ କେନ୍ଦ୍ର ସରକାର ଚଳିତ ଦରକୁ ସଂଶୋଧନ କରି ସାମାନ୍ୟ ହ୍ରାସ କରିଥିବା ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସାମ୍ବାଦିକ ସମ୍ମିଳନୀ କରିି କ ଏହି ବିଷୟରେ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଟିକାର ଦାମ ୨୫୦ ଟଙ୍କା ରହିଥିଲା । ଏବେ କି;ୁ ସରକାର ଦର କମାଇ ୨୦୦ ଟଙ୍କା କରିଛନ୍ତି । ତେବେ ଘରୋଇ ହସ୍‌ପିଟାଲ୍‌ ବା ଟିକା କେନ୍ଦ୍ରରେ ଡୋଜ ପିଛା ୨୫୦ ଟଙ୍କା ନେଇ ପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି । ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍‌ଡ ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର କରିବା ପାଇଁ ସରକାର ଅନୁମତି ଦେଇଛନ୍ତି । ଏକମାତ୍ର ଟିକା ଭାବରେ କୋଭିସିଲ୍‌ଡ ଏହି ଅନୁମତି ପାଇଛି । ସୂଚନା ଅନୁଯାୟୀ କୋଭିସିଲ୍‌ଡ ଡୋଜ ପିଛା ୧୫୦ ଟଙ୍କା ଲେଖାଏଁ ସରକାର ସେରମ ପାଖରୁ ଆଣୁଛନ୍ତି । ପରେ ଅନ୍ୟାନ୍ୟ ଟ୍ୟାକ୍ସ ମିଶାଇଲେ ଟିକା ଦର ୨୦୦ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ସେରମ୍‌ ଡୋଜ ପିଛା ୨୧୦ ଟଙ୍କାରେ ବିକ୍ରି କରୁଥିବା ସୂଚନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାତ ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା

ସାତ ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା

Read More...

ଏପ୍ରିଲରୁ ରବିବାର ସ୍କୁଲ ବନ୍ଦ ­

ଏପ୍ରିଲରୁ ରବିବାର ସ୍କୁଲ ବନ୍ଦ ­

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page