କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିଧାନସଭା ଟିକେଟ୍‌

March 14, 2021, ଦେଶ, , Anupambharat News Bureau


କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିଧାନସଭା ଟିକେଟ୍‌
Anupambharat News Bureau
March 14, 2021


କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକା ଘୋଷଣା ବେଳେ ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ ।
ସୁପ୍ରିୟୋଙ୍କୁ ଟୋଲିଗଞ୍ଜ ବିଧାନସଭାରୁ ଟିକେଟ ଦିଆଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଅଭିନେତା ୟଶଦାସଗୁପ୍ତା ଚଣ୍ଡିତଳାରୁ ନିର୍ବାଚନ ଲଢ଼ିବେ । ସାଂସଦ ଲୋକେଟ ଚାଟାର୍ଜୀ ବିଜେପି ଟିକେଟରୁ ଚୁରୁଚୁରା ମଇଦାନରେ ଭାଗ୍ୟ ପରୀକ୍ଷା କରିବେ ।
ଅଞ୍ଜନା ବାସୁ ସୋନାରପୁର ସାଉଥ୍‌ର ରାଜୀବ ବାନାର୍ଜୀ ଡୋମଜୁର, ପାୟଲ ସରକାର ବେହାଲା ଇଷ୍ଟରୁ ଲଢ଼ିବାକୁ ଯାଉଥିବା ବେଳେ ଅଲିପୁରଦ୍ୱାରରୁ ଅଶୋକ ଲାହିରୀଙ୍କୁ ଟିକେଟ ମିଳିଛି । ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅନେକ ସାଂସଦ, ଅଭିନେତା, ଅଭିନେତ୍ରୀ ଏବଂ ଜଣାଶୁଣା ଚେହେରା ସ୍ଥାନ ପାଇଛନ୍ତି । କହିରଖୁଛୁ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ ମୋଟ ୨୭ ନାଁ ସ୍ଥାନୀତ ହୋଇଛି । ଏହା ସହ ଏହି ଲିଷ୍ଟରେ ରବିନ୍ଦ୍ରନାଥ ଭଟାଚାର୍ଯ୍ୟଙ୍କ ନାମ ମଧ୍ୟ ସାମିଲ ରହିଛି । ତାଙ୍କୁ ସିଂହପୁରରୁ ଟିକେଟ ମିଳିଛି । ସ୍ୱପ୍ନ ଦାସଗୁପ୍ତାଙ୍କୁ ତାରକେଶ୍ୱର ସିଟ୍ରୁ ଟିକେଟ ମିଳିଥିବା ବେଳେ ନଶିତ ପରମାଣିକଙ୍କୁ ଦିନହାଟା ସିଟ୍‌, ଇନ୍ଦ୍ରନୀଲ ଦାସଙ୍କୁ କାସବା, ଅଭିନେତ୍ରୀ ତନୁଶ୍ରୀ ଚକ୍ରବର୍ତ୍ତୀ ହାୱଡାର ଶ୍ୟାମପୁର ସିଟ୍ରୁ ନିର୍ବାଚନ ଲଢ଼ିବେ । ଉଲ୍ଲେଖଥଶୁକି ଶୁଭେନ୍ଦୁ ଅଧିକାରୀଙ୍କ ପରେ ତାଙ୍କ ପିତା ଶିଶିର ଅଧିକାରୀ ମଧ୍ୟ ବିଜେପିରେ ସାମିଲ ହେବାନେଇ ଚର୍ଚ୍ଚା ହେଉଛି । ଶିଶିର ଅଧିକାରୀ କାନ୍ଥିରୁ ତୃଣମୂଳ କଂଗ୍ରେସ ସାଂସଦ ଅଛନ୍ତି । ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବାପରେ ତାଙ୍କ ପିତାଙ୍କୁ ଦଳରୁ ଅଲଗା କରିଦିଆଯାଇଥିଲା ।
ଏବେ ଖବର ଆସିଛି ଯେ ମାର୍ଚ୍ଚ ୨୪ ତାରିଖରେ ପଶ୍ଚିମବଙ୍ଗ କାନ୍ଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିରେ ଶିଶିର ଅଧିକାରୀ ବିଜେପିରେ ସାମିଲ ହୋଇପାରନ୍ତି । ଦିନେ ପୂର୍ବରୁ ବିଜେପି ସାଂସଦ ଲକେଟ ଚାଟାର୍ଜୀ ଶିଶିର ଅଧିକାରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ ।
ଏହା ପୂର୍ବରୁ ଶିଶିର ଅଧିକାରୀଙ୍କୁ ତୃଣମୂଳ କଂଗ୍ରେସର ପୂର୍ବ ମିଦନାପୁର ଜିଲ୍ଲା ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା ଓ ତୃଣମୂଳ ଜିଲ୍ଲା କୋର କମିଟି ଅଧ୍ୟକ୍ଷ ପଦବୀ ଦିଆଯାଇଥିଲା । ତାଙ୍କୁ ଦିଘା-ଶଙ୍କରପୁର ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନ୍ଧ୍ରପ୍ରଦେଶର ମୁନିସପାଲ୍‌ଟି ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସର ସଫଳତା

ଆନ୍ଧ୍ରପ୍ରଦେଶର ମୁନିସପାଲ୍‌ଟି ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସର ସଫଳତା

Read More...

ହ୍ୱିଲ ଚେୟାରରେ ମମତାଙ୍କ ରୋଡ ସୋ

ହ୍ୱିଲ ଚେୟାରରେ ମମତାଙ୍କ ରୋଡ ସୋ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page