ବଟଲା ହାଉସ ଏନ୍‌କାଉଣ୍ଟର ମାମଲା : ଅରିଜ ଖାନକୁ ଫାଶୀ ଦଣ୍ଡ

March 15, 2021, ଦେଶ, , Anupambharat News Bureau


ବଟଲା ହାଉସ ଏନ୍‌କାଉଣ୍ଟର ମାମଲା : ଅରିଜ ଖାନକୁ ଫାଶୀ ଦଣ୍ଡ
Anupambharat News Bureau
March 15, 2021


ନୂଆଦିଲ୍ଲୀ,୧୫ା୩: ବହୁ ଚର୍ଚ୍ଚିତ ବଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ଅରିଜ ଖାନଙ୍କୁ ଦିଲ୍ଲୀର ସାକେତ କୋର୍ଟ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରିଛି ।
ଗତ ୮ତାରିଖରେ ଅଭିଯୁକ୍ତ ଖାନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡ ଘୋଷଣା କରିଛି । ପ୍ରକାଶଥାଉକି ୨୦୦୮ରେ ଦିଲ୍ଲୀରେ ବାଟଲା ହାଉସରେ ହୋଇଥିବା ଏନକାଉଣ୍ଟର ପରେ ଅରିଜ ଖାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ୨୦୧୮ରେ ନେପାଳରୁ ତାକୁ ଦିଲ୍ଲୀ ପୋଲିସର ସ୍ପେଶାଲ୍‌ ସେଲ୍‌ ଗିରଫ କରିଥିଲା । ୨୦୦୮ରେ ହୋଇଥିବା ଏନକାଉଣ୍ଟର ସମୟରେ ଇନସ୍ପେକଫର ମୋହନ ଚାନ୍ଦ ଶର୍ମାଙ୍କର ମୃତୁ୍ୟ ହୋଇଥିଲା । ଜାମିଆ ନଗରରେ ହୋଇଥିବା ଏନକାଉଣ୍ଟର ସମୟରେ ଅରିଜ ଖାନ ଅନ୍ୟ ଚାରିଜଣଙ୍କ ସହ ବାଟଲା ହାଉସରେ ଉପସ୍ଥିତ ଥିବା ଦିଲ୍ଲୀ ପୋଲିସ ଦାବି କରିଥିଲା । ହେଲେ ଏନକାଉଣ୍ଟର ସମୟରେ ଅରିଜ ଖାନ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା । ପରେ ତାକୁ ଗିରଫ କରିବା ପାଇଁ ଏନଆଇଏ ୧୦ଲକ୍ଷ ଟଙ୍କା ଏବଂ ଦିଲ୍ଲୀ ପୋଲିସ ପକ୍ଷରୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତେବେ ଦିଲ୍ଲୀ ପୋଲିସ ଘଟଣାର ୧୦ ବର୍ଷ ପରେ ଅଭିଯୁକ୍ତ ଅରିଜ ଖାନଙ୍କୁ ଗିରଫ କରିଥିଲା । ମାମଲାର ତଦନ୍ତ କରୁଥିବା ଏନ୍‌ଆଇଏ ଅଭିଯୁକ୍ତ ବିରୋଧରେ ଉଚିତ ପ୍ରମାଣ ସହ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ଦୀର୍ଘ ବର୍ଷ ଧରି ଏହି ମାମଲାର ଶୁଣାଣି ପରେ ଆଜି ସାକେତ କୋର୍ଟ ଦୋଷୀ ବିରୋଧରେ ଉପରୋକ୍ତ ଦଣ୍ଡ ଘୋଷଣା କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମଲ ହାସନଙ୍କ ଗାଡି ଉପରେ ଆକ୍ରମଣ

କମଲ ହାସନଙ୍କ ଗାଡି ଉପରେ ଆକ୍ରମଣ

Read More...

ଉଠିଲା ମଣ୍ଡି ସମସ୍ୟା: ଶାସକ, ବିରୋଧୀଙ୍କ ହଟ୍ଟଗୋଳ

ଉଠିଲା ମଣ୍ଡି ସମସ୍ୟା: ଶାସକ, ବିରୋଧୀଙ୍କ ହଟ୍ଟଗୋଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page