ହୁତୁ ହୁତୁ ହୋଇ ଜଳିଲା ତିନୋଟି ବସ୍‌

March 15, 2021, ଓଡ଼ିଶା, , Anupambharat News Bureau


ହୁତୁ ହୁତୁ ହୋଇ ଜଳିଲା ତିନୋଟି ବସ୍‌
Anupambharat News Bureau
March 15, 2021


ପୁରୀ,୧୫ା୩(ଅନୁପମ ମିଡ଼ିଆ): ବସଷ୍ଟାଣ୍ଡ ଭିତରେ ୩ଟି ବସ ଛିଡା ହୋଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଥିଲା । ଅଗ୍ନିଶମ ବିଭାଗ ଖବର ପାଇ ନିଆଁ ଲିଭାଇଥିଲା । ପ୍ରଥମେ ଭୁବନେଶ୍ୱରୀ ଯାତ୍ରୀ ବାହୀ ବସ ନିଆଁ ଲାଗିଯାଇଥିଲା । ପରେ ପରେ ତା ଦୁଇପଟେ ଥିବା ଜୟଦୁର୍ଗା ବସ ଓ ଶାରଳା ଏସି ବସ୍‌ ଜଳି ଉଠିଥିଲା । ସର୍ଟସର୍କିଟ କିମ୍ବା କୌଣସି ନିଶାଖୋର ଧୂମପାନରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଏହାସହ ତା ନିକଟରେ ଏକ ଏଲଟି ଲାଇନ ଯାଇଥିବାରୁ ତାର ବାଜି ସର୍ଟସକିଟ ହୋଇଥିବା ଅନୁମାନ କରାଯାଉଛି । ବସଟିରେ ଯାତ୍ରୀ ନଥିବାରୁ କୌଣସି ଯାତ୍ରୀ ଆହତ ହୋଇଥିବା ଜଣାପଡିନାହିଁ । ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ସନ୍ଧ୍ୟା ସାଢେ ୬ଟାରେ ନିଆଁ ଲାଗିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ପୁରୀ ବସଷ୍ଟାଣ୍ଡରେ ବସଗୁଡିକ ଏଣେତେଣେ ରହୁଛି । ହଠାତ୍‌ ଦୁର୍ଘଟଣା ଘଟିଲେ ବସକୁ ନିଆଯାଇପାରୁନାହିଁ । ବସଷ୍ଟାଣ୍ଡରେ ସିସିକ୍ୟାମେରା ନଥିବାରୁ ଅଘଟଣର ଦୃଶ୍ୟ କଏଦ ହୋଇପାରୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏ ସଂପର୍କରେ ଅଗ୍ନିଶମ ବିଭାଗ ଓ କୁମ୍ଭାରପଡା ଥାନା ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଏମସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ

ବିଏମସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ

Read More...

କମଲ ହାସନଙ୍କ ଗାଡି ଉପରେ ଆକ୍ରମଣ

କମଲ ହାସନଙ୍କ ଗାଡି ଉପରେ ଆକ୍ରମଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page