ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ

March 17, 2021, ଦେଶ, , Anupambharat News Bureau


ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ
Anupambharat News Bureau
March 17, 2021


ନୂଆଦିଲ୍ଲୀ: ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ (ଏଲଆଇସି) କର୍ମଚାରୀଛବ୍ୟାଙ୍କ କର୍ମାଚରୀଙ୍କ ଦୁଇ ଦିନିଆ ଧର୍ମଘଟ ପରେ ଏବେ ପବ୍ଲିକ୍‌ ସେକଫରର ଜେନେରାଲ୍‌ ଇନସ୍ୟୁରାନ୍ସ ଏବଂ ଭାରତୀୟ ଜୀବନ ବୀମା କମ୍ପାନୀ (ଏଲଆଇସି) କର୍ମଚାରୀ ଗୁରୁବାର ଧର୍ମଘଟ କରିବେ । ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀର ଘରୋଇକରଣ, ବୀମା କ୍ଷେତ୍ରରେ ଏଫଡିଆଇ ସୀମା ୭୪ ପ୍ରତିଶତ ବୃଦ୍ଧି ଏବଂ ଇନିସିଆଲ୍‌ ପବ୍ଲିକ୍‌ ଅଫର ଜରିଆରେ ଏଲଆଇସି ସେୟାର ବିନିଯୋଗ ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି ବୋଲି ପିଏସୟୁ କମ୍ପାନୀ ସଂଗଠନ ନେତା କହିଛନ୍ତି । ଜେନେରାଲ୍‌ ଇନସ୍ୟୁରାନ୍ସ ଅଲ ଇଣ୍ଡିଆ ଇମ୍ପଲାଏଜ୍‌ ଆସୋସିଏସନ୍‌ (ଜିଆଇଇଏଆଇଏ)ର ସାଧାରଣ ସମ୍ପାଦକ ଗୋବିନ୍ଦନ କହିଛନ୍ତି, ଜେନେରାଲ ଇନସ୍ୟୁରାନ୍ସ ସେକଫରର ସସସ୍ତ ସଂଗଠନ ଏଫଡିଆଇ ସୀମା ୭୪ ପ୍ରତିଶତ ବୃଦ୍ଧି, ଗୋଟିଏ କମ୍ପାନୀର ଘରୋଇକରଣ, ୪ କମ୍ପାନୀର ମିଶ୍ରଣ ଏବଂ ଦରମା ସଂଶୋଧନ ଉପରେ ଶୀଘ୍ର ନିଷ୍ପତ୍ତି ନୋବକୁ ଦାବି କରି ବୁଧବାର ବିକ୍ଷୋଭ କରିବାକୁ ନିର୍ଣ୍ଣୟ ନେଇଛନ୍ତି ।
ଅନ୍ୟପଟେ ଏଆଇଆଇଇଏ ସାଧାରଣ ସଂପାଦକଙ୍କ ଅନୁସାରେ ଏଲଆଇସି ୟୁନିୟନ୍‌ ଏଫଡିଆଇ ସୀମା ୪୯ ପ୍ରତିଶତରୁ ବୃଦ୍ଧି କରି ୭୪ ପ୍ରତିଶତ କରିବା, ଆଇପିଓ ଜରିଆରେ ଏଲଆଇସିରେ ଅଂଶଧନ କମାଇବାକୁ ବିରୋଧ କରିବା ସହ ବେତନ ସଂଶୋଧନ ଦାବି ନେଇ ଗୁରୁବାର ଧର୍ମଘଟ କରାଯିବ । ୧୭ ମାର୍ଚ୍ଚ ବୁଧବାର ନ୍ୟାସନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍‌ ଇନସ୍ୟୁରାନ୍ସ ଏବଂ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ ସହିତ ସମସ୍ତ ଅଫିସ ବନ୍ଦ ରହିଛି । କମ୍ପାନୀଗୁଡ଼ିକର ପାଖାପାଖି ୭୫୦୦ ଶାଖାରେ କାର୍ଯ୍ୟରତ ୬୦ ହଜାରୁ ଉର୍ଦ୍ଧ୍ୱ କର୍ମଚାରୀ ଧର୍ମଘଟରେ ସାମିଲ ହୋଇପାରନ୍ତି । ବ୍ୟାଙ୍କ ଦ୍ୱାରା ଦୁଇ ଦିନିଆ ଷ୍ଟ୍ରାଇକ୍‌ କରାଯିବା ପରେ ଏଲଆଇସି କର୍ମଚାରୀ ଧର୍ମଘଟ ଡାକରା ଦେଇଛନ୍ତି ।
ବ୍ୟାଙ୍କ ଧର୍ମଘଟ ପରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି । ଏଥିରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଥିଲେ ।ୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ (ଏଲଆଇସି) କର୍ମଚାରୀଛବ୍ୟାଙ୍କ କର୍ମାଚରୀଙ୍କ ଦୁଇ ଦିନିଆ ଧର୍ମଘଟ ପରେ ଏବେ ଜୀବନ ବୀମା କମ୍ପାନୀ କର୍ମଚାରୀମାନେ ଧାରଣରେ ରହିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମିଗ୍‌-୨୧ ବିମାନ ଦୁର୍ଘଟଣା, କ୍ୟାପ୍‌ଟେନ୍‌ ମୃତ

ମିଗ୍‌-୨୧ ବିମାନ ଦୁର୍ଘଟଣା, କ୍ୟାପ୍‌ଟେନ୍‌ ମୃତ

Read More...

କୃଷି ଓଡ଼ିଶା ଉଦ୍‌ଘାଟିତ

କୃଷି ଓଡ଼ିଶା ଉଦ୍‌ଘାଟିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page